ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଜାଣନ୍ତୁ ପୁଲୱାମାରେ ଆକ୍ରମଣ କରାଇଥିବା ଆତଙ୍କୀ ସଙ୍ଗଠନ ଜୈଶ୍-ଏ-ମହମ୍ମଦର ସମ୍ପୂର୍ଣ୍ଣ କୁଣ୍ଡଳୀ ଓ କଣ ରହିଛି ତାର ଲକ୍ଷ୍ୟ

୧୯୮୯ ମସିହା । ହିନ୍ଦୁ କୁଶ ପାହାଡରେ ୧୦ ବର୍ଷ ଅଟକି ରହିବା ପରେ ଶେଷରେ ସୋଭିୟତ ୟୁନିୟନକୁ ପରାସ୍ତ ହେବାକୁ ପଡିଲା । ସୋଭିୟତ ୟୁନିୟନର ଏହି ପରାସ୍ତ ୪ ଦଶକ ଧରି ଚାଲିଥିବା ଶୀତଳ ଯୁଦ୍ଧର ଅନ୍ତ ଘଟାଇଲା । ଆଫଗାନିସ୍ଥାନରେ ସୋଭିୟତ ସହିତ ଲଢିବା ପାଇଁ ଆମେରିକା ଇସ୍ଲାମିକ୍ ଚରମପନ୍ଥୀ ସମୂହକୁ ବଡ ସଂଖ୍ଯାରେ ଆର୍ଥିକ ଓ ସେନା ସାହାଯ୍ଯ ଦେଇଥିଲା । ଏହି ଆମେରିକୀୟ ସାହାଯ୍ଯ ସାରା ବିଶ୍ୱରେ ଇସ୍ଲାମିକ୍ ସମୂହକୁ ମୁଣ୍ଡ ଟେକିବା ପାଇଁ ବହୁତ ସହଯୋଗ କଲା ।

୧୯୮୯ରେ ସୋଭିୟତ-ଆଫଗାନ ଯୁଦ୍ଧର ସମାପ୍ତି ଆଫଗାନିସ୍ଥାନରେ ସକ୍ରିୟ ଅନେକ କଟ୍ଟରପନ୍ଥୀ ସମୂହକୁ ନିଜ ପାଇଁ ଜମି ଖୋଜିବା ପାଇଁ ବାଧ୍ୟ କଲା । ଏଭଳି ଏକ ସଙ୍ଗଠନ ଥିଲା ‘ହରକତ-ଉଲ-ମୁହାହିଦିନ୍’ । ଏହା ଆଫଗାନିସ୍ଥାନରେ ସକ୍ରିୟ ସଙ୍ଗଠନ ହରକତ-ଉଲ-ଜିହାଦରୁ ଭାଗ ହୋଇ ଗଢିଉଠିଥିଲା । ୧୯୮୯ରେ କଶ୍ମୀରରେ ଆରମ୍ଭ ହୋଇଥିବା ହିଂସ୍ର ଅଲଗାଓବାଦୀ ଆନ୍ଦୋଳନରେ ହରକତ ଉଲ୍ ମୁଜାହିଦିନ ସକ୍ରିୟ ସଙ୍ଗଠନ ଥିଲା । ୧୯୯୩ ଓ ୧୯୯୪ରେ ଭାରତୀୟ ସୁରକ୍ଷାବଳ HUMର ମେରୁଦଣ୍ଡ ଭାଙ୍ଗିଦେଲେ । ନଭେମ୍ବର ୧୯୯୩ରେ ଏହାର ମୁଖ୍ଯ ନସରୁଲ୍ଲାହ ମନ୍ସୁର ଲଙ୍ଗରୟାଲକୁ ଭାରତୀୟ ସୁରକ୍ଷାବଳ ଗିରଫ କଲା । ଏହା ପର ବର୍ଷ ଫେବୃୟାରୀ ୧୯୯୪ରେ HUMj ସେକ୍ରେଟେରୀ ମୌଲାନା ମସୁଦ ଅଜହର ଓ ସଜ୍ଜାଦ ଅଫଗାନୀ ମଧ୍ୟ ଭାରତୀୟ ସେନାହାତରେ ଧରା ପଡିଲା ।

