PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଇଡା ବ୍ଲକର ଫଟାଟାଙ୍ଗର ଆଶ୍ରମ ଛାତ୍ରୀ ନିବାସରେ ଖାଦ୍ୟ ଖାଇ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ
  • ||
  • ୫ମ ଟେଷ୍ଟ: ଜୋ ରୁଟ୍‌ ଏବଂ ଜନି ବୈୟାରିଷ୍ଟୋଙ୍କ ଶତକୀୟ ଇନିଂସ, ଭାରତକୁ ୭ ଓ୍ବିକେଟରେ ହରାଇ ସିରିଜ ବରାବର୍‌ କଲା ଇଂଲଣ୍ଡ
  • ||
  • ପୁଣି ରାଜଧାନୀରେ ଛାତ୍ରୀଙ୍କ ଆତ୍ମହତ୍ୟା, ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟବିହାର ନିକଟ ଏକ ଭଡାଘରୁ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାରଙ୍କୁ ଘେରିଲେ ବିରୋଧୀ
  • ||
  • ପଟ୍ଟାମୁଣ୍ଡାଇ : ମୋବାଇଲ୍ ଗେମ୍ ହେଲା କାଳ, ଅନଲାଇନ୍ ଗେମ୍ ଖେଳି ୧୦ ହଜାର ଟଙ୍କା ହାରିଯିବାରୁ ଆତ୍ମହତ୍ୟା କଲେ ଯୁବକ
  • ||
  • ସମ୍ଵଲପୁର : ବାଇକ୍‌କୁ ଧକ୍କା ଦେଲା ଅଜଣା ଟ୍ରକ୍, ୨ ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର : ରାଜ୍ୟରେ ନିର୍ମାଣ ହେବ ୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ, ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯ କୋଟି ୩୬ ଲକ୍ଷ ମଞ୍ଜୁର
  • ||
  • କୋରାପୁଟ : ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ, ବ୍ୟବସାୟୀଙ୍କୁ ହତ୍ୟା ଧମକ ଦେଇ ମାଗୁଥିଲେ ୫ ଲକ୍ଷ
  • ||
  • ଝାରସୁଗୁଡା : ଜଙ୍ଗଲ ଭିତରୁ ବାପା ଓ ଝିଅ-ପୁଅଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଲମତାପୁଟ: କମାଣ୍ଡର ଜିପ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ପୁରୀ: ଆଜି ହେରାପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗି ରାଗ ଶୁଝାଇବେ ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣୀ
  • ||
  • ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଲଘୁଚାପ ବଳୟ ସୃଷ୍ଟି, ୪ ଦିନ ପ୍ରବଳ ବର୍ଷା: ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||

୪୫ ବର୍ଷୀୟ ବିଜେପି ନେତା ନିଜ ଠାରୁ ୧୮ ବର୍ଷ ସାନ ଦଳୀୟ କର୍ମୀଙ୍କୁ ବିବାହ କରି ଚର୍ଚ୍ଚାରେ

ଗାନ୍ଧିନଗର,୨୩।୬: ଗୁଜରାଟର ଜଣେ ୪୫ ବର୍ଷିୟ ବିଜେପି ନେତାଙ୍କ ତୃତୀୟ ବିବାହ ଆଜିକାଲି ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଗୁଜରାଟର ଦାହୋଦ ଜିଲ୍ଲାର ବିଜେପି ଅଧ୍ୟକ୍ଷ ଶଙ୍କରଭାଇ ଅମଲିୟାର ନିଜଠାରୁ ୧୮ ବର୍ଷ ସାନ ଯୁବତୀ ଜପ୍ଲାବେନଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । ଜପ୍ଲାବେନ ବିଜେପି ମହିଳା ମୋର୍ଚ୍ଛାର ଉପସଭାପତି ଅଛନ୍ତି।ଦାହୋଦ ଜିଲାର ଫତେପୁରା ତାଲୁକାର ସିଗଡାପଡା ଗାଁର ବାସିନ୍ଦା ଶଙ୍କରଭାଇ ଅମଲିୟାର । ବର୍ତ୍ତମାନ ସେ ଜିଲା ବିଜେପି ସଭାପତି ଅଛନ୍ତି । ତାଙ୍କର ପ୍ରଥମ ବିବାହ ଫତେପୁରର ବିଧାୟକ ରମେଶ କଟାରାଙ୍କ ଭଉଣୀଙ୍କ ସହ ହୋଇଥିଲା। ଉଭୟଙ୍କର ୪ଟି ସନ୍ତାନ ରହିଛନ୍ତି ।

ଶଙ୍କରଭାଇଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ୨୦୧୦ ମସିହାରେ ହୋଇଥିଲା। ଏହା ପରେ ୨୦୧୧ରେ ଜଲୋଡେର ଜୋତ୍ସ୍ୟାବେନଙ୍କ ସହିତ ଦ୍ବିତୀୟ ବିବାହ କରିଥିଲେ।  ମାତ୍ର ଘରୋଇ ବିବାଦ କାରଣରୁ ସେମାନେ ପରସ୍ପର ଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଥି​‌ଲେ।ଗତ ବର୍ଷ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା।ଏହା ପରେ ଜୁନ ୨୦ରେ ନିଜଠାରୁ ୧୮ ବର୍ଷ ସାନ ବିଜେପି ମହିଳା ମୋର୍ଚ୍ଛାର ଉପସଭାପତି ଜପ୍ଲାବେନଙ୍କ ସହ ଶଙ୍କରଭାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଗତ କିଛି ବର୍ଷ ହେବ ଜପ୍ଲାବେନ ରାଜନୀତିରେ ସକ୍ରିୟ ଅଛନ୍ତି । ଜପ୍ଲାବେନ ଏମଏମସି ର ଦ୍ବିତୀୟ ବର୍ଷର ଛାତ୍ରୀ।

ସମ୍ବନ୍ଧିତ ଖବର