PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

କଂଗ୍ରେସ ବିନା କୌଣସି ବିରୋଧୀ ମେଣ୍ଟ ଅସମ୍ଭବ: କଂଗ୍ରେସ ନେତା ଜୟରାମ ରମେଶ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ସଂସଦରେ ହଟ୍ଟଗୋଳ ଜାରି ରହିଛି। ଟିଏମସି ଏହି ଅଧିବେଶନରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଠାରୁ ଅଲଗା ରହିଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ଟିଏମସି ଓ ମମାଜବାଦୀ ପାର୍ଟି ତୃତୀୟ ମୋର୍ଚ୍ଚା ବନାଇବା ପାଇଁ ଯୋଜନା ଆରମ୍ଭ କରିଛନ୍ତି। ତେବେ ଏହି ପ୍ରସଙ୍ଗରେ କଂଗ୍ରେସ ମହାସଚିବ ଜୟରାମ ରମେଶଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଖବର ସରବରାହ ସଂସ୍ଥା ପିଟିଆଇ ଜୟରାମଙ୍କୁ ପ୍ରଶ୍ନ କରିଥିଲା ଯେ ଜେପିସି ଦାବି ଉପରେ ବିରୋଧୀ ଦଳ ମଧ୍ୟରେ ମତଭେଦ କାହିଁକି ରହିଛି? ଏବଂ ବିଶେଷ କରି ଟିଏମସି ଓ ଏନସିପିର ପକ୍ଷ କାହିଁକି କଂଗ୍ରେସ ଠାରୁ ଭିନ୍ନ ରହିଛି? ଏହି ପ୍ରଶ୍ନର ଜବାବରେ ଜୟରାମ କହିଛନ୍ତି, ଟିଏମସି ଆମ ସହ ନାହିଁ ଏହା ଦଳର ବ୍ୟକ୍ତିଗତ କାରଣ, ଆମେ ଏହାଉପରେ କିଛି କହିବୁ ନାହିଁ। ଇଡିକୁ ଦିଆଯାଇଥିବା ଚିଠିରେ ଏନସିପିର ଦସ୍ତକ୍ଷତ ନ ରହିବା ଉପରେ ସେ କହିଛନ୍ତି, ଏନସିପି ଆମକୁ ସମର୍ଥନ ରହିଛି। କିଛି କାରଣ ଥାଇପାରେ ସେଥି ପାଇଁ ଚିଠିରେ ଦସ୍ତକ୍ଷତ ଦେଇ ନାହାନ୍ତି। ୧୬ ଟି ବିରୋଧୀ ଦଳ ଏକାଠି ଜେପିସି ତଦନ୍ତ ପାଇଁ ଦାବି କରୁଛି।  

ଜୟରାମ ଆହୁରି କହିଛନ୍ତି ‘ପ୍ରଧାନମନ୍ତ୍ରୀ କାହିଁକି ଜେପିସି ଗଠନ କରିବାକୁ ଡରୁଛନ୍ତି। ଯଦି କିଛି ଲୁଚାଇବାର ନାହିଁ ଏବଂ ହିଣ୍ଡେନବର୍ଗ ରିପୋର୍ଟର କିଛି ସତ୍ୟତା ନାହିଁ ତେବେ ପ୍ରଧାନମନ୍ତ୍ରୀ ଜେପିସି ଗଠନ କରନ୍ତୁ। ଜେପିସିର ଅଧ୍ୟକ୍ଷତ ବିଜେପିର କେହି ରହିବେ। ତାଙ୍କ ଦଳର ସଦସ୍ୟ ସଂଖ୍ୟା ଅଧିକ ରହିଛି। ଏହା ପରେ ମଧ୍ୟ ଶାସକ ଦଳକୁ ଜେପିସି ଗଠନ ପାଇଁ କାହିଁକି ଡର ଲାଗୁଛି?’

ପିଟିଆଇ ଆହୁରି ପ୍ରଶ୍ନ କରିଥିଲା ଯେ ସଂସଦରେ ହଟ୍ଟଗୋଳ ମଧ୍ୟରେ ବିଶେଷଜ୍ଞଙ୍କ ରାୟ ହେଲା ବ୍ରିଟେନରେ ରାହୁଲ ଦେଇଥିବା ବୟାନ ଦ୍ୱାରା ତାଙ୍କ ଛବି ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି, ଆପଣଙ୍କ ମତ କ’ଣ? ଏହାର ଜବାବରେ ଜୟରମା କହିଛନ୍ତି, ବିଜେପି ବର୍ତ୍ତମାନ ଚିନ୍ତାରେ ରହିଛି। କାରଣ ଭାରତ ଯୋଡ଼ୋ ଯାତ୍ରାରେ କେବଳ କଂଗ୍ରେସର ନୁହେଁ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ଅଧିକ ବଢ଼ିଛି। ଏହି ଯାତ୍ରା ଆମ ପାଇଁ ଓ ଆମ ସଙ୍ଗଠନ ପାଇଁ ‘ବୁଷ୍ଟର ଡୋଜ୍‌’ ସାବ୍ୟସ୍ତ ହୋଇଛି। ଲୋକମାନେ ରାହୁଲଙ୍କୁ ନୂଆ ଅନ୍ଦାଜରେ ଦେଖୁଛନ୍ତି। ଏଥିପାଇଁ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ବଦନାମ କରିବା ପାଇଁ ବିଜେପି ପ୍ରୟାସ କରୁଛି।

ତୃତୀୟ ମୋର୍ଚ୍ଚାକୁ ନେଇ କଂଗ୍ରେସର ଆଗାମୀ ପଦକ୍ଷେପ କ’ଣ ରହିବ? ଏହାର ଜବାବରେ ଜୟରାମ କହିଛନ୍ତି.,କୌଣସି ବିରୋଧୀ ମେଣ୍ଟର ମଜବୁତ ପାଇଁ କଂଗ୍ରେସର ଆବଶ୍ୟକତା ରହିଛି। ହେଲେ କଂଗ୍ରେସର ବର୍ତ୍ତମାନ ପ୍ରାଥମିକତା ହେଉଛି କର୍ଣ୍ଣାଟକ ନିର୍ବାଚନ ଏବଂ ଅନ୍ୟ ରାଜ୍ୟ ନିର୍ବାଚନ। ଏହାପରେ ୨୦୨୪ ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କରାଯିବ।   

.

ସମ୍ବନ୍ଧିତ ଖବର