{"id":3757,"width":579,"height":384}
source:www.jagran.com

୧୯୯୯ରେ ସଜ୍ଜାଦ ଅଫଗାନୀକୁ ଜେଲ୍ ଭାଙ୍ଗି ପଳାୟନ କରିବା ସମୟରେ ଗୁଳି ମାରିଦିଆଗଲା । ଏହା ଜବାବରେ HUM ଇଣ୍ଡିଆନ୍ ଇୟାରଲାଇନ୍ସର ଫ୍ଲାଇଟ୍-୮୧୪କୁ ହାଇଜାକ୍ କରିଦିଆଗଲା । ଭାରତୀୟ ସରକାରଙ୍କୁ ବାଧ୍ୟ ହୋଇ ଜେଲରେ ବନ୍ଦ ଥିବା ୩ ଆତଙ୍କୀ ମୌଲାନା ମସୁଦ ଅଜହର, ଅହମଦ ଉମର ସଇଦ ଶେଖ ଓ ମସ୍ତଫାକ ଅହମଦ ଜରଗରଙ୍କୁ ମୁକ୍ତ କରିଦିଆଗଲା । ପାକିସ୍ତାନ ଫେରିବା ପରେ ମୌଲାନା ମସୁଦ ଅଜହର HUMରୁ ଅଲଗା ହୋଇ ନିଜର ଅଲଗା ସଙ୍ଗଠନ ଗଠନ କଲା । ଏହାର ନାଁ ରହିଲା ‘ଜୈଶ୍-ଏ-ମୋହମ୍ମଦ’ । ଏହାର ଅର୍ଥ ମୋହମ୍ମଦର ସେନା । ଏହା ହେଉଛି ୨୦୦୦ ମସିହା ଘଟଣା ।

{"id":3753}
source:www.thelallantop.com

ପ୍ରଥମ ବଡ ଆକ୍ରମଣ କଲା ଅକ୍ଟୋବର ୨୦୦୧ରେ । ଜମ୍ମୁ କଶ୍ମୀରର ବିଧାନସଭାରେ । ଏହି ଆକ୍ରମଣରେ ୩୮ ଲୋକ ଜୀବନ ହାରିଥିଲେ । ଏହାର ୨ ମାସ ପରେ ଡିସେମ୍ବର ୨୦୦୧ରେ ଲଶ୍କର-ଏ-ତୋଏବା ସହିତ ମିଶି ଦେଶର ସଂସଦ ଉପରେ ଆକ୍ରମଣ କଲା । ଏହି ଆକ୍ରମଣରେ ଆମର ୮ ଜବାନ ଶହୀଦ ହୋଇଥିଲେ । ଅକ୍ଟୋବର ୨୦୦୧ରେ ଭାରତ ଚାପରେ ଯୁକ୍ତରାଷ୍ଟ୍ର ସଙ୍ଘ ଜେଶକୁ ଆତଙ୍କୀ ସଙ୍ଗଠନ ଘୋଷିତ କରିଦେଲା । ଡିସେମ୍ବର ୨୦୦୧ରେ ଆମେରିକାର ଷ୍ଟେଟ୍ ଡିପାର୍ଟମେଣ୍ଟ ମଧ୍ୟ ଏହାକୁ ଆତଙ୍କୀ ସଙ୍ଗଠନ ଘୋଷିତ କରିଦେଲା ।

