ବୌଦ୍ଧ, ୨।୬: ବୌଦ୍ଧ ଜିଲ୍ଲାର ଚରଦା ଗାଁର ତେଲିବନ୍ଧ ଛକ ନିକଟରୁ ୨ଟି ହାତୀ ଦାନ୍ତ ଜବତ କରିଛନ୍ତି ଏସ୍‌ଟିଏଫ୍ କର୍ମଚାରୀ । ରବିବାର ସନ୍ଧ୍ୟା ୭ଟାରେ ଡିଏସ୍‌ପି ରଶ୍ମିରଞ୍ଜନ ପଟ୍ଟନାୟକ ଓ ଇନ୍ସପେକ୍ଟର ଜିତୁ ମୋହନ ବାସେରାଙ୍କ ନେତୃତ୍ୱରେ ଭୁବନେଶ୍ୱରର ଏସ୍‌ଟିଏଫ୍ କର୍ମଚାରୀ ଭାସ୍କର ପରିଡ଼ାଙ୍କ ପୁଅ ପ୍ରମୋଦ ପରିଡ଼ାଙ୍କୁ ହାତୀ ଦାନ୍ତ ଚାଲାଣ କରୁଥିବା ବେଳେ ଗିରଫ କରିଛି । 

ଏସ୍‌ଟିଏଫ୍ କର୍ମଚାରୀ ପ୍ରମୋଦଙ୍କ ପାଖରୁ ୨ଟି ହାତୀ ଦାନ୍ତ ଜବତ କରିଥିବା ବେଳେ ଏହାର ବଜାର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ହାତୀ ଦାନ୍ତକୁ ବୌଦ୍ଧ ଏସିଏଫଙ୍କୁ ହସ୍ତାନ୍ତର କରାଯାଇଛି ।