ନୂଆଦିଲ୍ଳୀ,୨୪।୧ : ଭାରତୀୟ ମହାକାଶ ଗବେଷଣା ସଂଗଠନ ବା ଇସ୍ରୋ ଏବେ ମହାକାଶ ଜଗତରେ ଇତିହାସ ସୃଷ୍ଟି କରିବାକୁ ଯାଉଛି। ଚନ୍ଦ୍ର ଏବଂ ସୂର୍ଯ୍ୟ ମିଶନର ସଫଳତା ପରେ, ଇସ୍ରୋ ପୃଥିବୀର ନିମ୍ନ କକ୍ଷପଥରେ ଏହାର ଡ୍ରୀମ୍ ପ୍ରୋଜେକ୍ଟ ଭାରତୀୟ ମହାକାଶ କେନ୍ଦ୍ର (ବିଏଏସ୍) ପାଇଁ ମୂଳଦୁଆ ସ୍ଥାପନ କରିଛି। ଏହି ପ୍ରକଳ୍ପ ଭାରତକୁ କେବଳ ବିଶ୍ୱର କିଛି ବଛା ବଛା ଦେଶ ମଧ୍ୟରେ ସ୍ଥାନିତ କରିବ ତାହା ନୁହେଁ, ବରଂ ମହାକାଶ ଗବେଷଣାରେ ଭାରତର ରଣନୈତିକ ଶକ୍ତିକୁ ମଧ୍ୟ ବୃଦ୍ଧି କରିବ। ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ର (VSSC) ଆଗକୁ ବିଏଏସ୍ର ର ପ୍ରଥମ ମଡ୍ୟୁଲ୍, BAS-01 ର ନିର୍ମାଣ ଏବଂ ବିକାଶ ପାଇଁ ଭାରତୀୟ ଘରୋଇ କମ୍ପାନୀଗୁଡ଼ିକୁ ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଣ୍ଟ (ଇଓଆଇ) ଜାରି କରିଛି।

ରିପୋର୍ଟ ଅନୁଯାୟୀ, ବିଏଏସ୍‌ର ପ୍ରଥମ ପର୍ଯ୍ୟାୟ ୨୦୨୮ ରେ ଆରମ୍ଭ ହେବ। ଯେଉଁଥିରେ ପ୍ରଥମ ମଡ୍ୟୁଲ୍ ଲଞ୍ଚ କରାଯିବ। ଷ୍ଟେସନଟି ପୃଥିବୀଠାରୁ ପ୍ରାୟ ୪୦୦ ରୁ ୫୦୦ କିଲୋମିଟର ଉଚ୍ଚତାରେ ଅବସ୍ଥିତ ହେବ। ଏଥିରେ ଏକ ସମୟରେ ୩ ରୁ ୪ଜଣ ମହାକାଶଚାରୀ ରହିବେ। ଲକ୍ଷ୍ୟ ହେଉଛି ୨୦୩୫ ସୁଦ୍ଧା ସମସ୍ତ ପାଞ୍ଚଟି ମଡ୍ୟୁଲ୍ ସମ୍ପୂର୍ଣ୍ଣ ଭାବରେ ଏକତ୍ରିତ ହେବା ଏବଂ ମହାକାଶ ଷ୍ଟେସନ ପ୍ରସ୍ତୁତ ହେବା। ପ୍ରତ୍ୟେକ ମଡ୍ୟୁଲ୍ ୩.୮ ମିଟର ବ୍ୟାସ ଏବଂ ୮ ମିଟର ଉଚ୍ଚ ହେବ। ସେଗୁଡ଼ିକ ଉଚ୍ଚ-ଶକ୍ତି ଆଲୁମିନିୟମ୍ ମିଶ୍ରଧାତୁ (AA-2219) ରୁ ନିର୍ମିତ ହେବ। ୦.୫ ମିଲିମିଟର ତ୍ରୁଟି ମଧ୍ୟ ଗ୍ରହଣୀୟ ହେବ ନାହିଁ। କମ୍ପାନୀଗୁଡ଼ିକୁ ସ୍ୱତନ୍ତ୍ର ୱେଲ୍ଡିଂ ଏବଂ ନିର୍ମାଣ କୌଶଳ ବିକଶିତ କରିବାକୁ ପଡିବ। ଇସ୍ରୋ ସ୍ପଷ୍ଟ କରିଛି ଯେ,ଏହା ସମ୍ପୂର୍ଣ୍ଣ ଭାବରେ ଭାରତୀୟ ଶୈଳିରେ ନିର୍ମାଣ ହେବ। ଏଥିରେ ବିଦେଶୀ ସହାୟତା କିମ୍ବା ଆଉଟସୋର୍ସିଂର ଅନୁମତି ମିଳିବନି।

