ନୂଆଦିଲ୍ଲୀ,୦୫/୦୪; ଉଗ୍ର ହେଉଛି ମଧ୍ୟପ୍ରାଚ୍ୟ ଯୁ୍ଦ୍ଧ । ୩୭ତମ ଦିନରେ ପହଞ୍ଚିଛି ଇରାନ-ଇସ୍ରାଏଲ ଏବଂ ଆମେରିକା ବିବାଦ । F15 ପାଇଲଟ ଇରାନରୁ ଉଦ୍ଧାର ହୋଇଥିବା ଖବର ସାମ୍ନାକୁ ଆସୁଛି । ରାଷ୍ଟ୍ରପତି ଟ୍ରମ୍ପ ରେସ୍କ୍ୟୁ ଅପରେସନ କଥା କହି କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା କଥା କହିଛନ୍ତି । ଇରାନ୍‌ରୁ ନିଜ ଦ୍ବିତୀୟ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଆମେରିକା । ଭୀଷଣ ଗୁଳିମାଡ଼ ମଧ୍ୟରେ F-15 ବିମାନର ନିଖୋଜ ପାଇଲଟ ଉଦ୍ଧାର ହୋଇଛନ୍ତି । ଆମେରିକା ସ୍ପେଶାଲ ଫୋର୍ସର ରେସ୍କ୍ୟୁ ଟିମ୍ ଦ୍ବାରା ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । F-15 ବିମାନକୁ ଇରାନ ମାରି ଖସାଇବା ପରେ ପାଇଲଟ୍ ନିଖୋଜ ଥିଲେ । ପାଇଲଟଙ୍କୁ ଧରାଇ ଦେବାକୁ ବଡ଼ ପୁରସ୍କାର ଘୋଷଣା କରିଥିଲା ଇରାନ୍ ।

ଇରାନ ଦ୍ୱାରା ଖସାଇ ଦିଆଯାଇଥିବା ଆମେରିକୀୟ F-15Eର ଉଭୟ ପାଇଲଟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଇରାନ ଏପ୍ରିଲ ୩ରେ F-15Eକୁ ଖସାଇ ଦେଇଥିଲା । ପ୍ରଥମ ପାଇଲଟଙ୍କୁ ସେହି ଦିନ ଉଦ୍ଧାର କରାଯାଇଥିଲା, କିନ୍ତୁ ଦ୍ୱିତୀୟ ପାଇଲଟ ଦୁଇ ଦିନ ଧରି ନିଖୋଜ ଥିଲେ । ଏବେ, ସେହି ପାଇଲଟଙ୍କୁ ମଧ୍ୟ ଆମେରିକୀୟ ସାମରିକ ଉଦ୍ଧାର ଦଳ ଉଦ୍ଧାର କରିଛି । ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହା ନିଶ୍ଚିତ କରିଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ଆମେରିକୀୟ ସେନା ଇତିହାସର ସବୁଠାରୁ ଲମ୍ବା ଉଦ୍ଧାର କାର୍ଯ୍ୟ ମଧ୍ୟରୁ ଗୋଟିଏ କରିଛି । ଇରାନ ଦୁଇ ଜଣ ପାଇଲଟଙ୍କୁ ନେଇ ଯାଉଥିବା ଏକ ଆମେରିକୀୟ ସାମରିକ F-15E ଲଢ଼ୁଆ ବିମାନକୁ ଗୁଳି କରି ଖସାଇ ଦେଇଥିଲା । ଏହା ପରେ, ଆମେରିକୀୟ ସେନା ଇରାନରେ ଏକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରଥମ ପାଇଲଟଙ୍କୁ ସେହି ଦିନ ଉଦ୍ଧାର କରାଯାଇଥିଲା, ଯେତେବେଳେ ଦ୍ୱିତୀୟ ପାଇଲଟ ନିଖୋଜ ଥିଲେ । ତାଙ୍କୁ ମଧ୍ୟ ଏବେ ଉଦ୍ଧାର କରାଯାଇଛି । ଆମେରିକା ଏବଂ ଇରାନ ମଧ୍ୟରେ ପ୍ରବଳ ଗୁଳି ବିନିମୟ ମଧ୍ୟ ହୋଇଥିଲା ।

ଏହା ବି ପଢନ୍ତୁ...ଘମାଘୋଟ ଲଢେଇ; ଇରାନ ଡ୍ରୋନ୍‌ ଷ୍ଟ୍ରାଇକରେ ଥରିଲା କୁଏତ, ପାୱାର-ୱାଟର ପ୍ଲାଣ୍ଟ ଧ୍ୱଂସ  

​​​​​​​ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଉଦ୍ଧାର କାର୍ଯ୍ୟ ବାବଦରେ ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରିଛନ୍ତି, "ଆମେ ତାଙ୍କୁ ରକ୍ଷା କରିଛୁ । ମୋର ପ୍ରିୟ ଆମେରିକୀୟ ସାଥୀମାନେ, ଗତ କିଛି ଘଣ୍ଟା ମଧ୍ୟରେ, ଆମେରିକୀୟ ସେନା ଆମେରିକୀୟ ଇତିହାସର ସବୁଠାରୁ ସାହସିକ ଉଦ୍ଧାର କାର୍ଯ୍ୟ କରିଛି । ଆମର ଜଣେ ଯୋଦ୍ଧାଙ୍କୁ ପାଇଛୁ ।  ମୁଁ ଖୁସିର ସହିତ ଜଣାଇ ଦେଉଛି ଯେ ସେ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ସୁସ୍ଥ । ଏହି ସାହସୀ ଯୋଦ୍ଧା ଇରାନର ବିପଦପୂର୍ଣ୍ଣ ପର୍ବତମାଳାରେ ଶତ୍ରୁ ସୀମା ପଛରେ ଫସି ଯାଇଥିଲେ, ଏବଂ ଆମ ଶତ୍ରୁମାନେ ତାଙ୍କୁ ପିଛା କରୁଥିଲେ । ସେମାନେ ପ୍ରତି ଘଣ୍ଟାରେ ତାଙ୍କ ନିକଟତର ହେଉଥିଲେ।  କିନ୍ତୁ ସେ କେବେ ଏକା ନଥିଲେ, କାରଣ ତାଙ୍କର ସେନାଧ୍ୟକ୍ଷ, ଯୁଦ୍ଧ ସଚିବ, ମିଳିତ ମୁଖ୍ୟ କର୍ମଚାରୀଙ୍କ ଅଧ୍ୟକ୍ଷ ଏବଂ ତାଙ୍କ ସାଥୀ ଯୋଦ୍ଧାମାନେ ୨୪ ଘଣ୍ଟା ତାଙ୍କ ସ୍ଥାନ ଉପରେ ନଜର ରଖୁଥିଲେ ଏବଂ ତାଙ୍କୁ ଉଦ୍ଧାର କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ ।