ନୂଆଦିଲ୍ଲୀ: ଇଭିଏମକୁ ଦୋଷ ଦେବାକୁ ନେଇ ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍‌ସ (ଏନସି) ନେତା ଓମାର ଅବଦୁଲ୍ଲା ଆଜି (ରବିବାର) କଂଗ୍ରେସକୁ ସମାଲୋଚନା କରିଛନ୍ତି । କଂଗ୍ରେସ ଦଳର ସମାଲୋଚନାକୁ ପ୍ରତ୍ୟାଖ୍ୟାନ କରି ସେ କହିଛନ୍ତି ଯେ, ନିର୍ବାଚନରେ ଯେତେବେଳେ ବିଜୟ ହୁଏ ଏହାକୁ ଗ୍ରହଣ କରାଯାଏ, ଆଉ ଯେତେବେଳେ ସେମାନେ ହାରନ୍ତି, ଇଭିଏମକୁ ଦାୟୀ କରାଯାଏ ।

ପିଟିଆଇର ଏକ ସାକ୍ଷାତକାରରେ ଓମାର ଅବଦୁଲ୍ଲା କହିଛନ୍ତି ଯେ, ଯେତେବେଳେ ଇଭିଏମ୍ ବ୍ୟବହାର କରି ସଂସଦରେ ଆପଣ ଶହେରୁ ଅଧିକ ସଦସ୍ୟ ପାଇବେ,ସେତେବେଳେ ନିଜ ଦଳର ବିଜୟ ଭାବରେ ପାଳନ କରିବେ, ତେବେ କିଛି ମାସ ପରେ ଆପଣ ବୁଲିପଡିପାରିବେ ନାହିଁ କି ଏହି ଇଭିଏମ୍ ମାନଙ୍କୁ ଆମେ ପସନ୍ଦ କରୁ ନାହୁଁ ,କାରଣ ବର୍ତ୍ତମାନ ନିର୍ବାଚନ ଫଳାଫଳ ଆପଣ ଚାହୁଁଥିବା ଭଳି ଆସୁନାହିଁ । ଅବଦୁଲ୍ଲା କହିଛନ୍ତି କି, ତାହା ହିଁ ହେଉଛି, ଯାହା ଠିକ୍ । ସେ କହିଛନ୍ତି ଯେ ମିଳିତ ସହଯୋଗୀ ପ୍ରତି ବିଶ୍ୱସ୍ତତା ପରିବର୍ତ୍ତେ ସେ ନୀତି ଆଧାରରେ କଥାବାର୍ତ୍ତା କରୁଛନ୍ତି।

ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ପରି ଭିତ୍ତିଭୂମି ବିକାଶକୁ ଓମାର ଅବଦୁଲ୍ଲା ପ୍ରଶଂସା କରି କହିଛନ୍ତି, “ସମସ୍ତଙ୍କ ଧାରଣାର ବିପରୀତ, ମୁଁ ଭାବୁଛି ଦିଲ୍ଲୀରେ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ସହିତ ଯାହା ଘଟୁଛି ତାହା ବହୁତ ଭଲ କଥା। ମୋର ବିଶ୍ୱାସ ଯେ ଏକ ନୂତନ ସଂସଦ ଭବନ ନିର୍ମାଣ ଏକ ଉତ୍ତମ ଧାରଣା ଥିଲା । ଆମକୁ ଏକ ନୂତନ ସଂସଦ ଭବନ ଦରକାର, ପୁରୁଣା କୋଠା ଏହାର ଉପଯୋଗିତା ହରାଇଛି। ”