PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଯାଦବ ମାଝି  ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ 

ଚନ୍ଦାହାଣ୍ଡି ,୨୦/୧୧(ଆ ପ୍ର )-ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର  ଯାଦବ  ମାଝି   ମେମୋରିଆଲ ଅନ୍ତ ରାଜ୍ୟ ଟି ଟୋଣ୍ଟି  କ୍ରିକେଟ  ପ୍ରତିଯୋଗିତା  ପାଇଁ ଦଣ୍ଡାମୁଣ୍ଡା ପଲ୍ଲୀ ବିକାଶ ଯୁବକ ସଂଘର ସଭାପତି  ତଥା  ଝରିଗାଁ   ବିଧାୟକ ପ୍ରକାଶ ଚନ୍ଦ୍ର ମାଝି  ଙ୍କ ଅଧ୍ୟକ୍ଷତା ରେ  ଦଣ୍ଡାମୁଣ୍ଡା ଠାରେ  ଏକ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ ହୋଇ ଯାଇଛି l 

ଆସନ୍ତା ୨୦୨୩ ଜାନୁଆରୀ ୧୯ ତାରିଖରେ   ପ୍ରତିଯୋଗିତା ଆରମ୍ଭ କରାଯିବା  ସହ  ୧୬  ଟି କ୍ରିକେଟ ଦଳ  ଭାଗ  ନେଉଛନ୍ତି  ବୋଲି ସଂଘର ସମ୍ପାଦକ ସଂଗ୍ରାମ କେଶରୀ  ସାହୁ ପ୍ରକାଶ  କରିଛନ୍ତି  l  ପ୍ରତିଯୋଗିତା ୧୧  ଦିନ  ଅନୁଷ୍ଠିତ ହେବା ସହ  ୧୨ ଟି ମ୍ୟାଚ ଖେଳାଯିବ।    ଜାନୁୟାରୀ ୨୯ତାରିଖ  ରେ ଫାଇନାଲ  ମ୍ୟାଚ ଖେଳା  ଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି l  ପ୍ରତିଯୋଗିତା ରେ ବିଜେତା ଦଳ  କୁ ୪୧ ହଜାର ଟଙ୍କା ଏବଂ ଟ୍ରଫି  ଏବଂ ଉପ ବିଜେତା ଦଳ  କୁ ୩୧ ହଜାର  ଟଙ୍କା ଏବଂ ଟ୍ରଫି  ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା l ଏହା ଜେ ଏମ ସି ଟି  ୟୁଟ୍ୟୁବ ମାଧ୍ୟମରେ ସିଧାପ୍ରସାରଣର ବ୍ୟବସ୍ଥା କରାଯିବା  ପାଇଁ ନିଷ୍ପତ୍ତି ନିଆଯାଇ  ଥିଲା l 

ଚଳିତ ଥର  ସମ୍ବଲପୁର, ଟିଟିଲାଗଡ଼, ଝାରସୁଗୁଡା, ବସ୍ତର ଏକାଦଶ (ସି ଜି ), ରାଉରକେଲା, ଜୟପାଟଣା, ଜୟପୁର, ଏବଂ ଉମରକୋଟ ବଜରଙ୍ଗୀଦଳ  ଚଳିତ ଥର ପ୍ରତିଯୋଗିତାରେ ଭାଗ  ନେଉଥିବା  ନେଇ  ସୂଚନା ଦିଆ ଯାଇଛି l  ପ୍ରସ୍ତୁତି ବୈଠକରେ ଏମ ଡି ହୁସେନ, ଏମ ଡି ହନିଫ, ବଳରାମ ପଟ୍ଟନାୟକ, ସିମାଞ୍ଚଳ ଗଣ୍ଡା, ସୌରୀ ରଞ୍ଜନ ସାହୁ, ବସନ୍ତ  ବିଶୋଇ, ଲୋଚନ ନାୟକ,ଦିପଂଶୁ  କୁଣ୍ଡୁ, ପ୍ରଦୀପ କୁମାର ପତି, ପ୍ରମୋଦ କୁମାର ସାହୁ ପ୍ରମୁଖ  ଯୋଗଦାନ କରିଥିଲେ।