ଏହାପରେ ପାକିସ୍ତାନ ମଧ୍ୟ ନିଜ ଦେଶରେ ଏହାକୁ ଆତଙ୍କୀ ସଙ୍ଗଠନ ଘୋଷିତ କରିଦେଲା । ଏହା ଜାନୁୟାରୀ ୨୦୦୨ର ଘଟଣା । ଏହା ପରେବଜ ମୁଶରଫର ଭାରତ ଯାତ୍ରାର ଠିକ୍ ପୂର୍ବର ଘଟଣା । ଜେଶ୍ ଏହି ପ୍ରତିବନ୍ଧକୁ କଡା ପ୍ରତିବାଦ କଲା । ମାର୍ଚ୍ଚ ୨୦୦୨ରୁ ଆରମ୍ଭ କରି ସେପ୍ଟେମ୍ବର ୨୦୦୨ ପର୍ଯ୍ଯନ୍ତ ଜେଶ ଇସଲାମବାଦ, କରାଚି, ମୁରୀ, ବହାବଲପୁରରେ ଲଗାତର ଆକ୍ରମଣ କରିବାରେ ଲାଗିଲା । ପ୍ରତିବନ୍ଧକ ଲାଗିବା ପରେ ଜେଶ୍ ୨ ଭାଗରେ ବିଭକ୍ତ ହୋଇଗଲା । ପ୍ରଥମ ଭାଗ ଖୁଦ୍ଧାମ-ଉଲ୍-ଇସ୍ଲାମ । ଏହାର ନେତୃତ୍ୱ ମସୁଦ ଅଜହର ନେଇଥିଲା । ଦ୍ୱିତୀୟ ଭାଗ ଥିଲା ତହରିକ-ଉଲ୍-ଫୁରକାନ । ଏହାର ନେତୃତ୍ୱ ନେଇଥିଲା ଅବ୍ଦୁଲାହ ଶାହ ମଜହର । ୨୦୦୩ରେ ପାକିସ୍ତାନ ସରକାର ଖୁଦ୍ଦାମ-ଉଲ-ଇସ୍ଲାମ ଓ ତହରିପ-ଉଲ-ଫୁରକାନ ଉପରେ ମଧ୍ଯ ବ୍ୟାନ୍ ଲଗାଇଦେଲେ । ଏହାପରେ ଅଜହର ନିଜ ସଙ୍ଗଠନର ନାଁ ବଦଳାଇ ଅଲ-ରହମନ-ଟ୍ରଷ୍ଟ ରଖିଦେଲା । ଏହି ବ୍ୟାନ ଯୋଗୁଁ  ଉତ୍ୟକ୍ତ ଅଜହର ପରବେଜ୍ ମୁଶରଫଙ୍କୁ ମଧ୍ଯ ଛାଡିଲା ନାହିଁ । ୧୪ ଓ ୨୫ ଡିସେମ୍ବର ୨୦୦୩ରେ ପାକିସ୍ତାନ ରାଷ୍ଟ୍ରପତି ମୁଶରଫଙ୍କ ଉପରେ ଏହି ସଙ୍ଗଠନ ମରଣାନ୍ତକ ଆକ୍ରମଣ କଲା ।

