PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଚେନ୍ନାଇକୁ ୫ ୱିକେଟରେ ହରାଇଲା ରାଜସ୍ଥାନ, ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନକୁ ଉଠିଲା ଦଳ

pic - hindustantimes.com

ମୁମ୍ୱାଇ,୦୫/୨୦: ଚେନ୍ନାଇକୁ ୫ ୱିକେଟ ହରାଇ ଦ୍ଵିତୀୟ ସ୍ଥାନକୁ ଉଠିଲା ରାଜସ୍ଥାନ। ଚେନ୍ନାଇ ଦ୍ଵାରା ଧାର୍ଯ୍ୟ ୧୫୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ଯଶସ୍ଵୀ ଜୟସଓ୍ଵାଲଙ୍କ ୫୯ ଏବଂ ରବିଚନ୍ଦ୍ରନ ଅଶ୍ଵିନଙ୍କ ଅପରାଜିତ ୪୦ ରନ ସହାୟତାରେ ୧୯.୪ ଓଭରରେ ୫ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଏହି ବିଜୟ ସହ ପ୍ଲେ ଅଫରେ ନିଜର ସ୍ଥାନ ସୁନିଶ୍ଚିତ କରିବା ସହ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନକୁ ଉଠିଛି ରାଜସ୍ଥାନ।

୧୪ଟି ମୁକାବିଲାରୁ ୯ ବିଜୟ ପରେ ଫାଇନାଲ୍ ଖେଳିବା ପାଇଁ ଦଳ ନିକଟରେ ଦୁଇଟି ସୁଯୋଗ ମିଳିବ। ଅନ୍ୟପଟେ ପରାଜୟ ସହ ଚେନ୍ନାଇ ଆଇପିଏଲ ୨୦୨୨ ଅଭିଯାନ ଶେଷ କରିଛି। ଦଳ ସମସ୍ତ ମ୍ୟାଚ୍ ଖେଳି ୪ ବିଜୟ ଏବଂ ୧୦ମ ପରାଜୟ ସହ ପଏଣ୍ଟ ତାଲିକାର ନବମରେ ରହିଛି।

ପ୍ରଥମେ ବ୍ୟାଟିଂ କରି ମୋଇନ ଅଲ୍ଲୀଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ଵେ ବଡ ସ୍କୋର କରିବାରେ ବିଫଳ ହୋଇଛି ଚେନ୍ନାଇ ସୁପର କିଙ୍ଗ୍ସ। ପ୍ରଥମେ ଲାଗୁଥିଲା ଦଳ ୨୦୦ ପାଖାପାଖି ସ୍କୋର କରିବ ହେଲେ, ଦଳ ବହୁତ କଷ୍ଟରେ ୬ ଓ୍ଵିକେଟ୍‌ ହରାଇ ୧୫୦ ରନ କରିପାରିଥିଲା। ମୋଇନ ଅଲ୍ଲୀ ୫୭ ବଲରୁ ୯୩ ରନର ଦମଦାର ଇନିଂସ ଖେଳିଥିଲେ। ତାଙ୍କୁ ବାଦ୍ ଦେଲେ ବାକି ବ୍ୟାଟସମ୍ୟାନ ଆଶାନୁରୂପ ପ୍ରଦର୍ଶନ କରି ପାରି ନାହାନ୍ତି। ଧୋନୀ ୨୬ ରନର ଧିମା ଇନିଂସ ଖେଳିଛନ୍ତି। ଏକଦା ୧୦.୨ ଓଭରରେ ୯୫ ରନ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସ ଶେଷ ଆଡକୁ ଦ୍ରୁତ ରନ କରିବାରେ ବିଫଳ ହୋଇଛି। ରାଜସ୍ଥାନ ପକ୍ଷରୁ ଅବେଡ ମ୍ୟାକକୟ ୨୦ ରନ ଦେଇ ୨, ୟୁଜବେନ୍ଦ୍ର ଚହଲ ୨୬ ରନ ଦେଇ ୨ ଏବଂ ରବିଚନ୍ଦ୍ରନ ଅଶ୍ଵିନ ୨୮ ରନ ଦେଇ ୧ ଓ୍ଵିକେଟ୍ ନେଇଥିଲେ।

ସମ୍ବନ୍ଧିତ ଖବର