ଇସ୍ରୋ ଭାରତୀୟ କମ୍ପାନୀଗୁଡ଼ିକ ପାଇଁ କଠୋର ମାନଦଣ୍ଡ ସ୍ଥିର କରିଛି, କାରଣ ଏହି ମଡ୍ୟୁଲ୍ ମଣିଷ ପାଇଁ ବାସଯୋଗ୍ୟ ହେବ। ଏହି ଐତିହାସିକ ପ୍ରକଳ୍ପରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା କମ୍ପାନୀଗୁଡ଼ିକର ମାଇକ୍ରୋଗ୍ରାଭିଟି ରିସର୍ଚ୍ଚ ଓ ଗଗନଯାନ ମିଶନ୍ ପାଇଁ ଅତି କମରେ ପାଞ୍ଚ ବର୍ଷର ଅଭିଜ୍ଞତା ରହିବା ଆବଶ୍ୟକ। ଗତ ତିନି ବର୍ଷ ମଧ୍ୟରେ ସେମାନଙ୍କର ହାରାହାରି ବାର୍ଷିକ କାରବାର ଅତି କମରେ ୫୦ କୋଟି ହେବା ଆବଶ୍ୟକ। ଆବେଦନର ଶେଷ ତାରିଖ ହେଉଛି ୮ ମାର୍ଚ୍ଚ, ୨୦୨୬। ଭବିଷ୍ୟତରେ, ଏହି ଷ୍ଟେସନ ଚନ୍ଦ୍ରକୁ ମାନବ ମିଶନ ପାଇଁ ଏକ ଟ୍ରାଞ୍ଜିଟ୍ ହବ୍ ଭାବରେ କାର୍ଯ୍ୟ କରିବ। ଭାରତୀୟ ମହାକାଶ ଷ୍ଟେସନ ସ୍ଥାୟୀ ମହାକାଶ ବନ୍ଦର ସହିତ ଭାରତକୁ ସେହି କିଛି ଦେଶରେ ସାମିଲ କରିବ,ଯାହାପାଖରେ ମହାକାଶରେ ନିଜର ସ୍ଥାୟୀ ଠିକଣା ରହିଛି।

ଇସ୍ରୋ ସ୍ପଷ୍ଟ କରିଛି ଏହା ସମ୍ପୂର୍ଣ୍ଣ ଭାବରେ ସ୍ବଦେଶୀ ପ୍ରୋଜେକ୍ଟହେବ।ଏଥିରେ କୌଣସି ବିଦେଶୀ ସହଯୋଗୀର ଅନୁମତି ନିଆଯିବନି। ଏହି ଷ୍ଟେସନକୁ ବୈଜ୍ଞାନିକ ପରୀକ୍ଷଣ, ମାଇକ୍ରୋଗ୍ରାଭିଟି ଗବେଷଣା ଏବଂ ଗଗନଯାନ ମିଶନର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ବ୍ୟବହାର କରାଯିବ। ଭବିଷ୍ୟତରେ, ଏହା ଚନ୍ଦ୍ରକୁ ମାନବ ମିଶନ ପାଇଁ ଏକ ଟ୍ରାଞ୍ଜିଟ୍ ହବ୍ ଭାବରେ ମଧ୍ୟ କାର୍ଯ୍ୟ କରିବ, ଯାହା ଭାରତର ମହାକାଶ ମହତ୍ତ୍ୱାକାଂକ୍ଷାକୁ ଆହୁରି ମଜବୁତ କରିବ। ଏହି ପଦକ୍ଷେପ ଭାରତକୁ ମହାକାଶରେ ସ୍ଥାୟୀ ଉପସ୍ଥିତି ସ୍ଥାପନ କରିବାକୁ ପ୍ରେରଣା ଦେବ। ଇସ୍ରୋର ଏହି ପଦକ୍ଷେପ 'ମେକ୍ ଇନ୍ ଇଣ୍ଡିଆ' ଏବଂ ଆତ୍ମନିର୍ଭରଶୀଳ ଭାରତର ଦୃଷ୍ଟିକୋଣକୁ ମଧ୍ୟ ସୁଦୃଢ଼ କରିବ।

ଆହୁରି ପଢନ୍ତୁ :ଆମେରିକାରୁ ଆଦାନୀଙ୍କୁ ୨ ଥର ଆସିଲା ସମନ୍, ଭାରତ ସରକାର ଗ୍ରହଣ ନକରି ଫେରାଇ ଦେଲେ...କହିଲେ ଏହି କାରଣ