PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟେନ୍ସା ଗୀତାରାଣୀ ମାଇନ୍ସ ସମ୍ମୁଖରେ ଅଘଟଣ, ହାଇଓ୍ୱା ସହ ଜିଅନ୍ତା ଜଳିଗଲେ ଡ୍ରାଇଭର
  • ||
  • ବଡ଼ବିଲ : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବସନ୍ତପୁର ମାଝୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ, କଟୁରୀରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଲା ଦୁର୍ବୃତ୍ତ
  • ||
  • ବାରିପଦା : ବାରିପଦା ଷ୍ଟେସନ ଠାରେ ଗଛ ପଡ଼ି ଇଲେକ୍ଟ୍ରିକ ତାର ଛିଡି ଅଟକିଲା ଟ୍ରେନ, ବିଳମ୍ବରେ ଚାଲିବ ଟ୍ରେନ
  • ||
  • ଭଦ୍ରକ : ସମ୍ଭାବ୍ୟ ବନ୍ୟା ଲାଗି ଛୁଟି ବାତିଲ, ମୁକାବିଲା ପାଇଁ ଓଡ୍ରାଫ-ଏନ୍‌ଡିଆରଏଫ୍‌-ଅଗ୍ନିଶମ ବାହିନୀ ପ୍ରସ୍ତୁତ
  • ||
  • ବାରିପଦା : ବିଶୋଇ ଥାନା ଲୋହାକାନି ଭୋଳ ବେଡା ଗ୍ରାମରେ ବିଳମ୍ୱିତ ରାତିରେ ଭୁଷୁଡିଲା ଘରର କାନ୍ଥ, ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • ଲକ୍ଷ୍ନୌ : ଭୂକମ୍ପରେ ଥରିଲା ଲକ୍ଷ୍ନୌ ସମେତ ୟୁପିର କେତେକ ଜିଲ୍ଲା , କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା
  • ||
  • ପୁରୀ : ଶ୍ରଦ୍ଧାଳୁଙ୍କ ବେକରେ ବ୍ଲେଡ୍‌ ମାରି ସୁନା ଚେନ୍‌ ଲୁଟ ଉଦ୍ୟମ ଫେଲ୍, ଧରାପଡି ଛେଚା ଖାଇଲେ ୩ ଲୁଟେରା
  • ||
  • ସମ୍ବଲପୁର : ୬୨୧.୦୨ ଫୁଟ୍‌କୁ ଖସିଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର, ୨୦ ଗେଟ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ||
  • ଭୁବନେଶ୍ୱର : ୨୧ରୁ ବନ୍ୟାଞ୍ଚଳ ଗସ୍ତ କରିବ ପିସିସି ଟିମ୍‌, ୨୩ ସୁଦ୍ଧା ଦେବେ ରିପୋର୍ଟ
  • ||
  • ବାଲିଗୁଡ଼ା : ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସିମନବାଡ଼ି ଗ୍ରାମ ନିକଟରେ ଥିବା ପୋଲର ପାର୍ଶ୍ଵ ରାସ୍ତା ଧସି ଯାଇଛି, ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍
  • ||
  • କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ାରେ ଲଗାଣ ବର୍ଷାରେ କାନ୍ଥ ଭୁଷୁଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ଜୟପୁର/ଦିଲ୍ଲୀ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ଶ୍ରଦ୍ଧାଳୁଙ୍କ ଜୀବନ : ୨୦ରୁ ଅଧିକ ଆହତ, ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ
  • ||
  • ନୂଆଦିଲ୍ଲୀ : ବାଙ୍କ ବିହାରୀ ମନ୍ଦିରରେ ବଡ଼ ଧରଣ ଅଘଟଣ, ମଙ୍ଗଳା ଆରତୀ ସମୟରେ ଦଳା ଚକଟାରେ ଦୁଇ ମୃତ
  • ||

