ସତ ହୋଇପାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଚା’ ପିଇବାର ସ୍ବପ୍ନ,ବାସ୍ କରିବାକୁ ହେବ ଏହି କାମ

ନୂଆଦିଲ୍ଲୀ,୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇନକମ୍ ଟ୍ୟାକ୍ସ ଦେଉଥିବା ଲୋକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ନୂଆ ଯୋଜନା ଆଣିଛନ୍ତି। ତାହା ହେଲା ସବୁଠାରୁ ଅଧିକ ଟ୍ୟାକ୍ସ ଦେଉଥିବା ଲୋକ ପ୍ରଧାନମନ୍ତ୍ରୀ କିମ୍ବା ଅର୍ଥମନ୍ତ୍ରୀଙ୍କ ସହିତ ଚା’ ପିଇବା ସୁଯୋଗ ମିଳିବ। ଏମିତିତି ସରକାର ପୂର୍ବରୁ ବହୁ ନନ-ମନିଟିରିଂ ଇନସେନଟିଭ ଦେଇଆସୁଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଚା’ ପେ ଚର୍ଚ୍ଚା ଦ୍ବାରା ଟ୍ୟାକ୍ସ ଦେଉଥିବା ଲୋକଙ୍କୁ ଆଉ ଅଧିକ ପ୍ରୋତ୍ସହନ ମିଳିବ।
ଏକ ରିପୋର୍ଟ ଅନୁସାରେ, ଏହି ମାମଲାରେ ସୂଚନା ରଖିଥିବା ଲୋକମାନେ କହିଛନ୍ତି ଯେ, ସରକାରଙ୍କ ଏହି ଚେଷ୍ଟାର ଲକ୍ଷ୍ୟ ଇନକମ ଟ୍ୟାକ୍ସ କଲେକସନକୁ ବଢାଇବା। ନିଜର ଦ୍ବିତୀୟ କାର୍ଯ୍ୟକାଳରେ ନରେନ୍ଦ୍ର ମୋଦି ସରକାରଙ୍କ ଯୋଜନା ଟ୍ୟାକ୍ସ ସିଷ୍ଟମକୁ ଅଧିକ ଆଗେଇ ନେଇଛି। ଏବେ ଦରକାର ହେଉଛି ନିଜର ପ୍ରଥମ ବଜେଟରେ ସରକାର ଏ ବିଷୟରେ କୌଣସି ଘୋଷଣା କରିପାରନ୍ତି। ପୂର୍ବରୁ ମଧ୍ୟ ଏଭଳି ବହୁ ସୁଯୋଗ ଆସିଛି ଯେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୟାକ୍ସ ଦେଉଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି। କିନ୍ତୁ ଏବେ ଏକାଠି ସାଙ୍ଗ ହୋଇ ଚା’ ପିଇବା ସ୍କିମ୍ ନିଶ୍ଚିତ ଭାବରେ ସରକାରଙ୍କ ଟ୍ୟାକ୍ସ କଲେକସନକୁ ବୃଦ୍ଧି କରିବ। ଆଜି ପର୍ଯ୍ୟନ୍ତ ଟ୍ୟାକ୍ସ ଡିପାର୍ଟମେଣ୍ଟ ସବୁଠାରୁ ଅଧିକ ଟ୍ୟାକ୍ସ ଦେଉଥିବା ଲୋକଙ୍କୁ ଇମ୍ପେ୍ରସିଏଶନ୍ ସାର୍ଟିଫିକେଟ୍ ଦେଉଥିଲା।
ସରକାରଙ୍କ ଟ୍ୟାକ୍ସ କଲେକସନ୍ କରିବାର ଏହି ଆଇଡିଆ ସେତେବେଳେ ଆସିଥିଲା। ଯେତେବେଳେ ୩୧ ମାର୍ଚ୍ଚରେ ଶେଷ ଆର୍ଥିକ ବର୍ଷର ଡାଇରେକ୍ଟ ଟ୍ୟାକ୍ସ କଲେକସନ୍ ସରକାରଙ୍କ ରିଭାଇଜଡ ଟାର୍ଗେଟ ଠାରୁ ମଧ୍ୟ କମ୍ ରହିଥିଲା। ସରକାର ୧୨ଲକ୍ଷ କୋଟି ଟଙ୍କାର ଟ୍ୟାକ୍ସ କଲେକସନ୍ କରିଥିଲେ। ସରକାର ଦ୍ବିତୀୟ କାର୍ଯ୍ୟକାଳରେ ଓ୍ବେଲଫେୟାର ସ୍କିମକୁ ବଢାଇବାକୁ ଚାହାଁନ୍ତି। ତେଣୁ ଅଧିକ ଫଣ୍ଡର ଆବଶ୍ୟକତା ହେବ। ସରକାର ଏବେ ଅଧିକରୁ ଅଧିକ କୃଷକଙ୍କୁ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧିର ଫାଇଦା ଦେବାକୁ ଚାହାଁନ୍ତି। ଏହାଦ୍ବାରା ସରକାରୀ ଖର୍ଚ୍ଚ ବଢିବ। ଯାହାର କ୍ଷତିପୂରଣ ଟ୍ୟାକ୍ସ କଲେକସନରୁ ଆଦାୟ କରାଯିବ।