PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଜାଗ୍ରତିଙ୍କ ସିନେମାର ହିରୋ ହେବେ ଅନୁଭବ, ଆସୁଛି ନୂଆ ଫିଲ୍ମ ‘ରାବଣ-ଦ ଇଣ୍ଟରଭାଲ ପାର୍ଟ’

କଟକ ୨୭/୦୧: ଏବେ ପୁଣି ଚର୍ଚ୍ଚାରେ ଅଭିନେତା ଅନୁଭବ ମହାନ୍ତି। ବର୍ଷା- ଅନୁଭବଙ୍କ ପାରିବାରିର ବିବାଦ ଭିତରେ ଅନୁଭବଙ୍କ ଆସୁଛି ନୂଆ ଫିଲ୍ମ ‘ରାବଣ-ଦ ଇଣ୍ଟରଭାଲ ପାର୍ଟ । ଆଉ ଏହି ସିନେମାର କାହାଣୀ ଲେଖିଛନ୍ତି ବାନ୍ଧବୀ ତଥା ସାମ୍ବାଦିକା ଜାଗ୍ରତି ଶୁକ୍ଳା। ଏହି କାହାଣୀରେ ହିରୋ ହେବେ ଅନୁଭବ ହିରୋ। ସେ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଏହି ସିନେମାର ୧ ମିନିଟ୍ ୩ ସେକେଣ୍ଡର ଏକ ଟିଜର ମଧ୍ୟ ରିଲିଜ ହୋଇଛି।

ଜାଗ୍ରତି କହିଛନ୍ତି, ପ୍ରଥମ ଥର ପାଇଁ ସେ ଲେଖିଥିବା କାହାଣୀକୁ ନେଇ ଫିଲ୍ମ ହୋଇଛି। ଯାହାର ନାଁ ରହିଛି ‘ରାବଣ-ଦ ଇଣ୍ଟରଭାଲ। ଫିଲ୍ମଟି ହିନ୍ଦୀ ସହ ଅନ୍ୟାନ୍ୟ ଭାଷାରେ ସାରା ଦେଶରେ ବଡ ପରଦାରେ ରିଲିଜ ହେବ । ଏହି ଫିଲ୍ମରେ ଓଡ଼ିଆ ଫିଲ୍ମ ଷ୍ଟାର ତଥା ଲୋକସଭା ସାଂସଦ ଅନୁଭବ ମହାନ୍ତି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ପ୍ରଥମ ଫିଲ୍ମ ଭାବେ ଏହା ବଡ ପରଦାରେ ରିଲିଜ ହେବ ବୋଲି ନିଜ ଇନଷ୍ଟାଗ୍ରାମ ପେଜରେ ସୂଚନା ଦେଇଛନ୍ତି ଜାଗ୍ରତି।

ତେବେ ଏସବୁ ଭିତରେ ବଡ଼ କଥା ହେଲୋ ଜାଗ୍ରତି  ତାଙ୍କ ପୋଷ୍ଟରେ ଅନୁଭବଙ୍କୁ ପ୍ରସଂଶା କରିବାକୁ ଆଦୌ ଭୁଲିନାହାଁନ୍ତି। ସେ କହିଛନ୍ତି, ତୁମ ନାଁରେ ବହୁ ନିନ୍ଦା ଅପବାଦ ଶୁଣିଛି ହେଲେ ତୁମର କାର୍ଯ୍ୟ ଏବଂ ପ୍ୟାସନ ଯୋଗୁ ତୁମେ ସଫଳ ହୋଇଛ। ଏହି ପରିଶ୍ରମ ଓ ନିଷ୍ଠା ଜାରି ରଖ।

ଜଗ୍ରତିଙ୍କ ଏହି ପୋଷ୍ଟ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଏହି ପୋଷ୍ଟ ଦେଖି ଲୋକେ କହୁଛନ୍ତି ଅନୁଭବଙ୍କ ପ୍ରତି ଜାଗ୍ରତିଙ୍କ ଭାରି ଦରଦ ରହିଛି। ସେ ଯାହା ବି ଏସବୁ ଦେଖିଲେ ଲାଗୁଛି, ସେ  ପର୍ସନାଲ ହେଉକି ଓ ପ୍ରଫେସନାଲ୍ ଦୁହିଁଙ୍କ ଭିତରେ ସମ୍ପର୍କ କିନ୍ତୁ ବେଶ୍ ନୀବିଡ଼।   

ସମ୍ବନ୍ଧିତ ଖବର