ଭୁବନେଶ୍ୱର ୦୪/୦୬: ରୋଜଗାର କରିବା ପୁଅଙ୍କ ପାଇଁ ଯେତିକି ଜରୁରି, ଝିଅଙ୍କ ପାଇଁ ତା'ଠାରୁ ଅଧିକ ଜରୁରି । ଏବେ ପ୍ରଶ୍ନ ଉଠୁଛି କମ୍ ଦରମା ମିଳୁ ପଛେ ଚାକିରି କ’ଣ ପାଇଁ କରିବା ଦରକାର? କିଛି ଝିଅ ନିଜ ଯୋଗ୍ୟତାଠାରୁ କମ୍ ଦରମା ମିଳିଲେ ଚାକିରି କରିବାକୁ ପସନ୍ଦ କରି ନଥାନ୍ତି । କାରଣ ତାଙ୍କ ସାମାଜିକ ପ୍ରତିଷ୍ଠାରେ ଆଞ୍ଚ ଆସିବ । ତେଣୁ ସେମାନେ ଚାକିରି ଛାଡ଼ି ଘରେ ବସିପଡନ୍ତି, ଯାହା ଆଦୌ ଠିକ୍ ନୁହେଁ ।
ସ୍ୱଳ୍ପ ଦରମାରେ ଚାକିରି କଲେ ମଧ୍ୟ ଜଣେ ଝିଅ ନିଜର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ହେବାକୁ ପଡି ନଥାଏ । ଏହାବ୍ୟତୀତ ବାହାର ଦୁନିଆ ସହ ଯୋଡ଼ି ରହିପାରିବ । ସେହିପରି ଚାକିରି ମାଧ୍ୟମରେ ହିଁ ବାହାର ଦୁନିଆକୁ ନିକଟରୁ ଅନୁଭବ କରିବାର ସୁଯୋଗ ପାଇଥାଏ । ଅବଶ୍ୟ ଅନେକଙ୍କ ମତରେ ସ୍ୱଳ୍ପ ଦରମାର ଚାକିରିର କଣ ଫାଇଦା । ଯଦି ମିଳୁଥିବା ଦରମାରେ ଅଫିସ୍ ଯା’ଆସ କରିବା ସହ ନିଜର ମୌଳିକ ଆବଶ୍ୟକତା ପୂରଣ ହେବା ଜରୁରି । ସେଠାରେ ରହି ଅନ୍ୟ ଚାକିରି ପାଇଁ ପ୍ରୟାସ କରିପାରିବେ ।
ଭାବନାରେ ପରିବର୍ତ୍ତନ :
ବାସ୍ତବରେ ସମାଜରେ ଥିବା ରୂଢିବାଦୀମାନେ ସବୁବେଳେ ନାରୀମାନଙ୍କୁ ପୁରୁଷଙ୍କ ପଛରେ ରଖିବାକୁ ଚାହାନ୍ତି । ସେମାନେ କେବେବି ଚାହାନ୍ତିନି ନାରୀ ପୁରୁଷମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ବାଟ ଚାଲନ୍ତୁ । ଝିଅମାନେ ସେମାନଙ୍କର ଏହି ଭାବନାରେ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରିବା ଦରକାର । ଆଉ ପ୍ରମାଣିତ କରିବା ଦରକାର ଯେ ଝିଅମାନେ କୌଣସି ଗୁଣରେ ପୁରୁଷଙ୍କଠାରୁ କମ୍ ନୁହଁନ୍ତି । ସେଥିପାଇଁ ଝିଅମାନେ କେବଳ ମୋଟା ଅଙ୍କର ଦରମା ମିଳିଲେ ଚାକିରି କରିବି ନ ଭାବି ସ୍ୱଳ୍ପ ଦରମାରେ ଚାକିରି ଆରମ୍ଭ କରିବା ଆବଶ୍ୟକ । ସମାଜରେ ବହୁ ଲୋକ ଅଛନ୍ତି ଯେଉଁମାନେ ଝିଅଙ୍କୁ ପ୍ରତିବାଦ କରିବେ । ଏହାକୁ କର୍ଣ୍ଣପାତ ନ କରି ଝିଅମାନେ ଆଗକୁ ବଢିବା ଉଚିତ୍ । କାରଣ ସେମାନେ କେବଳ ଚାରିକାନ୍ଥର ଜୀବନ ଜୀଇଁବା ପାଇଁ ଜନ୍ମ ହୋଇ ନାହାନ୍ତି । ରୂଢିବାଦୀମାନେ ମହିଳାମାନଙ୍କ ପାଦରେ ବେଡ଼ି ବାନ୍ଧି ପକାଇ ରଖିବାକୁ ଚାହାଁନ୍ତି । ଝିଅମାନେ ନିଜ ବିଚାରଧାରା ବଦଳିବା ଦ୍ୱାରା ହିଁ ସମାଜରେ ସୁଧାର ଆଣିପାରିବେ ।
ନିଜେ ଆରମ୍ଭ କରନ୍ତୁ :
ଏକ ରିର୍ପୋଟ ଅନୁସାରେ ଭାରତରେ ୮ରୁ ୧୪ ବର୍ଷ ବୟସର ଝିଅମାନଙ୍କର ଏକ ବଡ଼ ସଂଖ୍ୟା ବିଭିନ୍ନ ଘରୋଇ କାମରେ ସଂପୃକ୍ତ ରହିଥାନ୍ତି । ଜୋତା କମ୍ପାନୀରେ ପାର୍ଟ ଟାଇମ କାମ ମଧ୍ୟ କରିଥାନ୍ତି । ସେହିପରି ଅନେକ ଝିଅ ପାମ୍ପଡ଼ ତିଆରି, ଆଚାର ତିଆରି ଓ ଖେଳନା ତିଆରି ଆଦି କାମରେ ନିୟୋଜିତ ହେଉଛନ୍ତି । ସେହିପରି ପ୍ରାୟ ଝିଅ ଘରୋଇ ସହାୟିକା ଭାବେ କାମ କରୁଛନ୍ତି ।
କାମରେ ସଚୋଟ୍ଟତା ଜରୁରି :
ଝିଅମାନେ ବେବି କେୟାର୍ ସେଣ୍ଟର୍ରେ ପାର୍ଟ ଟାଇମ୍ ଚାକିରି କରିପାରିବେ । ପିଲାମାନଙ୍କୁ ଖେଳାଇବା ଓ ଦାୟିତ୍ୱ ନେବାରେ ଝିଅମାନେ ବେଶ୍ ପାରଙ୍ଗମ । ଏଠାରେ ଭଲ ଦରମା ମଧ୍ୟ ମିଳିଥାଏ । ସେହିପରି ବୟସ୍କ ଲୋକଙ୍କ ଯତ୍ନ ନେବା କ୍ଷେତ୍ରରେ ଝିଅମାନେ କେୟାର ଟେକର୍ ଭାବେ କାମ କରିପାରିବେ । ଡିପାର୍ଟମେଣ୍ଟାଲ ଷ୍ଟୋର୍ରେ ମଧ୍ୟ କାମ କରିପାରିବେ । ଏହି ଚାକିରିକୁ ଛୋଟ ମନେ କରିବା ଅନୁଚିତ୍ । କିନ୍ତୁ ପ୍ରତିଟି ଝିଅ ନିଜ କାମକୁ ସଚୋଟ୍ଟ ଭାବେ କରିବା ଉଚିତ୍ । ଫଳରେ କ୍ୟାରିଅରରେ ଆଗକୁ ବଢିବା ସହଜ ହେବ ।
ଆହୁରି ପଢ଼ନ୍ତୁ...ଶାଶୂଙ୍କ ସହ ମନ ମିଶୁନି କି? ଜାଣନ୍ତୁ ପରିବାରରେ କିପରି ରଖିବେ ସନ୍ତୁଳନ
ରୋଜଗାର କରିବାର ଫାଇଦା ଚାକିରି କରିବା ଦ୍ୱାରା ଝିଅମାନେ ବାହାର ଦୁନିଆ ସହ ଜଡ଼ିତ ରହିପାରିବେ । ଏପରିକି ଘରର କୌଣସି ନିଷ୍ପତିରେ ନିଜର ରାୟ ଦେଇପାରିବେ । ସମାଜ ସହ ଅପ୍ ଟୁ ଡେଟ୍ ମଧ୍ୟ ରହିପାରିବେ ।