PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ପ୍ରାଣୀ ଆଶ୍ରୟସ୍ଥଳୀରେ ଜନ୍ମଦିନ ପାଳନ କଲେ ଜ୍ୟାକ୍‌ଲିନ, ଫଟୋ ସେୟାର କରି କହିଲେ ଏମିତି କିଛି

ମୁମ୍ବାଇ ୧୨/୦୮: ସୋସିଆଲ ମିଡିଆରେ ବେଶ ସକ୍ରିୟ  ରହୁଥିବା ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କର  କାଲି ଥିଲା ଜନ୍ମଦିନ । ଚଳିତ ବର୍ଷ  ଜ୍ୟାକି ନିଜ ସ୍ପେଶାଲ ଡେ’କୁ  ନିରାଡ଼ମ୍ବର ଭାବେ ଏକ  ପ୍ରାଣୀ ଆଶ୍ରୟସ୍ଥଳୀରେ  ପାଳନ କରିଛନ୍ତି ।  ଇନ୍‌ଷ୍ଟାଗ୍ରାମ୍‌ରେ ଫ୍ୟାନ୍‌ଙ୍କ  ସହ ଏକ ଭିଡିଓ ସେ ଶେୟାର  କରିଛନ୍ତି । ଭିଡିଓରେ ସେ ଏକ  ଗାଈ ସହିତ ସମୟ ବିତାଉଥିବା ନଜର  ଆସିଛନ୍ତି । ଏଥିରେ ସେ ଅତ୍ୟନ୍ତ ସାଦାସିଧା  ଦିଶୁଛନ୍ତି । ବିନା ମେକ୍‌ଅପ୍‌ରେ ଅଛନ୍ତି ।

ଫ୍ୟାନ୍‌ ତାଙ୍କ ଡି-ଗ୍ଲାମ୍‌ ଲୁକ୍‌କୁ ଖୁବ୍‌ ପସନ୍ଦ  କରିଛନ୍ତି । ଜନ୍ମଦିନରେ ସବୁଠୁ ଖୁସିର ସ୍ଥାନରେ  ପହଞ୍ଚିଛି ବୋଲି ଜ୍ୟାକି ଉଲ୍ଲେଖ କରିଛନ୍ତି ।  ଜୀବନର ଆଉ ଏକ ବର୍ଷ ଦେଖିଥିବାରୁ ନିଜକୁ  ଭାଗ୍ୟଶାଳୀ ବୋଲି ସେ କହିଛନ୍ତି । ଏହି ଖୁସିର  ମୁହୂର୍ତ୍ତକୁ ସେ ଖୁବ୍‌ ଉପଭୋଗ କରିଛନ୍ତି । ତାଙ୍କ  ଜୀବନ ଯାତ୍ରାରେ ସାମିଲ ଥିବା ପ୍ରତ୍ୟେକଙ୍କୁ  ଧନ୍ୟବାଦ ଦେଇଛନ୍ତି । ଭିଡିଓ ଶେୟାର କରିବା ପରେ ଫ୍ୟାନ୍‌ ତାଙ୍କୁ  ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

ନିକଟରେ ଫିଲ୍ମ  ‘ବିକ୍ରାନ୍ତ ରୋଣା’ରେ କିଚ୍ଚା ସୁଦୀପଙ୍କ ସହ ଜ୍ୟାକି  ନଜର ଆସିଥିଲେ । ଖୁବ୍‌ଶୀଘ୍ର ରଣବୀର ସିଂହ ଓ  ପୂଜା ହେଗ୍‌ଡେଙ୍କ ସହିତ ସେ ‘ସର୍କସ୍‌’ରେ ନଜର  ଆସିବେ । ସଲମାନ୍‌ ଖାନ୍‌ ଷ୍ଟାରର୍‌ ‘କିକ୍‌-୨’ରେ ମଧ୍ୟ  ତାଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଗତ ବର୍ଷ  ଡିସେମ୍ବର ମାସରୁ ଅର୍ଥ ଠକେଇ ମାମଲାରେ  ସମ୍ପୃକ୍ତିକୁ ନେଇ ଜ୍ୟାକି ଇଡି ଯାଞ୍ଚ୍‌ର ସମ୍ମୁଖୀନ  ହେଉଛନ୍ତି । ଏହା ପରେ ତାଙ୍କ ହାତରୁ  ଏକାଧିକ ମଞ୍ଚ କାର୍ଯ୍ୟକ୍ରମ, ଏପରିକି  ଫିଲ୍ମ ଅଫର୍‌ ମଧ୍ୟ ଚାଲିଯାଇଥିବା ଚର୍ଚ୍ଚା  ହେଲା । ସାଉଥ୍‌ ଷ୍ଟାର୍‌ ନାଗାର୍ଜୁନଙ୍କ  ସହିତ ‘ଘୋଷ୍ଟ’ ଫିଲ୍ମରୁ ବିଦା ହେବାର  କାରଣ ମନି ଲଣ୍ଡରିଂ ମାମଲା ବୋଲି  କୁହାଯାଏ । ସର୍ବସାଧାରଣରେ ଜ୍ୟାକି  ଯେଉଁଭଳି ଭାବେ ପୂର୍ବରୁ ନଜର  ଆସୁଥିଲେ, ଏହି ମାମଲା  ପରଠୁ ତାହା କମିଯାଇଛି ।  ତେବେ ଅପ୍‌କିମଙ୍ଗ ଫିଲ୍ମ  ଜରିଆରେ ପୁଣି ଦର୍ଶକଙ୍କ  ହୃଦୟ ଜିତିବେ ବୋଲି ସେ  ଆଶାବାଦୀ ।