କଟକ ୨୦/୦୫: ଟ୍ରାଫିକ ନିୟମ ଉପରେ ଅଧିକ ସୂଚନା  ଓ ସଚେତନତା ପାଇଁ ଆଜି କଟକରେ "ଜଣା ଅଜଣା ଟ୍ରାଫିକ " ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ପ୍ରାକ୍ତନ ଆରକ୍ଷୀ ଦୁର୍ଗପତି ନରେନ୍ଦ୍ର ନାଥ ଦାଶଙ୍କ ଦ୍ଵାରା ଲିଖିତ ଓ ନ୍ୟୁଟ୍ରା କ୍ରିଏସନ୍ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକକୁ ରାଜ୍ୟ ପରିବହନ ଆୟୁକ୍ତ ଆଇପିଏସ ଅମିତାଭ ଠାକୁର ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଲେଖକ ନରେନ୍ଦ୍ର ନାଥ ଦାଶ, ପ୍ରକାଶକ ତଥା ନ୍ୟୁଟ୍ରା କ୍ରିଏସନର ନିର୍ଦେଶକ ସରୋଜ ଶତପଥୀ, ଓଏସଡି ଶ୍ରୀକାନ୍ତ କର, ଆଇନଜୀବୀ ବିଭୁଦତ୍ତ ଦାଶ, ଆଇନଜୀବୀ ଦେବସ୍ମିତା ମିଶ୍ର, ସମାଜ ସେବୀ ମିନାକ୍ଷୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।