ଜି ଉଦୟଗିରି ବିଧାୟକ ଜାକବ ପ୍ରଧାନଙ୍କ କଟିଲା ଟିକଟ; କହିଲେ ସ୍ବାଧୀନ ଲଢ଼ିବି

ଭୁବନେଶ୍ବର ୨୫।୩: ଆଜି ସନ୍ଧ୍ୟାରେ କଂଗ୍ରେସ ୪ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଜି ଉଦୟଗିରି ବିଧାୟକ ଜାକବ ପ୍ରଧାନ ଅସନ୍ତୋ​‌ଷ ପ୍ରକାଶ କରିଛନ୍ତି। ଜି ଉଦୟଗିରିରୁ ପୁଣି ପ୍ରାର୍ଥୀ ହେବା ପାଇଁ ଜାକବ ଆଶାୟୀ ଥିଲେ। ତେବେ କଂଗ୍ରେସ ସେଠାରେ ତାଙ୍କୁ ପ୍ରାର୍ଥୀ ନ କରି ଦାରିଙ୍ଗିବାଡ଼ିର ସରପଞ୍ଚ ଶ୍ୟାମଘନ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ଏଥିରେ କ୍ଷୁବ୍ଧ ହୋଇ ପିସିସି ବିରୋଧରେ ବିଷୋଦଗାର କରିଛନ୍ତି ଜାକବ। ​​‌

ସେ କହିଛନ୍ତି ଯେ, ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବେ। ବର୍ତ୍ତମାନ ଟିକଟ ପାଇଥିବା ଶ୍ୟାମଘନ ପ୍ରଧାନ କଂଗ୍ରେସରେ ନଥିଲେ। ଅତୀତରେ ସେ ବିଏସପିରୁ ପ୍ରାର୍ଥୀ ହୋଇ ମାତ୍ର ୨ହଜାର ଭୋଟ ପାଇଥିଲେ। ସେ କେବଳ ତାଙ୍କ ନିଜ ପଞ୍ଚାୟତରେ ସକ୍ରିୟ ଅଛନ୍ତି। ତେଣୁ କିଭଳି ତାଙ୍କୁ ପ୍ରାର୍ଥୀ କରାଗଲା ବୋଲି ଜାକବ ପ୍ରଶ୍ନ କରିଛନ୍ତି। ଜାକବଙ୍କୁ କଂଗ୍ରେସ ଚିହ୍ନି ପାରିଲା ନାହିଁ। ଜାଣିଶୁଣି  ବିଜେଡ଼ି ଓ ବିଜେପି ହାତକୁ ଟେକିଦେଲା ବୋଲି ନିଜ ପ୍ରତିକ୍ରିୟାରେ ଜାକବ କହିଛନ୍ତି। ତାଙ୍କ ନାଁରେ ମିଥ୍ୟା ଦଲିଲ ତିଆରି କରି କିଛି ଚକ୍ରାନ୍ତକାରୀ ପିସିସିକୁ ପଠାଇଥିଲେ। ପିସିସି ତାର ଭିତିରିଆ ଉଦ୍ଦେଶ୍ୟ ବୁଝିନପାରି ଭୁଲ ପଦକ୍ଷେପ ନେଲା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ପ୍ରଦେଶ କଂଗ୍ରେସ ଭବନଠାରେ ସ୍କ୍ରିନିଂ କମିଟି ବୈଠକ ଚାଲିଥିବାବେଳେ ଜି ଉଦୟଗିରିର କିଛି କଂଗ୍ରେସ କର୍ମୀ ଓ କର୍ମକର୍ତ୍ତା ଆସି ପିସିସି ମୁଖିଆଙ୍କ ଠାରେ ଜାକବଙ୍କ ବିରୋଧରେ ଫେରାଦ ହୋଇଥିଲେ। ଜାକବ ଦଳୀୟ କର୍ମୀମାନଙ୍କୁ ଉପେକ୍ଷା କରିବା ସହ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରିଥିଲେ। ସମ୍ଭବତ ଏହାରି ଆଧାରରେ ବିଧାୟକ ଥିବା ସତ୍ବେ ଜାକବଙ୍କ ଟିକଟ କଟାଯାଇଛି।