- ମେଦିନୀପୁରରେ ଗାୟିକାଙ୍କୁ ଆକ୍ରମଣ କରିବାକୁ ପ୍ରୟାସ
- ଗାୟିକା ଲଗ୍ନଜିତା ଚକ୍ରବର୍ତ୍ତୀଙ୍କୁ ଗୀତ ଗାଇବାକୁ କଲେ ବାଧ୍ୟ
- ମହବୁବ ମଲିକ ନାମକ ବ୍ୟକ୍ତି ମଞ୍ଚ ଉପରକୁ ଚଢିଗଲେ
- କହିଲେ ,ଏକ ସେକୁଲାର ଗୀତ ଗାଅ
କୋଲକାତା : ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଜଣେ ବ୍ୟକ୍ତି ଗାୟିକା ଲଗ୍ନଜିତା ଚକ୍ରବର୍ତ୍ତୀଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରି ଥିଲେ। ସୂଚନା ଆଧାରରେ, ପୁଲିସ ସଂପୃକ୍ତି ବ୍ୟକ୍ତିଙ୍କୁ ଗିରଫ କରି ସାରିଛି। ମହବୁବ ମଲିକ ନାମକ ଏହି ବ୍ୟକ୍ତି ଚକ୍ରବର୍ତ୍ତୀଙ୍କୁ କହିଥିଲେ - 'ଜାଗୋ ମା' ଗାଇବା ଏବେ ବହୁତ ହୋଇଗଲା, ଏବେ ଏକ ଧର୍ମନିରପେକ୍ଷ ( ସେକୁଲାର) ଗୀତ ଗାଅ।' ବିବାଦ ସେତେବେଳେ ଆହୁରି ତୀବ୍ର ହୋଇଗଲା, ଯେତେବେଳେ ସେ ଗାୟିକାଙ୍କୁ ହଇରାଣ କରିବାକୁ ଆରମ୍ଭ କରିଥିଲେ।
ଉଲ୍ଲେଖନୀୟ ଯେ, ଉକ୍ତ ଇଭେଣ୍ଟଟି ପୂର୍ବ ମେଦିନୀପୁରର ଭଗବାନପୁର ଅଞ୍ଚଳର ଏକ ଘରୋଇ ସ୍କୁଲରେ ଅନୁଷ୍ଠିତ ହୋଇଥିଲା। NDTV ଅନୁସାରେ, ପୁଲିସ ଅଧିକାରୀ ମିତୁନ ଦେ କହିଛନ୍ତି ଯେ, ମଲିକ ସ୍କୁଲର ମାଲିକ ଏବଂ ସେହି ହିଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଇ ଥିଲେ। ଗାୟିକା ଚକ୍ରବର୍ତ୍ତୀ ଦାବି କରିଛନ୍ତି ଯେ, ଯେତେବେଳେ ସେ ମଞ୍ଚରେ ବଙ୍ଗଳାର ଧାର୍ମିକ ଗୀତ ‘ ଜାଗୋ ମାଆ ଗାଉ ଥିଲେ, ସେତେବେଳେ ମଲିକ ମଞ୍ଚ ଉପକୁ ଆସିଥିଲେ ଏବଂ ତାଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ପୁଲିସକୁ ଦିଆଯାଇ ଥିବା ଅଭିଯୋଗରେ ଗାୟିକା କହିଥିଲେ ଯେ, ତାଙ୍କୁ ସେ ହତ୍ୟା କରିବାକୁ ଚାହୁଁଥିଲେ।
ଗାୟିକାଙ୍କର ଅଭିଯୋଗ ଯେ, ତାଙ୍କୁ ହଇରାଣ କରିବା ସମୟରେ, ମଲିକ ଚିତ୍କାର କରି କହିଥିଲେ- ବହୁତ ହୋଇଗଲା, ଜାଗ୍ରତ ହୁଅ, ମାଆ, ଏବେ କିଛି ଧର୍ମନିରପେକ୍ଷ ଗୀତ ଗାଅ। ସେ ପୁଲିସ ଉପରେ ମାମଲା ରୁଜୁ କରିବାରେ ବିଫଳ ହୋଇଥିବାର ମଧ୍ୟ ଅଭିଯୋଗ କରିଥିଲେ। ହେଲେ ତଥାପି ବିବାଦ ବଢିବା ପରେ ମାମଲା ରୁଜୁ କରାଯାଇଥିଲା ଏବଂ ମଲିକଙ୍କୁ ଗିରଫ କରାଯାଇ ଥିଲା।
ଅନ୍ୟପଟେ ପୁଲିସ ଅଧିକାରୀ କହିଛନ୍ତି, ଭଗବାନପୁର ପୁଲିସ ଷ୍ଟେସନ ଇନଚାର୍ଜ ଏବଂ ଅନ୍ୟ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଯଦି ଅଭିଯୋଗ ସ୍ପଷ୍ଟ ହୁଏ ତ, ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
ଏହି ସମୟରେ, ମଲିକଙ୍କ ଭାଇ ମାସୁଦ ଗାୟିକାଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହି ଖାରଜ କରି କହିଛନ୍ତି - ସେ ଅଧିକ ଟଙ୍କା ଡିମାଣ୍ଡ କରୁଥିଲେ ଏବଂ ପରଫର୍ମାନ୍ସରେ ମଧ୍ୟ ବିଳମ୍ୱ ହେଉଥିଲା। ସେ କହିଛନ୍ତି, ଗାୟିକା ତାଙ୍କର ଆଗାମୀ ଫିଲ୍ମର ଏକ ଧାର୍ମିକ ଗୀତ ଗାଉଥିଲେ, ତେଣୁ ତାଙ୍କୁ ଏକ ଧର୍ମନିରପେକ୍ଷ ଗୀତ ଗାଇବାକୁ ଅନୁରୋଧ କରାଯାଇଥିଲା, କାରଣ ଏହା ଏକ ସ୍କୁଲ କାର୍ଯ୍ୟକ୍ରମ ଥିଲା।
Lagnajita, a famous singer of WB, was harassed on stage during a musical performance in Purba Medinipur!
— Krishanu Singha (@KrishanuOnline) December 21, 2025
A complaint has been filed with the police, and they are searching for the accused school owner Mehboob Mallick.
According to the complaint, Lagnajita was performing at the… pic.twitter.com/7qMUnbMgA8
ଏହି ପୂରା ମାମଲା ଏବେ ରାଜନୀତିକ ରୂପ ନେଇଛି। ବିଜେପି ମଲିକଙ୍କ ଟିଏମସି ସଦସ୍ୟ ହେବାର ଅଭିଯୋଗ କରିଛନ୍ତି। ବିଜେପି ନେତା କହିଛନ୍ତି , ପଶ୍ଚିମବଙ୍ଗ ଜିହାଦିଙ୍କ ହାତରେ ଅଛି।