ବାରିପଦା ୦୯/୦୧୧: ଜଙ୍ଗଲକୁ ଗଲା ବାଘୁଣୀ ଯମୁନା। ଶିମିଳିପାଳର କବାଟ ଘାଇ ସେକ୍ସନ ଅନ୍ତର୍ଗତ  ଯମୁନାଗଡ ନିକଟସ୍ଥ କୋର ଏରିଆରେ ସଫ୍ଟ ଏନକ୍ଲୋଜର ମଧ୍ୟରେ ଥିବା ବାଘୁଣୀକୁ ଜଙ୍ଗଲକୁ ଛଡ଼ା ଯାଇଛି। ଏନେଇ ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ବାଘୁଣୀ ଯମୁନା ଜଙ୍ଗଲକୁ ଛଡ଼ା ଯିବା ବେଳର ଭିଡିଓକୁ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଟ୍ବିଟ୍ କରିଛନ୍ତି। 




ଏଠାରେ ସୂଚନା ଯୋଗ୍ୟ ଯେ, ଗତ ଅକ୍ଟୋବର ୨୭ତାରିଖରେ ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ପ୍ରଥମ ଥର  ଲାଗି ଗୋଟିଏ ଅଢେଇ ବର୍ଷର ବାଘୁଣୀକୁ ନେଇ  ଶିମିଳିପାଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚିବା ପରେ  ୨୮ତାରିଖ ସକାଳ ୯ଟା ୨୫ମିନିଟ ସମୟରେ  ଶିମିଳିପାଳର କବାଟ ଘାଇ ସେକ୍ସନ ଅନ୍ତର୍ଗତ  ଯମୁନାଗଡ ନିକଟସ୍ଥ କୋର ଏରିଆରେ ଏକ ସଫ୍ଟ  ଏନକ୍ଲୋଜର ମଧ୍ୟରେ ସେହି ବାଘୁଣୀକୁ ଛଡାଯାଇଛି । ଯମୁନାଗଡ ଅନୁଯାୟୀ ଶିମିଳିପାଳର ଏହି ନୂଆ  ଅତିଥିର ନାମ ‘ଯମୁନା’ ଦିଆ ଯାଇଛି । ପାଖାପାଖି  ଗୋଟିଏ ହେକ୍ଟର ପରିମିତ ଜଙ୍ଗଲ ପରିବେଶରେ  ବାଘୁଣୀ ଯମୁନାକୁ ଛଡା ଯାଇ ତାର ଗତିବିଧି ଉପରେ  ଜଙ୍ଗଲ ବିଭାଗ ନଜର ରଖାଯାଇଥିଲା  । ନିୟମିତ ଭାବେ ତା’ର ସ୍ୱାସ୍ଥ୍ୟ ଯାଞ୍ଚ ସହିତ ଏନ୍‌କ୍ଲୋଜର ଭିତରକୁ  ତାର ଖାଦ୍ୟ ପାଇଁ ଜୀବନ୍ତ ଜନ୍ତୁ ଛଡାଯାଉଛି । ଗତ  ୩୦ତାରିଖରେ ଯମୁନା ପ୍ରଥମେ ଏକ ବାରାହା ଶିକାର  କରି ଖାଇଥିଲା। ବାଘୁଣୀ  ଶିମିଳିପାଳ ଜଳବାୟୁ ଖାପ ଖାଉଥିବା ଜଣାପଡିବା ପରେ ଶନିବାର ଯମୁନାକୁ ଜଙ୍ଗଲ କୋର ଏରିଆକୁ ଛଡ଼ାଯାଇଥିବା ଜଣାପଡିଛି।