ଜମାଇ ଷଷ୍ଠୀ: ଆମିଷ ବଜାରରେ ନିଆଁ, ଇଲିଶ କିଲୋ ୧୬୦୦, ଖାସି ମାଂସ ୮୫୦ ଟଙ୍କା

କୋଲକାତା,୨୬/୦୫: ଜମାଇ ଷଷ୍ଠୀ ବଜାର ବଙ୍ଗୀୟମାନଙ୍କୁ ଆରାମ ଦେଇନାହିଁ । ଜମାଇଷଷ୍ଠୀ ଅବସରରେ ବଜାରରେ ନିଆଁ । କିଛି ଦିନ ପୂର୍ବରୁ ଇଲିସ କିଲୋଗ୍ରାମ ପ୍ରତି ୧ ହଜାର ଟଙ୍କା ମୂଲ୍ୟରେ ବିକ୍ରି ହୋଇଥିଲା । ଜମାଇଷଷ୍ଠୀ ଅବସରରେ ଏହି ମୂଲ୍ୟ ଆକାଶଛୁଆଁ ହୋଇଛି । କୋଲକାତାରେ ୭୫୦ ରୁ ୧୬୦୦ ଟଙ୍କାରେ ଇଲିସ ମାଛ ମିଳିଛି । ୪୦୦-୫୦୦ ଗ୍ରାମର ଇଲିସ ଏକ୍ ହଜାର ଟଙ୍କାରେ ମିଳିଛି । ଏକ କିଲୋଗ୍ରାମରୁ ଅଧିକ ଓଜନ ବିଶିଷ୍ଟ ଇଲିସର ମୂଲ୍ୟ ଦେଢ ହଜାରରୁ ଦୁଇ ହଜାର ଟଙ୍କା ।
ବେକଟି, ଚିଙ୍ଗୁଡ଼ିର ମଧ୍ୟ ଚାହିଦା ଅଧିକ । ଏକ କିଲୋଗ୍ରାମ ବେକଟି ବର୍ତ୍ତମାନ ୫୦୦ ରୁ ୬୦୦ ଟଙ୍କା । ଚିଙ୍ଗୁଡି କିଲୋଗ୍ରାମ ପିଛା ୧୨୦୦ ଟଙ୍କାରେ ବିକ୍ରି ହେଉଛି । କ୍ଷୁଦ୍ର ଏବଂ ମଧ୍ୟମ ଆକାରର ଚିଙ୍ଗୁଡି ମୂଲ୍ୟ ହେଉଛି କିଲୋଗ୍ରାମ ପ୍ରତି ୫୦୦-୧୦୦୦ ଟଙ୍କା । ରୋହି ମୂଲ୍ୟ ହେଉଛି କିଲୋଗ୍ରାମ ୨୨୦ ଟଙ୍କା । କେଜି ପିଛା ଭାକୁର ମାଛର ମୂଲ୍ୟ ବର୍ତ୍ତମାନ ୪୦୦ ଟଙ୍କା । ମାଛ ସହ ମାଂସ ମଧ୍ୟ ମହଙ୍ଗା । ଏକ କିଲାଗ୍ରାମ ଚିକେନ ମୂଲ୍ୟ ୨୨୦ ରୁ ୨୪୦ ପର୍ଯ୍ୟନ୍ତ । ଖାସି ମାଂସ କିଲୋଗ୍ରାମ ୮୫୦ ଟଙ୍କା । ଜମାଇଷଷ୍ଠୀରେ ଫଳ ବଜାର ମଧ୍ୟ ମହଙ୍ଗା ହୋଇଛି । ଆମ୍ବ, ଲିଚୁ ସବୁ ମହଙ୍ଗା ।
ଜମାଇଷଷ୍ଠୀ ଅବସରରେ ପନିପରିବା ବଜାର ଶିଖରରେ ରହିଛି । କିଛି ଦିନ ପୂର୍ବରୁ ଏକ କିଲୋଗ୍ରାମ ପୋଟଳ ୪୦ ଟଙ୍କା ଥିଲା । କିନ୍ତୁ ସେହି ମୂଲ୍ୟ ବର୍ତ୍ତମାନ କିଲୋଗ୍ରାମ ପିଛା ୫୦ ଟଙ୍କାକୁ ବୃଦ୍ଧି ପାଇଛି । କିଛି ମାସ ପୂର୍ବରୁ ଚାଉଳର ମୂଲ୍ୟ କିଲୋଗ୍ରାମରେ ୮୦ ଟଙ୍କା ଥିଲା । ୧୫ ଦିନ ପୂର୍ବରୁ ସେହି ମୂଲ୍ୟ ୪୦ ଟଙ୍କାକୁ ଖସି ଆସିଥିଲା । ଏବେ ଏହାର ମୂଲ୍ୟ ପୁଣି ଥରେ ୫୦ ଟଙ୍କା କିଲୋଗ୍ରାମ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ମୋଟାମୋଟି ଭାବେ ଜମାଇଷଷ୍ଠୀ ବଜାରରେ ମୂଲ୍ୟ ବୃଦ୍ଧିରେ ଏକ ଝଟକା ଲାଗିଛି