PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

୩୯ ଜଣ ଯବାନଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିଲା, ୭ ମୃତ

ଶ୍ରୀନଗର,୧୬।୮:  ଜମ୍ମୁ-କଶ୍ମୀରରେ ମଙ୍ଗଳବାର ବଡ ଧରଣର ବସ୍‌ ଦୁର୍ଘଟଣା। ଅମରନାଥ ଯାତ୍ରା ଡ୍ୟୁଟିର ଥିବା ଆଇଟିବିପ ଯବାନଙ୍କୁ ନେଇକି ଯାଉଥିବା ଏକ ବସ୍‌ ଦୁର୍ଘଟଣାଗସ୍ତ ହୋଇଛି। ରେସକ୍ୟୁ ଅପରେସନ୍ ଏବେ ଜାରି ରହିଛି। ଦୁର୍ଘଟଣାରେ ୭ ଜଣ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ନେଇ ସୂଚନା ସାମନାକୁ ଆସିଛି।

ଆଇଟିବିପି ଯବାନଙ୍କୁ ନେଉକି ଯାଉଥିବା ବସ୍‌ ଚନ୍ଦନବାଡିରୁ ପହଲଗାମ୍ ଯାଉଥିଲା। ସେତେବେଳେ ବସ୍‌ ବ୍ରେକ୍‌ ଫେଲ୍‌ କାରଣରୁ ଖାଲରେ ଖସି ପଡିଛି। ଏହି ବସ୍‌ରେ ୩୯ ଜଣ ଯବାନ ଥିଲେ। ତାଙ୍କ ଭିତରେ ୩୭ ଜଣ ଆଇଟିବିପିର ଥିଲେ, ସେଭଳି ୨ ଜଣ ଯବାନ ଜମ୍ମୁ-କଶ୍ମୀର ପୋଲିସର ଥିଲେ।

ଚନ୍ଦନୱାଡି ପହଲଗାମର ୧୬ କିଲୋମିଟର ଦୂରରେ ରହିଛି। ନିକଟରେ ଅମରନାଥ ଯାତ୍ରା ଶେଷ ହୋଇଯାଇଛି। ଏଭଳି ସ୍ଥିତିରେ ଯାତ୍ରାରେ ମୁତୟନ ଥିବା ସୁରକ୍ଷାବଳ ଫେରୁଥିଲେ। କୁହାଯାଉଛି ଯେ, ଯବାନ ମଧ୍ୟ ନିଜର ଡ୍ୟୁଟି କରି ଫେରୁଥିଲେ। ସେତେବେଳେ ବ୍ରେକ୍ ଫେଲ୍ ହେବା କାରଣରୁ ବସ୍ ଖାଲ ଭିତରେ ଖସି ପଡିଥିଲା। କୁହାଯାଉଛି ଯେ, ଦୁର୍ଘଟଣାରେ କ୍ଷୟକ୍ଷତି ଖୁବ୍ ଅଧିକ ହୋଇପାରେ।

ସମ୍ବନ୍ଧିତ ଖବର