ରୋମ୍, ୦୫/୦୪: ଆମେରିକା-ଇସ୍ରାଏଲ ଏବଂ ଇରାନ ଯୁଦ୍ଧକୁ ନେଇ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି, ଭୂ-ରାଜନୈତିକ ଦୃଷ୍ଟିକୋଣରୁ ୟୁରୋପ ଆମେରିକା ନିକଟରୁ ପୃଥକ ହେବାରେ ସେତେ ଅଧିକ ଫାଇଦା ନାହିଁ ବୋଲି ସେ ମନେ କରୁଛନ୍ତି । କିନ୍ତୁ ଜାତୀୟ ସ୍ୱାର୍ଥର ରକ୍ଷା ଜରୁରି ଥିଲା । କାରଣ ଯେତେବେଳେ ଆମେ କୌଣସି କଥାକୁ ନେଇ ଅହସମତ ହୋଇଥାନ୍ତି ସେତେବେଳେ ତାହା ପ୍ରକାଶ କରିବା ଆବଶ୍ୟକ । ଏଥିସହ ଏଥରକ ଆମେ ଅସହମତ ଅଛୁ ବୋଲି ସେ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି । ମେଲୋନି ଏବେ ସାଉଦି ଆରବରେ ଅଛନ୍ତି । ସେଠାରେ ଇଟାଲୀ ଲାଗି ଶକ୍ତି ଯୋଗାଣ ସୁନିଶ୍ଚିତ କରିବାକୁ ଉଦ୍ୟମ କରୁଛନ୍ତି ।

ତାଙ୍କ ଅନୁସାରେ, ଯୁଦ୍ଧର ପ୍ରଭାବ ଇଟାଲୀର ଅର୍ଥବ୍ୟବସ୍ଥା ଉପରେ ପଡୁଛି । ତେବେ ତାଙ୍କ ସରକାର ସାଧାରଣ ଜନତା ଏବଂ ବ୍ୟବସାୟୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି । କିଛି ଦିନ ପୂର୍ବରୁ ଇଟାଲୀ ଏକ ଆମେରିକୀୟ ବିମାନକୁ ସିସିଲିର ଏକ ସାମରିକ ଠିକଣା ବ୍ୟବହାର କରିବାକୁ ରୋକିଥିଲା । ଏହାପରେ ମେଲୋନୀଙ୍କର ଏଭଳି ବୟାନ ସାମ୍ନାକୁ ଆସିଛି।

ଅଧିକ ପଢ଼ନ୍ତୁ :-  F15 ପାଇଲଟଙ୍କୁ ଇରାନରୁ ଖୋଜି ବାହାର କଲା ଆମେରିକା, ଟ୍ରମ୍ପ କହିଲେ ରେସ୍କ୍ୟୁ ଅପରେସନ୍ କାହାଣୀ...