ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା : ରାତି ଅଧିଆ ଭାଙ୍ଗି ଦେଲେ ସବ୍ ଷ୍ଟୋର କାନ୍ଥ , ବହୁ ଔଷଧ ନଷ୍ଟ

ଜଗତସିଂହପୁର ,୨୩।୧ ସଖି ୱାନ ଷ୍ଟପ କେନ୍ଦ୍ର ନିର୍ମାଣ କରିବା ପାଇଁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସବ ଷ୍ଟୋର କାନ୍ଥକୁ ରାତି ଅଧିଆ ଭାଙ୍ଗି ଦିଆଯାଇଛି। ଫଳରେ ବହୁ ଔଷଧ ଏବଂ ଉପକରଣ ନଷ୍ଟ ହୋଇଛି l
ସଖି ୱାନ ଷ୍ଟପ କେନ୍ଦ୍ର ନିର୍ମାଣ କରିବାକୁ ଯାଇ ସବ ଷ୍ଟୋରର କାନ୍ଥକୁ ରାତି ଅଧରେ ଭାଙ୍ଗି ଦିଆଯାଇଛି। ଉକ୍ତ ଷ୍ଟୋରରେ ବହୁ ଔଷଧ ଏବଂ ଅନ୍ୟ ଦାମୀ ଉପକରଣ ଗଛ୍ଚିତ ଥିବାରୁ ଏହା ନଷ୍ଟ ହୋଇଯାଇଛି। ରାତିରେ ପୂର୍ତ୍ତ ବିଭାଗର ଯନ୍ତ୍ରୀ କିଭଳି କାନ୍ଥକୁ ଭାଙ୍ଗିଲେ ସେନେଇ ପ୍ରଶ୍ନ ଉଠିଛି l ସବ ଷ୍ଟୋର ପରିଚାଳନା ଦାୟିତ୍ୱରେ ଥିବା ବରିଷ୍ଠ ଫାର୍ମାସିଷ୍ଟ ପ୍ରଭାତ ସାହୁ ଯନ୍ତ୍ରୀଙ୍କ ଏଭଳି ମନମୁଖୀ କାମ କୁ ତୀବ୍ର ବିରୋଧ କରିଛନ୍ତି l ବରିଷ୍ଠ ଡାକ୍ତର ଅଜୟ ସ୍ୱାଇଁ ମଧ୍ୟ ସବ ଷ୍ଟୋରର କ୍ଷତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।