ଛାତ୍ରଛାତ୍ରୀମାନେ ପୁଲିସ ଓ ସୈନିକଙ୍କ ପାଇଁ ତିଆରି କଲେ ସ୍ପେଶାଲ ହେଲମେଟ୍ , ଏଥିରେ ରହିଛି ଅନେକ ହାଇଟେକ୍ ସୁବିଧା

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି ଆଣ୍ଡ ମ୍ୟାନେଜମେଣ୍ଟ (ଆଇଟିଏମ) ଗୋରଖପୁରର ଛାତ୍ରଛାତ୍ରୀମାନେ ସୈନିକ ଓ ପୁଲିସ କର୍ମଚାରୀଙ୍କ ପାଇଁ ଏକ ବିଶେଷ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆଧାରିତ ଫାୟାରିଂ ହେଲମେଟର ଆବିଷ୍କାର କରିଛନ୍ତି। କଲେଜ୍ର ନିର୍ଦ୍ଦେଶକଙ୍କ ମୁତାବିକ ଏଆଇ ଆଧାରିତ ଫାୟାରିଂହେଲମେଟ୍ରେ ଜିପିଏସ୍ ଟ୍ରାକର ଲାଗିଛି ଏବଂ ଏହି ଆଧାର ବା ନିୟନ୍ତ୍ରଣ କକ୍ଷକୁ ଫଟୋ ଓ ଭିଡ଼ିଓ ପଠାଇ ପାରିବ। ଏହି ପ୍ରକଳ୍ପ ସହ ଜଡ଼ିତ ଛାତ୍ରମାନଙ୍କ ମଧ୍ୟରୁ ଜଣେ କହିଛନ୍ତି କି ଯଦି କେହି ସୈନିକଙ୍କ ସଂପର୍କ କଟିଗଲେ , ଏହି ହେଲମେଟ ଟ୍ରାକ୍ କରିବାରେ ମଧ୍ୟ ସାହାଯ୍ୟ କରିବ।

ଆଇଟିଏମ୍ କଲେଜର ନିର୍ଦ୍ଦେଶକ ଏନକେ ସିଂହ ମିଡ଼ିଆକୁ ସୂଚନା ଦେଇଛନ୍ତି – ଏହା ସୈନିକଙ୍କ ପାଇଁ ଏଆଇ-ଆଧାରିତ ଫାୟାରିଂ ହେଲମେଟ୍ , ଯେଉଁଥିରେ ଜିପିଏସ ଟ୍ରାକର ଅଛି। ହେଲମେଟ୍ ସିଧା କଣ୍ଟ୍ରୋଲ ରୁମ୍କୁ ଭିଡ଼ିଓ ଓ ଫଟୋ ପଠାଇ ପାରିବ। ଏହା ଏକ ନିର୍ଦ୍ଧାରିତ ସୀମା ଭିତରେ ସବୁ ଦିଗରେ ନିଆଁ ଲଗେଇ ପାରେ।

ସ୍ମାର୍ଟ ହେଲମେଟ୍ର ଆବିଷ୍କାର ବ୍ୟାଚେଲର ଅଫ୍ କମ୍ପ୍ୟୁଟର ଆପ୍ଲିକେସନ (ବିସିଏ) ଓ ବ୍ୟାଚଲର ଅଫ୍ ଟେକ୍ନୋଲଜି (ବିଟେକ)କ ଛାତ୍ରମାନେ କରିଥିଲେ । ଏହି ମଡେଲର ନାମ ଏଆଇ ବେସ୍ଡ ଅଟୋମେଟିକ ଫାୟାରିଂ ହେଲମେଟ୍ ରଖାଯାଇଛି। ଏଏନଆଇ ଅନୁସାରେ ଛାତ୍ରୀ ପ୍ରତିମା ଗୋସ୍ୱାମୀ କହିଛନ୍ତି , ଆମେ ଆମର ଯବାନ ଓ ପୁଲିସକର୍ମୀଙ୍କ ସୁରକ୍ଷା ପାଇଁ ଏହି ହେଲମେଟ ତିଆରି କରିଛୁ। ଏହାର ଉଦ୍ଦେଶ୍ୟ ସେହି ସୈନିକଙ୍କୁ ଟ୍ରାକ୍ କରିବା ପାଇଁ , ଯାହାଙ୍କ ସହ ସଂପର୍କ କରିବା ମୁସ୍କିଲ ହୋଇଯାଏ , କାରଣ ସେମାନେ ଭୂସ୍ଖଳନ ଓ ବରଫପାତ ବେଳେ ସୀମାବର୍ତ୍ତୀ କ୍ଷେତ୍ରରେ ଫସି ଯାଇଥାନ୍ତି।