ପ୍ରମୂଖ ଖବର
  • ବାଲେଶ୍ୱର : ବାସଭବନରେ ପହଞ୍ଚିଲା ପ୍ରଶାନ୍ତଙ୍କ ପ୍ରାର୍ଥିବ ଶରୀର, ଶୋଭାଯାତ୍ରା ପରେ ହେବ ଅନ୍ତିମ ସଂସ୍କାର
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

Prada: ଭର୍ସାଚେକୁ କିଣିଲା ଇଟାଲୀୟ ଫ୍ୟାଶନ ବ୍ରାଣ୍ଡ ପ୍ରାଡା; ୧.୩୭୫ ବିଲିୟନ ଡଲାରରେ ହେଲା ଚୁକ୍ତି

Published By : Bijay Swain | April 10, 2025 8:58 PM

Image courtesy: indiatoday

ନୂଆଦିଲ୍ଲୀ: ଇଟାଲୀର ପ୍ରସିଦ୍ଧ ଲଗ୍ଜରୀ ଫ୍ୟାଶନ ଗ୍ରୁପ୍ ପ୍ରାଡା ତା’ର ପ୍ରତିଦ୍ୱନ୍ଦ୍ୱୀ ଭର୍ସାଚେକୁ ଆମେରିକାର କାପ୍ରି ହୋଲ୍ଡିଂସ୍‌ରୁ ୧.୩୭୫ ବିଲିୟନ ଡଲାରରେ କିଣିବା ପାଇଁ ଏକ ଚୁକ୍ତି କରିଛି। ଏହି ଚୁକ୍ତି ଇଟାଲୀର ଦୁଇ ବଡ଼ ଫ୍ୟାଶନ ବ୍ରାଣ୍ଡକୁ ଏକତ୍ରିତ କରିଛି, ଯାହା ଲଗ୍ଜରୀ ଫ୍ୟାଶନ ଜଗତରେ ଇଟାଲୀର ସ୍ଥିତିକୁ ଆହୁରି ମଜବୁତ କରିବ। 

ବିଗତ କିଛି ବର୍ଷ ମଧ୍ୟରେ ଲଗ୍ଜରୀ ବଜାରରେ ଚାହିଦା କମିବା ସତ୍ତ୍ୱେ ପ୍ରାଡା ନିଜର ସଫଳତା ବଜାୟ ରଖିଛି। ତେବେ ଏହି ଅଧିଗ୍ରହଣ ମାଧ୍ୟମରେ ପ୍ରାଡା ନିଜର ସାମ୍ରାଜ୍ୟକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପଟେ ଭର୍ସାଚେ ଗତ କିଛି ତ୍ରୈମାସିକ ଆର୍ଥିକ ମାସରେ ଲଗାତାର ଭାବେ କ୍ଷତି ସହି ଚାଲିଛି। ଏହି ମର୍ଜର ଫ୍ରାନ୍ସର ବଡ଼ ଲଗ୍ଜରୀ ଗ୍ରୁପ୍‌ଗୁଡ଼ିକ ଯଥା ଏଲ୍‌ଭିଏମ୍‌ଏଚ୍‌ (LVMH) ପରି ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ପ୍ରତିଯୋଗିତା କରିବାରେ ଇଟାଲୀକୁ ସହାୟତା କରିବ ବୋଲି ଆଶା କରାଯାଉଛି।

ପ୍ରାଡାର ଚେୟାରମ୍ୟାନ୍ ପାଟ୍ରିଜିଓ ବର୍ଟେଲି କହିଛନ୍ତି, "ଆମେ ଭର୍ସାଚେର ଐତିହ୍ୟକୁ ଜାରି ରଖିବା ସହ ଏହାର ଅବିସ୍ମରଣୀୟ ଯାତ୍ରାକୁ ପୁନର୍ବ୍ୟାଖ୍ୟା କରିବାର ଲକ୍ଷ୍ୟ ରଖିଛୁ।" ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରାଡା ଭର୍ସାଚେକୁ ଏକ ମଜବୁତ ପ୍ଲାଟଫର୍ମ ଯୋଗାଇ ଦେବ। ଯାହା ବର୍ଷବର୍ଷ ଧରି ଚାଲିଆସିଥିବା ନିବେଶ ଏବଂ ଦୀର୍ଘକାଳୀନ ସମ୍ପର୍କ ଉପରେ ଆଧାରିତ ରହିବ।

ଏହି ଚୁକ୍ତିର ମୂଲ୍ୟ କାପ୍ରି ହୋଲ୍ଡିଂସ୍‌ ଦ୍ୱାରା ୨୦୧୮ରେ ଭର୍ସାଚେ ପାଇଁ ଦିଆଯାଇଥିବା ୨.୧୫ ବିଲିୟନ ଡଲାର (ଋଣ ସହିତ) ତୁଳନାରେ ବହୁତ କମ୍‌। ସେତେବେଳେ ଭର୍ସାଚେ ପରିବାର ଏବଂ ବ୍ଲାକ୍‌ଷ୍ଟୋନ୍‌ରୁ ଏହା କିଣା ଯାଇଥିଲା। ଡୋନାଟେଲା ଭର୍ସାଚେଙ୍କ ଭାଇ ଜିଆନ୍ନି ଭର୍ସାଚେଙ୍କ ହତ୍ୟା ପରେ ସେ ୧୯୯୭ରେ ତାଙ୍କ ବ୍ରାଣ୍ଡକୁ ବିଶ୍ୱର ପ୍ରମୁଖ ଲଗ୍ଜୁରି ବ୍ରାଣ୍ଡ କରିବାପାଇଁ ଏକ ସୃଜନଶୀଳ ନେତୃତ୍ୱ ନେଇଥିଲେ।ସେ ମଧ୍ୟ ଏହି ନୂଆ ଭାଗିଦାରୀକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, "ଜିଆନ୍ନି ଏବଂ ମିଉଚିଆ, ପାଟ୍ରିଜିଓ ଏବଂ ସେମାନଙ୍କ ପରିବାର ପ୍ରତି ସର୍ବଦା ବଡ଼ ସମ୍ମାନ ରହିଛି। ଏକ ଭରସାଯୋଗ୍ୟ ଇଟାଲୀୟ ପରିବାର ହାତରେ ଏହି ବ୍ୟବସାୟର ବ୍ରାଣ୍ଡ ରହିବା ମୋ ପାଇଁ ଗୌରବର ବିଷୟ।"

ଏହି ଅଧିଗ୍ରହଣ ଚଳିତ ବର୍ଷର ଦ୍ୱିତୀୟାର୍ଦ୍ଧରେ ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ୧.୫ ବିଲିୟନ ୟୁରୋର ନୂଆ ଋଣ ମାଧ୍ୟମରେ ଭର୍ସାଚେର ଏହି ଅର୍ଥଭରଣ କରାଯିବ। ଯାହା ଇଟାଲୀୟ ଫ୍ୟାଶନ ଇଣ୍ଡଷ୍ଟ୍ରି ପାଇଁ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବ ବୋଲି ଆଶା କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.