PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ସୁନାଗହଣା ଚୋରି ଘଟଣାର ପର୍ଦ୍ଦାଫାସ : ବାପା-ପୁଅ ମିଶି କରିଥିଲେ ଚୋରି, ଜଣେ ଗିରଫ

ମୁନିଗୁଡା, ୨୪।୭ ରାୟଗଡା ଜିଲ୍ଲା ଗୁଣୁପୁର ଥାନା ସାନଆଚବ ଗ୍ରାମ ର କୃଷ୍ଣ ଚନ୍ଦ୍ର ସାହୁ ଙ୍କ ଘରୁ ୪୦୦ ଗ୍ରାମ ସୁନା ଚୋରି ଘଟଣାର ଗୁଣୁପୁର ପୋଲିସ ପର୍ଦ୍ଦାଫାସ କରିଛି । ଏହି ଘଟଣାରେ ଜଣେ ଅଭିଯୁକ୍ତ ସହଦେବ ବାଉରିଙ୍କୁ  ପୋଲିସ ଗିରଫ କରିଥିବା ବେଳେ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଫେରାର ଅଭିଯୁକ୍ତ ମାନେ ହେଲେ ଶ୍ୟାମ ବାଉରି ଓ ନାରାୟଣ ବାଉରି।  ଅଭିଯୁକ୍ତମାନେ ବାପା ଓ ଦୁଇ ପୁଅ । ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କ ଠାରୁ ୪୦୦ ଗ୍ରାମ ସୁନା ଅଳଙ୍କାର ଜବତ କରିଛି।

ବୁଧବାର ରାତିରେ  କୃଷ୍ଣ ଚନ୍ଦ୍ର ସାହୁଙ୍କ  ଘରୁ ସୁନାଗହଣା ଚୋରି ହୋଇଥିଲା।  ଏନେଇ ୨୨ ତାରିଖ ରେ ଗୁଣୁପୁର ଥାନା ଏତଲା ଦେଇଥିଲେ କୃଷ୍ଣଚନ୍ଦ୍ର ସାହୁ। ପୋଲିସ ଗୁରୁତ୍ବର ସହ ଘଟଣା କୁ ନେଇ ସାଇଣ୍ଟିଫିକ୍ ଓ ସନ୍ଧାନି କୁକୁର ସହାୟତାରେ ତଦନ୍ତ କରିଥିଲା। ଏହାପରେ ସହଦେବ ବାଉରୀ କୁ ପୋଲିସ ଥାନାକୁ ଆଣି ପଚରାଉଚୁରା କରିବା ପରେ ଚୋରି କରିଥିବା ସହଦେବ ସ୍ବୀକାର  କରିଥିଲା । ଏହାପରେ ଅଭିଯୁକ୍ତ ସହଦେବ ଭୟଭୀତ ହୋଇ ଥାନାରେ ଥିବା ପରିଶ୍ରାଗାର କୁ ଯାଇଥିଲେ। ସେଠାରେ ଥିବା ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଅଭିଯୁକ୍ତ ସହଦେବକୁ ପୋଲିସ ମେଡିକାଲ୍ରେ  ଚିକିତ୍ସା କରିବା ପରେ  ଗିରଫ କରିଛି। ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ରହିଛନ୍ତି। ଜବତ ୪୦୦ ଗ୍ରାମ ସୁନା ଅଳଙ୍କାର ଓ ପାଞ୍ଚ ହଜାର ଟଙ୍କା ପୋଲିସ ଜବତ କରି କୃଷ୍ଣ ଚନ୍ଦ୍ର ସାହୁ ଙ୍କୁ ପୋଲିସ ହସ୍ତାନ୍ତର କରିଛି। ଏ ନେଇ ପୋଲିସ ସାମ୍ବାଦିକ ସମ୍ନିଳନୀ କରି ସୁଚନା ଦେଇଛି ପୋଲିସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ।

ସମ୍ବନ୍ଧିତ ଖବର