PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

‘ଅନ୍ବେଶା ଇନ୍ ଇଣ୍ଡିଆ ଏଲଟିଡି’ ଚିଟଫଣ୍ଡ କମ୍ପାନୀର ରାୟ ପ୍ରକାଶିତ; ୩ ଜଣଙ୍କୁ ଜେଲ୍

ବାଲେଶ୍ୱର,୨୮/୩: ‘ ଅନ୍ବେଶା ଇନ୍ ଇଣ୍ଡିଆ ଏଲଟିଡି’ ଚିଟଫଣ୍ଡ କମ୍ପାନୀର ବହୁ ପ୍ରତୀକ୍ଷିତ ରାୟ ମଙ୍ଗଳବାର ପ୍ରକାଶ ପାଇଛି । ଏଥିରେ କମ୍ପାନୀର ୩ଜଣ ଅଧିକାରୀଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ସମସ୍ତ ସାକ୍ଷ୍ୟ, ପ୍ରମାଣପତ୍ରକୁ ଆଧାର କରି ବାଲେଶ୍ଵରର ସ୍ବତନ୍ତ୍ର ଚିଟପଣ୍ଡ ଅଦାଲତର ବିଚାରପତି ବିଶ୍ୱଜିତ ଦାସ ଏହି ରାୟ ପ୍ରଦାନ କରିଛନ୍ତି।

ସୂଚନା ମୁତାବକ ଏହି ଚିଟଫଣ୍ଡ ସଂସ୍ଥା ବାଲେଶ୍ୱର ସହରରର ସହଦେବଖୁଣ୍ଟା ଅଞ୍ଚଳରେ ଖୋଲିଥିଲା । ତେବେ ଲୋକଙ୍କୁ ଅଳ୍ପଦିନରେ ଅଧିକ ଟଙ୍କା ଫେରାଇବାର ମିଛ ପ୍ରତିଶ୍ରୁତି ଦେଇ ବାଲେଶ୍ୱର ସମେତ ବିଭିନ୍ନ ଅଞ୍ଚଳରୁ ଟଙ୍କା ଆଦାୟ କରୁଥିଲେ । ତେବେ ସଦର ବ୍ଲକ ଅନ୍ତର୍ଗତ ଶେଖପାଟଣା ଅଞ୍ଚଳର ଜଗନ୍ନାଥ ବାରିକ ନାମକ ଜଣେ ଜମାକାରୀ ଉକ୍ତ ସଂସ୍ଥାରେ ଆରଡି ଆକାରରେ ଟଙ୍କା ରଖିଥିଲେ । ଏହି ଟଙ୍କା ମେଚୁରିଟି ବି ହୋଇଯାଇଥିଲା । ମାତ୍ର ୧୨ ପ୍ରତିଶତ ସୁଧ ସହ ମୂଳ ଧନ ନ ମିଳିବାରୁ ସେ ସହଦେବଖୁଣ୍ଟାରେ ଥିବା କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ କାର୍ଯ୍ୟାଳୟ ବନ୍ଦ ହୋଇଥିବାବେଳେ ତାଙ୍କ ସହ ଅନ୍ୟ ଜମାକାରୀ ଠକାମୀରେ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।

ପରେ ଏ ନେଇ ସେ ସହଦେବଖୁଣ୍ଟା ଥାନାରେ କମ୍ପାନୀର ୮ ଜଣଙ୍କ ନାମରେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ପୁଲିସ ସମସ୍ତଙ୍କୁ ଗିରଫ କରିଥିଲା । ସେବେଠାରୁ ଏହି ମାମଲା ଚିଟଫଣ୍ଡ ଅଦାଲତରେ ବିଚରାଧୀନ ଥିଲା । ୧୬ ସାକ୍ଷୀ, ୫୪ ଦସ୍ତାବିଜର ପ୍ରମାଣକୁ ଆଧାର କରି କମ୍ପାନୀର ଡାଇରେକ୍ଟର କୃଷ୍ଣଚନ୍ଦ୍ର ସାହୁଙ୍କୁ ୫ ବର୍ଷ ଜେଲ ସହ ୨ ଲକ୍ଷ ଟଙ୍କା ଜରିମାନା,  ଅନାଦେୟ ୨ ବର୍ଷ ଅଧିକ ଜେଲ, ଅଫିସ କର୍ମଚାରୀ ଅଭିମନ୍ୟୁ ମହାପାତ୍ରଙ୍କୁ ୩ ବର୍ଷ ଜେଲ, ୧୦ ହଜାର ଜରିମାନା, ବ୍ରାଞ୍ଚ ମ୍ୟାନେଜର ପ୍ରଣୟ କୁମାର ବେହେରାଙ୍କୁ ୩ବର୍ଷ ଜେଲ, ୧୦ ହଜାର ଟଙ୍କାର ଜରିମାନା ହୋଇଛି । ବରିଷ୍ଠ ସରକାରୀ ଆଇନଜୀବୀ ପ୍ରଣବ ପଣ୍ଡା ମାମଲା ପରିଚାଳନା କରିଥିଲେ।