PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଅଶାନ୍ତ ଅନନ୍ତନାଗ: ପୁଲିସ ଓ ବିଏସଏଫ୍‌ ଯବାନଙ୍କ ଉପରେ ଆତଙ୍କୀ ଆକ୍ରମଣ, ଆରମ୍ଭ ହେଲା ଛାନ୍‌ଭିନ୍‌

Image Courtesy: The Hindu

ଅନନ୍ତନାଗ,୧୨/୦୮: ଜମ୍ମୁ-କଶ୍ମୀରର ଅନନ୍ତାଗରେ ପୁଲିସ୍‌ ଓ ସିଆରପିଏଫ ଯବାନଙ୍କ ମଳିତ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜଣେ ପୁଲିସ୍‌ ଅଧିକାରୀ ଗୁରୁତର ଆହତ ହୋଇଥିବା ବେଳେ ତୁରନ୍ତ ସେହି ସ୍ଥାନରେ ଛାନଭିନ ଆରମ୍ଭ କରିଛି ପୁଲିସ୍‌। ସୂଚନାଥାଉକି ଶୁକ୍ରବାର ଅପରାହ୍ନରେ ଘଟିଥିବା ଏହି ଆକ୍ରମଣରେ ଆହତ ପୁଲିସ କର୍ମଚାରୀଙ୍କୁ  ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି। ଗତ ୮ ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ଆକ୍ରମଣ ବୋଲି ଟ୍ବିଟ କରି କହିଛି କାଶ୍ମୀର ଜୋନ୍ ପୋଲିସ। ଆତଙ୍କବାଦୀମାନେ ଆକ୍ରମଣ କରିଥିବାବେଳେ ପୋଲିସ ଏବଂ CRPF ର ମିଳିତ ଗୋଷ୍ଠୀ ବିଜବେହାରା ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ।

ପୋଲିସ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛି। ଏହାପୂର୍ବରୁ ଗୁରୁବାର ସକାଳେ ବିଜବେହାରାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ସେନା ପୋଷ୍ଟ ଉପରେ ଆକ୍ରମଣ କରିଥିଲେ ଯେଉଁଥିରେ ୪ଜଣ ସୈନିକ ସହିଦ ହୋଇଥିଲେ। ତେବେ ସୁରକ୍ଷା ବାହିନୀ ଏହାର ପ୍ରତିଶୋଧ ନେବାକୁ ଦୁଇ ଆତଙ୍କବାଦୀଙ୍କୁ ମଧ୍ୟ ଏକାଉଛଣ୍ଟର କରିଥିଲା। ପୋଲିସ ପକ୍ଷରୁ କୁହାଯାଇଛି ଯେ, ଉଭୟ ଆତଙ୍କବାଦୀ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ସହ ଜଡିତ ବୋଲି ଜଣାପଡିଛି।

ଲେଫ୍ଟନାଣ୍ଟ କର୍ଣ୍ଣଲ୍‌ ଦେବେନ୍ଦ୍ର ଆନନ୍ଦ କହିଛନ୍ତି, ଗୁରୁବାର ଦିନ ରାଜୌରୀ ଜିଲ୍ଲାର ପାରଗଲରେ ଆର୍ମି ପୋଷ୍ଟରେ ମୁତୟନ ଥିବା ସ୍ବତନ୍ତ୍ର ସୈନିକ ସନ୍ଦିଗ୍ଧମାନଙ୍କୁ ଖରାପ ପାଗର ଫାଇଦା ଉଠାଇ ପୋଷ୍ଟ ନିକଟକୁ ଆସିଥିବାର ଦେଖିଥିଲେ। ସେ କହିଛନ୍ତି ଯେ ପୋଷ୍ଟ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦୁଇ ଆତଙ୍କବାଦୀଙ୍କୁ କାବୁ କରିବାକୁ ଚେଷ୍ଟା କରୁଥିବା ବେଳେ ଆତଙ୍କବାଦୀମାନେ ଗ୍ରେନେଡରେ ଆକ୍ରମଣ କରିଥିଲେ।