PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଜମ୍ମୁ ଓ କଶ୍ମୀର: ପୁଣି ଅସ୍ତ୍ରବିରତି ଉଳ୍ଳଂଘନ କଲା ପାକିସ୍ତାନ ସେନା; ଜଣେ ଭାରତୀୟ ଯବାନ ସହିଦ

ଶ୍ରୀନଗର ୨୧।୩: ଗୁରୁବାର ଦିନ ଜମ୍ମୁ ଓ କଶ୍ମୀର ରାଜୈାରି ଜିଳ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ପାର୍ଶ୍ବସ୍ଥ ଫରଓ୍ବାର୍ଡ ଅଞ୍ଚଳ ଏବଂ ପୋଷ୍ଟଗୁଡ଼ିକରେ ପ୍ରବଳ ସେଲିଙ୍ଗ୍ ମାଡ଼ କରି ଅସ୍ତ୍ରବିରତି ଉଳ୍ଲଂଘନ କରିବା କାରଣରୁ ଜଣେ ଭାରତୀୟ ଯବାନ ସହିଦ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ସହିଦ ଯବାନଙ୍କ ନାଁ ୟଶ ପାଲ୍ ବୋଲି ସୁଚନା ମିଳିଛି।

ଆଜି ସକାଳେ ସୁନ୍ଦରବନି ସେକ୍ଟର ଅନ୍ତର୍ଗତ କେରି ବେଲଟରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା କଥା ସେମାନେ କହିଛନ୍ତି। ପାକିସ୍ତାନୀ ସେନା ଗୁଳି ଚଳାଇବାରୁ ଜଣେ ଯବାନ ସହିଦ ହୋଇଛନ୍ତି।

ଜାନୁଆରି ମାସ ଠାରୁ ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକିସ୍ତାନୀ ସେନା ୧୧୦ରୁ ଅଧିକ ଅସ୍ତ୍ରବିରତି ଉଲ୍ଲଂଘନ କରି ସାରିଲେଣି।