କାଶ୍ମୀର ଫାଇଲ୍ସକୁ ନେଇ ଇସ୍ରାଏଲ ଫିଲ୍ମ ନିର୍ମାତାଙ୍କ ବିବାଦୀୟ ବୟାନ ପରେ କ୍ଷମା ମାଗିଲେ ରାଷ୍ଟ୍ରଦୂତ: ‘ତାଙ୍କୁ ଲଜ୍ଜା ଲାଗିବା କଥା’

ନୂଆଦିଲ୍ଲୀ ୨୯/ ୧୧: ଐତିହାସିକ ଚଳଚିତ୍ର ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଇସ୍ରାଏଲର ଜଣେ ଫିଲ୍ମ ନିର୍ମାତା ବିବାଦୀୟ ବୟାନ ଦେବା ପରେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ (IFFI)ରେ କାଶ୍ମୀର ଫାଇଲ୍ସକୁ ଏକ ପ୍ରୋପାଗଣ୍ଡା ଏବଂ ଅଶ୍ଳୀଳ ଚଳଚିତ୍ର ବୋଲି କହିଥିଲେ ଇସ୍ରାଏଲ ଚଳଚିତ୍ର ନିର୍ମାତା । ବିବାଦୀୟ ବୟାନ ପରେ ସାମାଜିକ ଗଣମାଧ୍ୟମ ଉଠିଥିଲା ପଡିଥିଲା । ତେବେ ମଙ୍ଗଳବାର ଏହାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ଇସ୍ରାଏଲ।
ଇସ୍ରାଏଲ ଆମ୍ବାସଡର (ରାଷ୍ଟ୍ରଦୂତ) ଇନଭୋ ନଓର୍ ଗିଲୋନ୍ ଚିଠି ମାଧ୍ୟମରେ ଭାରତକୁ କ୍ଷମା ମାଗିବା ସହିତ ଟ୍ବିଟ୍ ମଧ୍ୟ କରିଛନ୍ତି । ଚଳଚିତ୍ର ନିର୍ମାତା ନାଡାଭ୍ ଲାପିଡ୍ ସୋମବାର ଗୋଆରେ ଅନୁଷ୍ଠିତ ଫିଲ୍ମ ଫେଷ୍ଟିଭାଲରେ କାଶ୍ମୀର ଫାଇଲ୍ସକୁ ସମାଲୋଚନା କରିବା ସହିତ ଏହା ଏକ ପ୍ରୋପାଗଣ୍ଡା ଏବଂ ଅଶ୍ଳୀଳ ଚଳଚିତ୍ର ବୋଲି କହିଥିଲେ ।
ତେବେ ନିଜ ଦେଶର ହୋଷ୍ଟ ନାଡାଭ୍ ଲାପିଡ୍ ଏପରି ବୟାନକୁ ନେଇ ମଙ୍ଗଳବାର ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ଇସ୍ରାଏଲ ରାଷ୍ଟ୍ରଦୂତ ଇନଭୋ ନାଓର୍ ଗିଲୋନ୍ । ଟ୍ବିଟ୍ କରି ଗିଲୋନ୍ କହିଛନ୍ତି, ‘ଦ କାଶ୍ମୀର ଫାଇଲ୍ସ ଭଳି ଐତିହାସିକ ଚଳଚିତ୍ରକୁ ନେଇ ଇସ୍ରାଏଲ ଚଳଚିତ୍ର ନିର୍ମାତା ନାଡାଭ୍ ଲାପିଡ୍ଙ୍କ ବିବାଦୀୟ ବୟାନରେ ଆମେ ଦୁଃଖିତ । ଏଭଳି ବୟାନ ଆଦୌ ଗ୍ରହଣୀୟ ନୁହେଁ । ଏଭଳି ବୟାନକୁ ମୁଁ ଦୃଢ ନିନ୍ଦା କରୁଛି । କାଶ୍ମୀର ସମସ୍ୟାକୁ ନେଇ ଏହି ଚଳଚିତ୍ର ତିଆରି ହୋଇଥିଲା । କିନ୍ତୁ ଆମ ଦେଶର ଫିଲ୍ମ ନିର୍ମାତା ଏଭଳି ଦୁର୍ଭାଗ୍ୟଜନକ ମନ୍ତବ୍ୟ ଦେବା ଲଜ୍ଜାଜନକ । ତାଙ୍କୁ ଲାଜ ଲାଗିବା କଥା’।
ଇସ୍ରାଏଲ ଫିଲ୍ମ ନିର୍ମାତା ନାଡାଭ୍ ଲାପିଡ୍ଙ୍କ ଏଭଳି ବିବାଦୀୟ ବୟାନ ପରେ ଉଠୁଛି ପଡୁଛି ବଲିଉଡ । ଦ କାଶ୍ମୀର ଫାଇଲ୍ସ ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ଠାରୁ ଆରମ୍ଭ କରି ଭେଟେରାନ୍ କଳାକାର ଅନୁପମ ଖେର ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିବାଦୀୟ ବୟାନକୁ ନେଇ ପୂରା ବଲିଉଡ ପ୍ରତିକ୍ରିୟାଶୀଳ ହୋଇଉଠିବା ପରେ ଅନୁପମ ଖେରଙ୍କୁ ବ୍ୟକ୍ତିଗତ ଭାବେ ଭେଟି କ୍ଷମା ମାଗିଛନ୍ତି ଇସ୍ରାଏଲ ରାଷ୍ଟ୍ରଦୂତ ଇନଭୋ ନାଓର୍ ଗିଲୋନ୍।
An open letter to #NadavLapid following his criticism of #KashmirFiles. It’s not in Hebrew because I wanted our Indian brothers and sisters to be able to understand. It is also relatively long so I’ll give you the bottom line first. YOU SHOULD BE ASHAMED. Here’s why: pic.twitter.com/8YpSQGMXIR
— Naor Gilon (@NaorGilon) November 29, 2022