୮ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ

ଧର୍ମଗଡ,୩/୧୨ : ରାଜ୍ୟରେ କାର୍ଯ୍ୟରତ ଏକ୍ସ କ୍ୟାଡ଼ର ଶିକ୍ଷକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ କ୍ୟାଡ଼ର) ମହାସଂଘର ନିଷ୍ପତ୍ତି ଅନୁଯାୟୀ ଧର୍ମଗଡ ବ୍ଲକ ସଂଘ ପକ୍ଷରୁ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ଜରିଆରେ ୮ ଦଫା ସମ୍ବଳିତ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା।
ବ୍ଲକ ସଂଘ ସଭାପତି ଲଳିତ ନାଏକଙ୍କ ନେତୃତ୍ୱରେ ଏକ୍ସ କ୍ୟାଡ଼ର ଶିକ୍ଷକମାନେ ସ୍ଥାନୀୟ ସିଆରସିସି କେନ୍ଦ୍ରଠାରେ ଏକ ଜୁଟ ହୋଈ ବିଇଓଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ଦଫା ସମ୍ବଳିତ ଏକ ଦାବିପତ୍ର ଏବିଇଓ ଅରୂପା ନନ୍ଦ ଭୋଇଙ୍କୁ ପ୍ରଦାନ କରଯାଇଥିଲା । ଦାବି ଗୁଡିକ ମଧ୍ୟରେ ଏକ୍ସ କ୍ୟାଡ଼ର ବ୍ୟବସ୍ଥା ଉଚ୍ଛେଦ, ସମସ୍ତ ଗଣ ଶିକ୍ଷକଙ୍କୁ ନିୟମିତ ଶିକ୍ଷକ ଭାବେ ମାନ୍ୟତା ପ୍ରଦାନ, ୨୦୨୦ମାର୍ଚ୍ଚ ମାସରୁ ବନ୍ଦ ଥିବା ଇନକ୍ରିମେଣ୍ଟ ପ୍ରଦାନ, ଟ୍ରେଜେରି ମାଧ୍ୟମରେ ଦରମା ପ୍ରଦାନ ପ୍ରଭୃତି ରହିଛି ।
ଦାବିପତ୍ର ପ୍ରଦାନ ସମୟରେ ସମ୍ପାଦକ ଫକୀର ନାଏକ, ଭଗବାନ ପୁଝାରୀ, ଉପେନ୍ଦ୍ର ନାଏକ, ରଜନୀ ନାଏକ, ଉପେନ୍ଦ୍ର ଭଇସାଲ, କରୁଣାକର ମଶ୍ରା, ସନ୍ତୋଷ ନାୟକ ଓ ଅନ୍ୟ ଶିକ୍ଷକମାନେ ଉପସ୍ଥିତ ଥିଲେ ।