{"id":3752}
source:www.prabhatkhabar.com

ଏହାପରେ ପାକିସ୍ତାନ ସରକାର ଏହି ସଙ୍ଗଠନ ବିରୁଦ୍ଧରେ କ୍ରାକ୍ ଡାଉନ୍ ଆରମ୍ଭ କରିଦେଲେ । ମିଲେଟ୍ରି ଇଣ୍ଟେଲିଜେନ୍ସରେ ଜେସର ସମର୍ଥକଙ୍କୁ ଚାକିରୀରୁ ବହିଷ୍କାର କରିଦିଆଗଲା । ଏମାନଙ୍କ ଆଡ୍ଡାସ୍ଥଳୀକୁ ଭାଙ୍ଗି ଦିଆଗଲା । ୨୦୦୪ରେ କ୍ରାକ୍ ଡାଉନ୍ ପରେ ମସୁଦ ଅଜହର ପାକିସ୍ତାନ ସରକାରଙ୍କ ସହିତ ବୁଝାମଣା କରିଦେଲା ଓ ପାକିସ୍ତାନ ଭିତରେ ଆତଙ୍କୀ ଗତିବିଧି ରୋକିଦେଲା । ଅବଶ୍ଯ ଜେଶ୍ ପାକିସ୍ତାନରେ ଅଧିକାରୀକ ରୂପେ ବ୍ୟାନ୍ ଥିଲା କିନ୍ତୁ ISI ଏହି ସଙ୍ଗଠନକୁ ମୁଣ୍ଡ ଟେକିବା ପାଇଁ ପର୍ଯ୍ଯାପ୍ତ ସାହାଯ୍ଯ କଲା । ୨୦୦୯ରେ ଆସିଥିବା ମିଡିଆ ରିପୋର୍ଟ ଅନୁସାରେ ଏହି ସଙ୍ଗଠନ ପାକିସ୍ତାନର ବହାବଲପୁରରେ ସାଢେ ୬ ଏକର  ଜାଗାରେ ନିଜର େକ ବଡ କମ୍ପେକ୍ସ ନିର୍ମାଣ କରିଦେଇଥିଲା । ଏଠାରେ ଆତଙ୍କୀମାନଙ୍କୁ ଟ୍ରେନିଂ ଦିଆଯାଉଥିଲା । ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ମସୁଦ ଅଜହର ଏକ ସଭାରେ ଧମକ ଦେଇଥିଲା ଯେ ତା ପାଖରେ ୩୦୦ ଆତ୍ମଘାତୀ ଆକ୍ରମଣକାରୀ ପ୍ରସ୍ତୁତ ହୋଇ ଅଛନ୍ତି । ଯଦି ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ହେବେ ତେବେ ଭାରତ ଉପରେ ଆକ୍ରମଣ କରିବ ।

{"id":3756}
source:abpnews.abplive.in

୨୫ ଡିସେମ୍ବର ୨୦୧୫ରେ ନରନ୍ଦ୍ର ମୋଦି ଲାହୋର ଯାଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସହିତ ସାକ୍ଷାତ କଲେ । ଏଥିରେ ନାରାଜ ହୋଇଗଲା ଜେଶ୍ । ଏହାର ଠିକ୍ ୭ ଦିନ ପରେ ଏହି ସଙ୍ଗଠନ ପଠାନକୋଟ ଏୟାର ବେସ ଉପରେ ଆକ୍ରମଣ କରିଦେଲା  । ସେପ୍ଟେମ୍ବର ୨୦୧୬ରେ ହୋଇଥିବା ଉରୀ ଆକ୍ରମଣରେ ମଧ୍ଯ ଏହି ସଙ୍ଗଠନ ନାଁ ସାମ୍ନାକୁ ଆସିଥିଲା । ଅବଶ୍ଯ ଅଧିକାରିକ ରୂପେ ଜେଶ୍ ଏହି ଆକ୍ରମଣର ଦାୟିତ୍ୱ ନେଇନଥିଲା । ମୌଲାନା ମସୁଦ ଅଜହର ଜେଶର ସଂସ୍ଥାପକ । ଅବଶ୍ଯ ସେ ଏହି ସଙ୍ଗଠନ ପାଇଁ ପରଦା ପଛରେ ରହି କାମ କରିଥାଏ । ବର୍ତ୍ତମାନ ମସୁଦ ଅଜହରର ଭାଇ ଅବ୍ଦୁଲ ରଉଫ ଅସଗର ଏହି ସଙ୍ଗଠନର ମୁଖ୍ଯ । ରଉଫ ୧୯୯୯ରେ ଇଣ୍ଡିଆନ୍ ଏୟାରଲାଇନ୍ସର ଫ୍ଲାଇଟ୍-୮୧୪ର ଅପହରଣକାରୀଙ୍କ ମଧ୍ୟରେ ଜଣେ ଥିଲା । ତେବେ କହିରଖୁଛୁ ଜୈଶ୍-ଏ-ମୋହମ୍ମଦ ହେଉଛି କଶ୍ମୀରର ସବୁଠାରୁ ହିଂସ୍ର ସକ୍ରିୟ ଆତଙ୍କୀ ସଙ୍ଗଠନ ।

Copyright © 2022 - Summa Real Media Private Limited. All Rights Reserved.