PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

କମ୍ ବୟସରେ ଦୁଷ୍କର୍ମର ଶିକାର ହୋଇଥିଲେ ଏହି ୫ ଅଭିନେତ୍ରୀ, ନାଁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବର୍ତ୍ତମାନ ଆମ ଦେଶରେ ଅପରାଧ ଏତେ ସଂଖ୍ୟାରେ ବଢ଼ିଯାଇଛି ଯେ ମଣିଷର ଅନ୍ୟର ବୟସ ସୀମାକୁ ବି ଭୁଲିଯାଉଛି। ସେ ୫ବର୍ଷ ହେଉ କି ୬ବର୍ଷ ଗୋଟିଏ ଶିଶୁକୁ ଦୁଷ୍କର୍ମ କରିବାକୁ ପଛାଉନାହିଁ।  ମହିଳା ଅପେକ୍ଷା ଏବେ ଅଧିକାଂଶ ଶିଶୁ ବା ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି। ଆଉ ଯେତେବଳେ ଦୁଷ୍କର୍ମର ଶିକାର ହେଉଛନ୍ତି ସେତେବଳେ ନା ସେମାନେ କାହାକୁ କହିପାରୁଛନ୍ତି ନା ସହିପାରୁଛନ୍ତି।  ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ନହେଲେ ଏକଲା ସଂଘର୍ଷ କରୁଛନ୍ତି। ଏହା କେବଳ ସାଧାରଣ ପରିବାରରେ ସୀମିତ ନୁହେଁ ବରଂ ବହୁ ବଲିଉଡ୍ ଓ ହଲିଉଡ୍ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବହୁତ କମ ବୟସରେ ଦୁଷ୍କର୍ମର ଶିକାର ହୋଇଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ।

୧. ସୋମି ଅଲି: ଅଭିନେତା ସଲମାନ ଖାନଙ୍କ ଗାର୍ଲଫ୍ରେଣ୍ଡ୍ ସୋମୀ ଅଲି ଏକ ସାକ୍ଷାତକାରରେ କହିଥିଲେ କି, ୫ବର୍ଷ  ବୟସରେ ସେ ଦୁଷ୍କର୍ମର ଶିକାର ହୋଇଥିଲେ। ଏହି ଭଳି ଘୃଣ୍ୟ କାମ ଆଉ କେହି ନୁହେଁ ବରଂ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତି ଏଭଳି କାମ କରିଥିଲା।

୨. କାଲ୍କି କୋଚିଲିନ: କାଲ୍କି ମଧ୍ୟ ନିଜେ ଏକ ସାକ୍ଷାତକାରରେ କହିଥିଲେ, ବହୁତ କମ ବୟସରେ ସେ ଦୁଷ୍କର୍ମର ଶିକାର ହୋଇଛନ୍ତି। ସେ ତାଙ୍କ ଜୀବନରେ ବହୁତ ସଂଘର୍ଷ କରିଛନ୍ତି ବୋଲି କହିଛନ୍ତି। ଏହା ବ୍ୟତୀତ ସେ ଆଉ କିଛି କହିବାକୁ ଚାହିଁ ନାହାନ୍ତି।

୩. ଅନୁଷ୍କା ଶଙ୍କର: ଅନ୍ତରାଷ୍ଟ୍ରୀୟ ଖ୍ୟାତି ଅର୍ଜନ କରିଥିବା ସିତାର ବାଦକ ସ୍ବର୍ଗୀୟ ପଣ୍ଡିତ ରବିଶଙ୍କରଙ୍କ ଝିଅ ଅନୁଷ୍କା ଶଙ୍କର ଦୁଷ୍କର୍ମର ଶିକାର ହୋଇଛନ୍ତି ବୋଲି ସେ ନିଜେ କହିଛନ୍ତି। ଅନୁଷ୍କା କହିଛନ୍ତି,  ଗୋଟିଏ ବର୍ଷ ଧରି ଜଣେ ବ୍ୟକ୍ତି ତାଙ୍କୁ ବହୁତ ଭଲ ପାଉଥିଲା। ବାପା ମା ମଧ୍ୟ ସେହି ବ୍ୟକ୍ତିକୁ ବହୁତ ବିଶ୍ବାସ କରୁଥିଲେ। ମାତ୍ର ସେ ତାଙ୍କ ବିଶ୍ବାସ ଭାଙ୍ଗି ଥିଲା। ଅନୁଷ୍କା ଏହା ବି କହିଛନ୍ତି କି, ଯେତେବେଳେ ଅନୁଷ୍କା ବଡ଼ ହେଉଥିଲେ ସେ ବ୍ୟକ୍ତି ଜଣଙ୍କର ଅସଦାଚାର ଅଧିକ ବଢ଼ିଚାଲିଥିଲା। ତା ସହିତ ଅନ୍ୟ କିଛି ପୁରୁଷ ମଧ୍ୟ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଛନ୍ତି। ମାତ୍ର ସେହି ସମୟରେ ମୋତେ ଜଣାନଥିଲା କି ସେଠାରୁ କିଭଳି ବଞ୍ଚିତ ହୋଇପାରିବି।

୪. ସୋଫିୟା ହୟାତ: ଭାରତୀୟ ମଡେଲ ସୋଫିୟାଙ୍କୁ ମାତ୍ର ୧୦ ବର୍ଷ ବୟସ ହୋଇଥିଲା। ଦୁଷ୍କର୍ମ ଭଳି ଏକ ଭୟାନକ ଅପରାଧର ଶିକାର ହୋଇଥିଲେ ସୋଫିୟା। ଏହି ଅପରାଧ ତାଙ୍କ ଘରର ଜଣେ ସମ୍ପର୍କୀୟ କରିଥିଲା।

୫. ଡେଜି ଇରାନୀ: ବହୁ ପୁରୁଣା ଫିଲ୍ମର ଶିଶୁ କଳାକାର ଡେଜି ଇରାନିଙ୍କୁ ହୋଇଥିଲା ମାତ୍ର ୬ବର୍ଷ ବୟସ। ସେତେବେଳେ ସେ ଦୁଷ୍କର୍ମର ଶିକାର ହୋଇଥିଲେ। ତାହା ପୁଣି ଫିଲ୍ମ ସେଟରେ ହୋଇଥିଲା ବୋଲି ସେ କହିଛନ୍ତି।