ବେଙ୍ଗାଲୁରୁ୨୪/୦୭: ସୋମବାର ଅପରାହ୍ନ ୨ଟା ୪୩ରେ ଉତ୍କ୍ଷେପଣ ହେବା ପରେ ଚନ୍ଦ୍ରୟାନ-୨ ବର୍ତ୍ତମାନ ଠିକ୍ ମାର୍ଗରେ ଗତିଶୀଳ ହେଉଛି । ନିର୍ଦ୍ଧାରିତ ଯୋଜନା ଅନୁସାରେ ବର୍ତ୍ତମାନ ଏହା ପୃଥିବୀ କକ୍ଷପଥରେ ଧାର୍ଯ୍ୟ ବେଗ ଓ ମାର୍ଗରେ ଗତି କରୁଛି । ତା’ଛଡ଼ା ଚନ୍ଦ୍ରୟାନ-୨ର ସ୍ଥିତି ମଧ୍ୟ ବେଶ୍ ଭଲ ରହିଛି । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମଙ୍ଗଳବାର ଏହି ସୂଚନା ଦେଇଛି । ଏହାର ଜଣେ ଅଧିକାରୀ କହିଛନ୍ତି, ଆମେ ଚନ୍ଦ୍ରୟାନ-୨ ଉତ୍କ୍ଷେପଣ କରି ଏକ ମାଇଲଖୁଣ୍ଟ ସ୍ଥାପନ କରିଛୁ ।
ଏ ସମ୍ପର୍କରେ ଏବେ କିଛି କୁହାଯାଇ ପାରିବ ନାହିଁ । ସମୟ ଆସିଲେ ଏ ନେଇ ସମସ୍ତଙ୍କୁ ବିସ୍ତୃତ ସୂଚନା ଦିଆଯିବ । ଉଲ୍ଲେଖଯୋଗ୍ୟ, ସୋମବାର ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରୟାନ-୨ର ସଫଳତାପୂର୍ବକ ଉତ୍କ୍ଷେପଣ ହୋଇଥିଲା । ଉତ୍କ୍ଷେପଣର ଠିକ୍ ୧୬ ମିନିଟ୍ ପରେ ଏହା ପୃଥିବୀର ନିର୍ଦ୍ଦିଷ୍ଟ କକ୍ଷ ପଥରେ ଅବସ୍ଥାପିତ ହୋଇଥିଲା ।