ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଇଟାଲୀରୁ ୧ ଲକ୍ଷ ଗୋଳା ବରାଦ ଦେଇଛି ପାକ୍‌

ନୂଆଦିଲ୍ଲୀ,୨୦ ।୧(ଏଜେନ୍ସି): ଭାରତୀୟ ସେନା ଦ୍ୱାରା ଆନ୍ତର୍ଜାତିକ ସୀମା ଏବଂ ନିୟନ୍ତ୍ରଣ ରେଖା ନିକଟରେ କରାଯାଉଥିବା ପ୍ରଚଣ୍ଡ ଆକ୍ରମଣରେ ଭୟଭୀତ ପାକିସ୍ତାନ ଏବେ ଭାରତକୁ ଜବାବ ଦେବା ଲକ୍ଷ୍ୟରେ ଇଟାଲୀରୁ ୧ ଲକ୍ଷ ତୋପ ଗୋଳା କିଣିବାକୁ ଅର୍ଡର ଦେଇଛି । ଭାରତୀୟ ଗୁଇନ୍ଦା ସଂସ୍ଥାଙ୍କୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ସେନାର ତୋପମାଡ଼ ଯୋଗୁ ପାକିସ୍ତାନର ବିପୁଳ କ୍ଷତି ହେଉଛି । ସିଏ ସାର୍ବଜନୀନ ଭାବେ ଏହାକସ୍ୱୀକାର କରୁନଥିଲେ ମଧ୍ୟ ଭିତରେ ଭିତରେ ଏହାଯୋଗୁ ଚିନ୍ତିତ ହୋଇପଡ଼ିଛି ଏବଂ ଭାରତ ଉପରେ ପ୍ରତିଶୋଧ ନେବାକୁ ଉପାୟ ଖୋଜୁଛି । ଏଥିପାଇଁ ସିଏ ଏବେ ଇଟାଲୀରୁ ହ୍ୱିଜର ଗନ୍‌( ତୋପ)ରେ ବ୍ୟବହାର କରାଯିବାକୁ ଥିବା ୧ ଲକ୍ଷ ଗୋଳା କିଣିବାକୁ ସ୍ଥିର କରିଛି । ପାକିସ୍ତାନ ମଧ୍ୟ ଇଟାଲୀରୁ ୧୨୧ଟି ହ୍ୱିଜର ଗନ୍‌ କ୍ରୟ କରିବାକୁ ନିଷ୍ପତ୍ତି ନେଇଛି । ଏଥିରୁ ଅନୁମାନ କରାଯାଉଛି କି ଭାରତୀୟ ସେନାର ତୋପମାଡ଼ର ଜବାବ ଦେବାକୁ ପାକିସ୍ତାନ ଏପରି ପଦକ୍ଷେପ ନେଉଛି । ସେହିପରି ଏଗୁଡିକୁ ବ୍ୟବହାର କରି ସିଏ ଆଗାମୀ ଦିନରେ ସୀମାରେ ଥିବା ଭାରତୀୟ ସେନାର ବଙ୍କରଗୁଡ଼ିକୁ ଟାର୍ଗେଟ କରିପାରେ । ଭାରତୀୟ ଗୁଇନ୍ଦା ସଂସ୍ଥାର ଜଣେ ଅଧିକାରୀ କହିଛନ୍ତି କି ପାକିସ୍ତାନ ଏତେ ବିପୁଳ ପରିମାଣର ଗୋଳା କ’ଣ ପାଇଁ କ୍ରୟ କରୁଛି ଏବଂ ସେଗୁଡ଼ିକୁ କେଉଁଠାରେ ବ୍ୟବହାର କରିବାକୁ ଯୋଜନା କରିଛି, ସେସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରାଯାଉଛି । କିନ୍ତୁ ପାକିସ୍ତାନ ଦ୍ୱାରା ଚୀନ୍‌ ପରିବର୍ତ୍ତେ ଇଟାଲୀରୁ ହ୍ୱିଜର ଗନ୍‌ କିଣାଯିବା ଭାରତୀୟ ପ୍ରତିରକ୍ଷା ବିଶେଷଜ୍ଞଙ୍କୁ ଚକିତ କରିଦେଇଛି । ସେମାନେ ସନ୍ଦେହ କରୁଛନ୍ତି କି ଚୀନ୍‌ର ହ୍ୱିଜର ଗନକୁ ଏତେ ଭଲ ବୋଲି ବୋଧହୁଏ ପାକିସ୍ତାନ ଭାବୁନାହିଁ କିମ୍ବା ଚୀନ୍‌ର ହ୍ୱିଜର ଗନ୍‌ ଅଧିକ ବ୍ୟୟବହୁଳ ହୋଇଥାଇପାରେ । ଉଲ୍ଲେଖଯୋଗ୍ୟ, ଭାରତ ୨୦୧୭ ନଭେମ୍ବରରେ ଆମେରିକା ଠାରୁ ୧୪୫ଟି ହାଲୁକା ହ୍ୱିଜର ଗନ୍‌ କିଣିବାକୁ ଚୁକ୍ତି କରିଛି । ଏଗୁଡ଼ିକୁ ସାମରିକ ପରିବହନ ବିମାନରେ ବିଭିନ୍ନ ସ୍ଥାନକୁ ବି ନିଆଯାଇପାରିବ । ବିଶେଷ କରି ପାର୍ବତ୍ୟାଞ୍ଚଳ ପାଇଁ ଏହା ଅଧିକ ଉପଯୋଗୀ ସାବ୍ୟସ୍ତ ହେବ । ଭାରତ ଦ୍ୱାରା ଏପରି ଚୁକ୍ତ କରାଯିବା ପରେ ପାକିସ୍ତାନ ଏକ୍ଷେତ୍ରରେ ପଛରେ ପଡ଼ିଯିବାକୁ ଚାହୁଁନଥିଲା । ତେଣୁ ସିଏ ଇଟାଲୀରୁ ଏଭଳି ତୋପ କିଣିବାକୁ ନିଷ୍ପତ୍ତି ନେଇଥିଲା ।

Copyright © 2022 - Summa Real Media Private Limited. All Rights Reserved.