PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ପିଠିରେ ଦିବ୍ୟାଙ୍ଗ ସାନଭାଇକୁ ଧରି ମହାପ୍ରଭୁଙ୍କ ଦର୍ଶନ କରାଇଲେ ବଡଭାଇ

ପୁରୀ, ୩୦।୬  ସାନ ଭାଇ ଦିବ୍ୟାଙ୍ଗ।  ଚାଲିବା ଦୂରର କଥା ଠିକ୍ ଭାବେ ଠିଆ ମଧ୍ୟ ହୋଇ ପାରେ ନାହିଁ। କିନ୍ତୁ ମହାପ୍ରଭୁଙ୍କୁ ଦର୍ଶନ କରିବା ଏବଂ ରଥଯାତ୍ରା ଦେଖିବାକୁ  ଥିଲା ପ୍ରବଳ  ଆଗ୍ରହ।  ସାନଭାଇର ଏହି ଇଛାକୁ  ପୂରଣ କରିଛି ବଡ ଭାଇ । ନିଜ ପିଠିରେ ଧରି  ସାନଭାଇକୁ ଆଣି ମହାପ୍ରଭୁଙ୍କ ଦର୍ଶନ କରାଇଛି ବଡ ଭାଇ।  ଢେଙ୍କାନାଳରୁ ପୁରୀ  ଆସିଥିବା ଏହି ଦୁଇ ଭାଇ ହେଉଛନ୍ତି ବିପିନ ଖଟୁଆ ଏବଂ ଅରୁ ଖଟୁଆ।  ଉଭୟଙ୍କୁ ମଧ୍ୟରେ ଦେଖିବାକୁ ମିଳିଥିଲା ଭାତୃତ୍ବର ପ୍ରେମର ନିଛକ ପ୍ରତିଛବି।

ପିଲାଟି ବେଳୁ ଅରୁ ଚାଲିବା ତ ଦୂରର କଥା ନିଜ ଗୋଡରେ ଠିକ୍ ଭାବେ ଠିଆ ହୋଇପାରନ୍ତି ନାହିଁ।  ତେବେ ଦୁଇବର୍ଷ ପରେ ଶୁକ୍ରବାର  ଭକ୍ତଙ୍କ ମେଳରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ପୁରୀ ଆସି ଏହି ଯାତ୍ରାରେ ସାମିଲ ହେବା ପାଇଁ ଅରୁଙ୍କ ଇଛା ହୋଇଥିଲା। ଏ ନେଇ ସେ  ତାଙ୍କ ବଡ ଭାଇ ବିପିନଙ୍କୁ କହିଥିଲେ। ସାନଭାଇର ଇଛାକୁ ବଡଭାଇ ପୂରଣ କରିବାକୁ ଚେଷ୍ଟା କରିଥିଲା। ସାନ ଭାଇକୁ ସାଥୀରେ  ଧରି  ପୁରୀ ଆସିଥିଲେ ବିପିନ। ଗୁରୁବାର ଉଭା ଯାତ୍ରା ଅବସରରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରି  ନିଜକୁ ଧନ୍ୟ ମନେ କରିଛନ୍ତି। ଏଥିସହ ମହାପ୍ରଭୁଙ୍କ କୃପା ହେଲେ ଶୁକ୍ରବାର  ରଥଯାତ୍ରାରେ ଭାଗ ନେବେ ବୋଲି କହିଛନ୍ତି।