ହାତୀ ଆକ୍ରମଣରେ ଗଜସାଥୀ ଗୁରୁତର

କେନ୍ଦୁଝର, ୩୦।୧୧ ହାତୀ ଆକ୍ରମଣରେ ଗଜସାଥୀ ଗୁରୁତର। ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ମିରିଗିଶୀଙ୍ଗା ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ଗଜସାଥୀ ଗୁରୁତର ହୋଇଥିବା ଜଣାପଡିଛି। ମିରିଗିଶିଙ୍ଗା ଜଙ୍ଗଲରେ ଆଡ୍ଡା ଜମାଇଥିବା ୧୦ ଦଳିଆ ହାତୀ ପଲଙ୍କୁ ଘଉଡ଼ାଇବା ବେଳେ ହାତୀ ପଲ ହାବୁଡ଼ ରେ ପଡ଼ି ଗଜସାଥୀ ସଞ୍ଜୟ ମୁଣ୍ଡା ଗୁରୁତର ଆହତ ହୋଇଥିବା ଜଣାପଡିଛି। ସଙ୍ଗେ ସଙ୍ଗେ ତାଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ସ୍ଥାନାନତର କରାଯାଇଛି।
ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବା ଯୋଗୁଁ ହାତୀ ପଲ ଧାନ ଖାଇବା ପାଇଁ ଜନବସତି ନିକଟକୁ ଚାଲିଆସୁଛନ୍ତି। ଜଙ୍ଗଲ ତଳି ଗ୍ରାମ ଗୁଡିକରେ ହାତୀ ଉପଦ୍ରବ ଯୋଗୁଁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ବନବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ଉଦ୍ୟମ କରାଯାଉଥିଲେ ମଧ୍ୟ ତାହା ଉପଯୋଗୀ ହେଉନଥିବାରୁ ଚମ୍ପୁଆ ରେଞ୍ଜ ରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଉଛି।