PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଆଇଏଏସ୍ ଟିନା ଡାବିଙ୍କ ନାଁରେ ଠକେଇ, ହ୍ବାଟସଆପ୍‌ରେ ଗିଫ୍ଟ କାର୍ଡ ମାଗିଥିବା ସାଇବର ଠକ ଗିରଫ

ନୂଆଦିଲ୍ଲୀ,୯।୮: ଆଇଏଏସ୍‌ ଟପ୍ପର ଓ ରାଜସ୍ଥାନର ଜୈସଲମର ଜିଲ୍ଲାପାଳ ଟିନା ଡାବିଙ୍କ ନାଁରେ ସାଇବର ଠକେଇ ମାମଲା ସାମନାକୁ ଆସଛି। ଜିଲ୍ଲାପାଳଙ୍କ ଟିନା ଡାବିଙ୍କ ଫଟୋ ଲଗାଇ ହ୍ବାଟସଆପ୍‌ ଜରିଆରେ ରାଜ୍ୟ ସରକାରଙ୍କ ଜଣେ ଅଧିକାରୀଙ୍କୁ ସାଇବର ଠକ ଜଣକ ଆମାଜନ୍ ଗିଫ୍ଟ କାର୍ଡ ମଗାଇଥିଲା।ପୋଲିସ ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଡୁଙ୍ଗରପୁରରୁ ଗିରଫ କରିଛି।

ୟୁଆଇଟି ସଚିବ ସୁନୀତା ଚୌଧୁରୀ କହିଛନ୍ତି, ଜିଲ୍ଲାପାଳ ଟିନା ଡାବିଙ୍କ ନାଁରେ ମୋତେ ଇଂରାଜୀରେ ମେସେଜ୍ ଆସିଥିଲା ଓ ଆମଜନ୍‌ ଗିଫ୍ଟ କାର୍ଡ ମାଗିଥିଲେ। ଏହି ନମ୍ବରରେ କଲେକ୍ଟର ଟିନା ଡାବିଙ୍କ ଫଟୋ ମଧ୍ୟ ଥିଲା। ମୁଁ ଭାବୁଥିଲି,ବୋଧହୁଏ ମ୍ୟାଡାମ୍‌ଙ୍କର କିଛି କାମ ଥିବ, କିନ୍ତୁ ମୁଁ ଆମାଜନ୍‌ ବ୍ୟବହାର କରୁନଥିଲି। ତେଣୁ କଲେକ୍ଟର ମ୍ୟାଡାମଙ୍କୁ ଫୋନ୍‌ କରିଥିଲି। ସେ ମୋତେ କୌଣସି ମେସେଜ୍ ଦେଇନଥିବା କଥା କହିଥିଲେ, ସେତେବେଳେ ଜଣାପଡିଥିଲା ମୋ ସହିତ ସାଇବର ଠକେଇ ଚେଷ୍ଟା କରାଯାଇଛି।

ଅନ୍ୟପକ୍ଷେ ଟିନା ଡାବି କହିଛନ୍ତି, ତାଙ୍କୁ ଯେତେବେଳେ ଏହି ଫେକ୍ ଆଇଡି ବିଷୟରେ ଜଣାପଡିଥିଲା ସେ ଏସପି ଭବର ସିଂହ ନାଥାଓ୍ବତଙ୍କୁ ଏହାର ସୂଚନା ଦେଇଥିଲେ। ଏସପି ଜୈସଲମର ନମ୍ବର ଟ୍ରେସ୍‌ କରି ଜାଣିପାରିଥିଲେ ଯେ, ତାହା ଡୁଙ୍ଗୁରୁପୁରରେ ମିଳିଲା। ଏସପି ଜୈସଲମର ଡୁଙ୍ଗୁରପୁର ଏସପିଙ୍କୁ ଏହାର ସୂଚନା ଦେଇଥିଲେ। ଏସପି ନାଥାଓ୍ବତ କହିଛନ୍ତି ଜଣେ ଯୁବକୁ ଗିରଫ କରାଯାଇ ତାକୁ ପଚରା ଉଚରା କରାଯାଉଛି।  ଏହା ସହିତ ମାମଲାର ତଦନ୍ତ ମଧ୍ୟ କରାଯାଉଛି।

ସମ୍ବନ୍ଧିତ ଖବର