ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ସଂସଦରେ ମହିଳା ସାଂସଦ ଶିଶୁକୁ କରାଇଲେ ସ୍ତନ୍ୟପାନ , ତାଳି ମାରି ପ୍ରଶଂସା କଲେ ସମସ୍ତେ

ରୋମ୍‌ – ଇଟାଲୀ ଇତିହାସରେ ପ୍ରଥମ ଘଟଣା ଦେଖିବାକୁ ମିଳିଛି । ଏହାକୁ ନେଇ ସେଠାର ଜଣେ ମହିଳା ସାଂସଦ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ଇଟାଲୀର ସାଂସଦ ଗିଲଡା ସ୍ପୋର୍ଟିଏଲୋ ସଂସଦରେ ନିଜର ଶିଶୁକୁ ସ୍ତନ୍ୟପାନ (ବ୍ରେଷ୍ଟଫିଡିଂ) କରାଇବାର ଜଣେ ପ୍ରଥମ ରାଜନେତା ହୋଇ ପାରିଛନ୍ତି। ଗିଲ୍ଡା ସ୍ପୋର୍ଟିୟେଲୋ ବୁଧବାର ଚ୍ୟାମ୍ୱର ଅଫ୍‌ ଡେପୁଟୀ ( ନିମ୍ନ ସଦନ)ରେ ନିଜର ନବଜାତ ଶିଶୁକୁ ସ୍ତନ୍ୟପାନ କରାଇଥିଲେ। ୩୬ ବର୍ଷିୟା ଏହି ସାଂସଦ ନିଜର ଦୁଇ ମାସର ଶିଶୁ ଫ୍ରେଡରିକୋଙ୍କୁ ସଂସଦରେ କ୍ଷୀର ପିଆଉ ଥିଲେ। ତାଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରି ସବୁ ସାଂସଦମାନେ ତାଳି ବଜାଇ ଥିଲେ। ଇଟାଲୀର ସଂସଦରେ ନିମ୍ନ ସଦନକୁ ପୁରୁଷ ପ୍ରଧାନ ଭାବେ ମନେକରାଯାଏ। ଏମିତିରେ ଗିଲ୍ଡା ସ୍ପୋର୍ଟିୟେଲୋଙ୍କର ଏହି ଐତିହାସିକ ପଦକ୍ଷେପକୁ ଖୁବ୍ ପ୍ରଶଂସା କରାଯାଉଛି।

ଏହାସହ ମଧ୍ୟ ପଢନ୍ତୁ -ସଂସଦରେ ଯୁକ୍ତିତର୍କ ଚାଲିଥିବା ସମୟରେ ପ୍ରେମିକାକୁ ପ୍ରପୋଜ୍ କଲେ ସାଂସଦ

ଉଲ୍ଲେଖନୀୟ ଯେ, ଗିଲ୍ଡା ସ୍ପୋର୍ଟିୟେଲୋ ସଂସଦରେ ଭୋଟିଂ କରିବାକୁ ନିଜର ଶିଶୁକୁ ସାଥିରେ ଧରି ଆସିଥିଲେ। ସେ ପ୍ରଥମେ ଭୋଟ କରିଥିଲେ ଏବଂ ପୁଣି ନିଜର ଶିଶୁକୁ ନେଇ ଉଚ୍ଚ ବେଞ୍ଚରେ ଯାଇ ବସିଥିଲେ । ସେଠାରେ ସେ ଶିଶୁକୁ ସ୍ତନ୍ୟପାନ କରାଉ ଥିବା ବେଳେ ସଦନ ତାଳି ମାଡ଼ରେ କମ୍ପି ଥିଲା । ସାଥି ସାଂସଦମାନେ ଅନେକ ସମୟ ଯାଏ ତାଳି ବଜାଉ ଥିଲେ। ସଂସଦୀୟ ଅଧିବେଶନର ଅଧ୍ୟକ୍ଷତା କରି ଜିୟୋର୍ଜିୟୋ ମୂଲେ କହିଥିଲେ କି, ଏହା ଇଟାଲୀ ଇତିହାସରେ ପ୍ରଥମ ଥର ଏମିତି ହୋଇଛି , ଯାହାକି ସବୁ ଦଳର ସମର୍ଥନ ସହ କୌଣସି ମହିଳା ଶିଶୁକୁ ସଂସଦରେ ସ୍ତନ୍ୟପାନ କରାଇଛନ୍ତି।

ଇଟାଲୀର ବାମପନ୍ଥୀ ଫାଇଭ-ଷ୍ଟାର ମୁଭମେଣ୍ଟ ପାର୍ଟି ସହ ଜଡ଼ିତ ଗିଲ୍ଡା ସ୍ପୋର୍ଟିଏଲୋ କହିଛନ୍ତି କି ଅନେକ ମହିଳା ସମୟ ପୂର୍ବରୁ ଶିଶୁକୁ ସ୍ତନ୍ୟପାନ କରାଇବା ବନ୍ଦ କରି ଦିଅନ୍ତି । ସେମାନେ ଏମିତି ନିଜର ଇଚ୍ଛାରେ କରନ୍ତି ନାହିଁ , ବରଂ ତାଙ୍କୁ ଏମିତି କରିବାକୁ ପଡ଼ିଥାଏ , କାରଣ ତାଙ୍କୁ କାର୍ଯ୍ୟସ୍ଥଳକୁ ଆସିବାକୁ ବାଧ୍ୟ କରାଯାଇ ଥାଏ ।

ଏହାସହ ମଦ୍ୟ ପଢନ୍ତୁ - ‘ମୋ ପଦଯାତ୍ରାର ଖୁଲାସା ୧୬ ଜୁନରେ ଧିରେନ୍ଦ୍ର ଶାସ୍ତ୍ରୀ ନିଜେ କରିବେ’

ସୂଚନା ଯେ, ଗତ ବର୍ଷ ଇଟାଲୀର ଏକ  ସଂସଦୀୟ ନିୟମ ପ୍ୟାନେଲ ମହିଳା ସାଂସଦଙ୍କୁ ନିଜ ସାଥିରେ ଶିଶୁଙ୍କୁ ଧରି ଗୃହକୁ ଆସିବା ଓ ତାଙ୍କୁ ୧ବର୍ଷ ବୟସ ଯାଏ ସ୍ତନ୍ୟପାନ କରାଇବାର ଅନୁମତି ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.