କଟକ ୧୦/୦୨: ଭାରତ-ଇଂଲଣ୍ଡ ଦ୍ୱିତୀୟ ମ୍ୟାଚ୍‌ ଥିଲା ବାରବାଟୀରେ ୨୦ତମ ଦିନିକିଆ । ଏ ପର୍ଯ୍ୟନ୍ତ ଭାରତୀୟଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା ଏଠାରେ ସର୍ବାଧିକ ୱିକେଟ୍‌  ହାସଲ କରିଛନ୍ତି । ସେ ୩ଟି ୱିକେଟ୍‌ ହାସଲ କରିଥିଲେ । ବାରବାଟୀରେ  ମୋଟ ୫ଟି ମ୍ୟାଚ୍‌ ଖେଳି ଜାଡେଜା ମୋଟ୍‌ ୧୦ଟି ୱିକେଟ୍‌ ନେବାରେ ସଫଳ ହୋଇଛନ୍ତି । ୩୨ ରନ୍‌ରେ ୪ ୱିକେଟ୍‌ ତାଙ୍କର ଶ୍ରେଷ୍ଠ ବୋଲିଂ । 




ଅନୀଲ କୁମ୍ବଲେ ୩ଟି ମ୍ୟାଚ୍‌ ଖେଳି ୭ ୱିକେଟ୍‌, ଈଶାନ୍ତ ଶର୍ମା ୩ଟି  ମ୍ୟାଚ୍‌ରୁ ୭ ୱିକେଟ୍‌, ଅଜିତ ଅଗରକର ୫ଟି ମ୍ୟାଚ୍‌ରୁ ୭ ୱିକେଟ୍‌, ଜାହିର  ଖାନ ୫ଟି ମ୍ୟାଚରୁ ୬ ୱିକେଟ୍‌ ଏବଂ ଆର. ଅଶ୍ୱିନ ୩ଟି ମ୍ୟାଚ୍‌ରୁ ୫ ୱିକେଟ୍‌  ନେଇଛନ୍ତି । ହରଭଜନ ସିଂ ୫ଟି ମ୍ୟାଚ୍‌ ଖେଳି ୫ଟି ୱିକେଟ୍‌ ନେଇଥିଲେ ।