PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ହଜି ଯାଇଛି ବର୍ଷା

ଭୁବନେଶ୍ୱର,୧୩ ।୭(ବ୍ୟୁରୋ): ରାଜ୍ୟରୁ ମୌସୁମୀ ବର୍ଷା ଏକପ୍ରକାର ହଜି ଯାଇଛି । ସ୍ୱାଭାବିକ ଭାବେ ଜୁଲାଇ ମାସରେ ଅଧିକ ପରିମାଣରେ ବର୍ଷା ହୁଏ । କିନ୍ତୁ ଆଇଏମ୍‌ଡି ଦ୍ୱାରା ଜାରି ସୂଚନା ଅନୁସାରେ ଗତ ଜୁଲାଇ ୪ରୁ ୧୦ ତାରିଖ ଯାଏ ରାଜ୍ୟର ଅଧିକାଂଶ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ସୃଷ୍ଟି ହୋଇଛି । ଗତ ମାସକ ଭିତରେ ବି ସ୍ୱାଭାବିକଠାରୁ ୧୯ ଜିଲ୍ଲାରେ ବର୍ଷା ବହୁତ କମ୍‌ ରହିଛି ।

ସାଧାରଣତଃ ବିଯୁକ୍ତ ୨୦ ପ୍ରତିଶତରୁ କମ୍‌ ବର୍ଷା ହେଲେ ଏହାକୁ ନିଅଣ୍ଟିଆ ସ୍ଥିତି ବୋଲି ଧରାଯାଏ । ଗତ ଜୁଲାଇ ୪ ତାରିଖରୁ ୧୦ ତାରିଖ ଭିତରେ ଅନୁଗୁଳରେ -୩୪% ବର୍ଷା ହୋଇଛି । ସ୍ୱାଭାବିକ ଭାବେ ସେହି ସପ୍ତାହରେ ଅନୁଗୁଳ ଜିଲ୍ଲାରେ ୬୫ ମିଲିମିଟର ବର୍ଷା ହେବା କଥା । କିନ୍ତୁ ସେଠାରେ ୪୨ ମିଲିମିଟର ବର୍ଷା ହୋଇଛି । ଗତ ମାସକର ହିସାବ ଦେଖିଲେ (ଜୁନ୍‌ ୧ ରୁ ଜୁଲାଇ ୧୦ ତାରିଖ) ଜିଲ୍ଲାରେ ୩୪୪.୩ ମିଲିମିଟର ବର୍ଷା ହେବା କଥା । କିନ୍ତୁ ୧୯୦.୪ ମିଲିମିଟର ବର୍ଷା ହୋଇଛି ।

ବଲାଙ୍ଗୀରରେ ଗତ ସପ୍ତାହରେ ୮୮.୧ ମିଲିମିଟର ବର୍ଷା ହେବା କଥା । କିନ୍ତୁ ୫୪.୮ ମିଲିମିଟର ବର୍ଷା ହୋଇଛି । ଗତ ମାସକ ଭିତରେ ଜିଲ୍ଲାରେ -୨୭% ବର୍ଷା ହୋଇଛି । ସେହିଭଳି ଗତ ସପ୍ତାହରେ ବାଲେଶ୍ୱରରେ -୮୫%, ବରଗଡ଼ରେ -୨୯%, ବୌଦ୍ଧରେ -୭୩, ଭଦ୍ରକରେ -୩୩, ଦେଓଗଡ଼ରେ -୪୫, ଢେଙ୍କାନାଳରେ -୨୦, ଗଜପତିରେ -୨୦, ଗଞ୍ଜାମରେ -୩୨, ଯାଜପୁରରେ -୫୭, କନ୍ଧମାଳରେ -୪୧, କେଉଁଝରରେ -୪୦, ଖୋର୍ଦ୍ଧାରେ -୧୦, ମୟୂରଭଞ୍ଜରେ -୭୦, ନୟାଗଡ଼ରେ -୬୨, ଓ ସୁନ୍ଦରଗଡ଼ରେ -୫୪% ବର୍ଷା ହୋଇଛି । କିନ୍ତୁ ବରଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗରି, ନବରଙ୍ଗପୁର ଓ ରାୟଗଡ଼ାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି ।

ଗତ ମାସକ ଭିତର ରେକର୍ଡ ଅନୁସାରେ ଗଜପତି ଓ ବାଲେଶ୍ୱରରେ ସବୁଠୁ କମ୍‌ ବର୍ଷା ହୋଇଛି । ଗଜପତିରେ -୫୫% ଓ ବାଲେଶ୍ୱରରେ -୪୫ ବର୍ଷା ହୋଇଛି । ବଲାଙ୍ଗୀରରେ -୨୭%, ଅନୁଗୁଳରେ -୧୯%, ଗଞ୍ଜାମରେ -୩୪, ରାୟଗଡ଼ାରେ -୩୩ ଓ ମୟୂରଭଞ୍ଜରେ -୩୧% ବର୍ଷା ହୋଇଛି । ବରଗଡ଼ ଓ କେନ୍ଦ୍ରାପଡ଼ାରେ ଭଲ ବର୍ଷା ହୋଇଛି ବୋଲି ଆଇଏ୍‌ମଡି ପକ୍ଷରୁ ପ୍ରଦତ୍ତ ସୂଚନାରେ କୁହାଯାଇଛି ।