ବାଉଁଶୁଣୀ, ୨୮/୦୫; ପୂର୍ବ ସରକାରରେ ଭୂମିହୀନଙ୍କୁ ମିଳିଥିବା ଜମିପଟ୍ଟାର ଏଯାଏଁ ଜାଗା ଚିହ୍ନଟ ହୋଇପାରୁନାହିଁ । ଜମି ଚିହ୍ନଟ ନେଇ ୬ ବର୍ଷ ହେଲା ଅଭିଯୋଗ କରି ଆସୁଛନ୍ତି ବୌଦ୍ଧ ତହସିଲ୍ ଅନ୍ତର୍ଗତ ଜମଘାଟି ଗ୍ରାମବାସୀ, ହେଲେ ଫଳ ଶୂନ୍ୟ । ଯାହା ଫଳରେ ବାଧ୍ୟ ହୋଇ ସେମାନେ ସରକାରୀ ଜମିରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ।  

ମିସୂଚନା ଅନୁଯାୟୀ, ୨୦୧୯ ମସିହାରେ ବୌଦ୍ଧ ତହସିଲ ଜମଘାଟୀ ଗାଁର ୨୫ଜଣ ଭୂମିହୀନଙ୍କୁ ପୂର୍ବ ସରକାର ୪ ଡିସିମିଲ୍ ଲେଖାଏଁ ଘରବାରୀ ଜମିପଟ୍ଟା ପ୍ରଦାନ କରିଥିଲେ । ବାଘ ନଦୀ ପଠା ନିକଟରେ ଥିବା ସରକାରୀ ଜମିରୁ ସେମାନଙ୍କୁ ୪ ଡିସିମିଲ ଲେଖାଏଁ ଜାଗା ଦେବାକୁ କୁହାଯାଇଥିଲା l ଇତି ମଧ୍ୟରେ  ୬ବର୍ଷ ବିତିଯାଇଥିଲେ ସୁଦ୍ଧା ବାଉଁଶୁଣୀ ରାଜସ୍ୱ ନିରୀକ୍ଷକ ଜାଗା ଚିହ୍ନଟ କରି ଦଖଲ ଦେଉନଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବୌଦ୍ଧ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ମଧ୍ୟ ହିତାଧିକାରୀ ମାନେ ଅଭିଯୋଗ କରିଥିଲେ ।  ମାତ୍ର ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ସେଥିପାଇଁ ଆଜି ହିତାଧିକାରୀ ମାନେ ପ୍ରତିବାଦ ପ୍ରଦର୍ଶନ କରିବା ସହ ତୁରନ୍ତ ଜମି ଚିହ୍ନଟ କରିବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।