PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା

ମାଲକାନଗିରି,୧୯।୧୧ (ଆପ୍ର): ମାଲକାନଗିରି ଜିଲ୍ଲା ସଦର ମହକୁମା ଗୁଣ୍ଡୁରୀଗୁଡା ସାହି ଠାରେ ଥିବା ଏକ ସରକାରୀ ଜମିରେ କିଛି ଲୋକ ଘରନିର୍ମାଣ କରି ରହୁଥିଲେ।  ଏହି ଜମି ସରକାରୀ ହୋଇଥିବା ଓ ପୌରାଞ୍ଚଳ ପକ୍ଷରୁ ସେଠାରେ ପାର୍କ ନିର୍ମାଣ ପାଇଁ ପ୍ରସ୍ତାବ ଥିବାରୁ  ଏହି ଜମି ଖାଲି କରିବା ପାଇଁ ପୌରପରିଷଦ ପକ୍ଷରୁ ଜବର ଦଖଲକାରୀ ମାନଙ୍କୁ  ପୂର୍ବରୁ ନୋଟିସ ମଧ୍ୟ ଜାରି ହୋଇଥିଲା। କିନ୍ତୁ ଏହି ନୋଟିସକୁ ଅବମାନନା କରି ସେମାନେ ନିଜ ଇଚ୍ଛାରେ  ସେଠାରେ କୋଠା ନିର୍ମାଣ କରୁଥିଲେ । ତେଣୁ ଶନିବାର  ପୌରପରିଷଦ ନିର୍ବାହୀ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ, ତହସିଲଦାର  ପୋଲିସ   ଓ ମ୍ୟୁନିସିପାଲିଟି  କର୍ମଚାରୀଙ୍କ ଉପସ୍ଥିତିରେ ତାହାକୁ ଉଚ୍ଛେଦ ପାଇଁ ଯିବା ସମୟରେ ସେଠାରେ ବାସ କରୁଥିବା ଲୋକମାନେ ଅସନ୍ତୋଷ ପ୍ରକାଶ କରି ବିରୋଧ କରିଥିଲେ । ପ୍ରଶାସନ ପକ୍ଷରୁ ସେଠାରେ ନିର୍ମାଣ ହୋଇଥିବା ୭ଟି ଘରକୁ ଡ୍ରୋଜର  ଦ୍ବାରା  ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି।

 ଏହି ଜବରଦଖଲ ଉଛେଦ ସମ୍ପର୍କରେ ନିର୍ବାହୀ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ କହିଛନ୍ତି  ଗୁଣ୍ଡିରିଗୁଡା ସାହି ରେ ପ୍ରାୟ ୧୦ ଏକର ସରକାରୀ ଜମି ରହିଛି। ଏହାକୁ ପୌରପରିଷଦ କୁ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ହସ୍ତାନ୍ତର କରାଯାଇଛି। ଏଠାରେ ପାର୍କ ନିର୍ମାଣ ସହିତ ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ ହେବ। ଏହି ସରକାରୀ ଜମିରେ ୭ଟି ପରିବାର ରାତା ରାତି କୋଠା ନିର୍ମାଣ କରିଦେଇଛନ୍ତି। ଏହି ଅଭିଯୋଗ ହେବାରୁ ସେମାନଙ୍କୁ ସେ ସ୍ଥାନ ଛାଡି ଘରନିର୍ମାଣ ନ କରିବା ପାଇଁ ଗତ୧୭ତାରିଖ ଦିନ ନୋଟିସ ଦିଆଯାଇଥିଲା।ହେଲେ ସେମାନେ ଏହା ନ ଶୁଣି ଓଲଟି ରାତିରେ ଘରନିର୍ମାଣ କଲେ। ତେଣୁ ପୁଣି ଥରେ ୧୮ତାରିଖ ଦିନ ଡ଼ାକବାଜି ଯନ୍ତ୍ର ରେ ମଧ୍ୟ ଜମିରୁ ଘରହଟାଇବା ପାଇଁ ପ୍ରଚାର କରାଯାଇଥିଲା।  ଶନିବାର  ସରକାରୀ ନିୟମ ଅନୁସାରେ ଘରଗୁଡିକୁ ଭାଙ୍ଗିଦିଆ ଯାଇ ଜବର ଦଖଲ ଉଚ୍ଛେଦ କରାଯାଇଛି।