ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ଝିଅ ବାହାଘର ଋଣ ଶୁଝିବା ରହିଗଲା ଅଧାରେ, ଲୌହଦାନବ ନେଇଗଲା ଜୀବନ

ନୀଳଗିରି,୪/୬:ସୁନାର ସଂସାର ଉଜୁଡିଗଲା।ଲୌହ ଦାନବ ନେଇଗଲା ଜୀବନ। ଝିଅ ବାହାଘରର ଋଣ ସୁଝିବା ପାଇଁ ସୁଦୂର ଚେନାଇ ଯାଉଥିଲେ।କହି ଯାଇଥିଲେ କିଛି ଚିନ୍ତା କରିବୁନି। କାମ କରି ସବୁ ଋଣ ଶୁଝିଦେବି। ଏଭଳି କହି ସ୍ୱାମୀର ମୃତ ଶରୀର ଉପରେ କାନ୍ଧୁଥିଲା ସ୍ତ୍ରୀ। ଏଭଳି ଶୋକାକୁଳ ପରିବେଶ ଦେଖି ଅଞ୍ଚଳବାସୀଙ୍କ ଆଖିମଧ୍ୟ ଛଳଛଳ ହେଇଯାଉଥିଲା।ଏଭଳି ହୃଦୟବିଦାରକ ଘଟଣା ନୀଳଗିରି ବ୍ଲକ ଅଯୋଧ୍ୟା ପଂଚାୟତ ଅଧୀନ ମୁଖିସାହି ଗ୍ରାମରେ ଦେଖିବାକୁ ମିଳିଛି।

ଗତ ଶୁକ୍ରବାର ଦିନ ସନ୍ଧ୍ୟାରେ ଅଯୋଧ୍ୟା ମୁଖିସାହି ଅଞ୍ଚଳର ସ୍ବର୍ଗତ ଶ୍ରୀଧର ମୁଖୀଙ୍କ ପୁଅ କୁନା ମୁଖୀ ଝିଅ ବାହାଘର ସାରି ଧାର କରଜ ସୁଝିବା ପାଇଁ କରମଣ୍ଡଳ ଟ୍ରେନରେ ବସି ଚେନାଇ ଯାଉଥିବା ବେଳେ ତାଙ୍କ ସ୍ତ୍ରୀ ଦମୟନ୍ତୀ ଙ୍କ କଥା ହୋଇଥିଲେ। ହେଲେ କିଛିସମୟ ପରେ ଫୋନ ଆସିଲା ଟ୍ରେନ ଦୁର୍ଘଟଣା ହୋଇଛି ବୋଲି। ଗ୍ରାମବାସୀ ଘଟଣା ସ୍ଥଳରେ ପହଂଚି ଥିବାବେଳେ କୁନାଙ୍କୁ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ପାଇଲେ। ହେଲେ ସେଠାରେ ଦେଖିବା ବେଳକୁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ସ୍ତ୍ରୀ ସହଜରେ ବିଶ୍ୱାସ କରିପାରିନଥିଲେ। ହେଲେ ଗତକାଲି ତାଙ୍କ ଶବ ଗାଁରେ ପହଁଚିବା ପରେ ସେ ଦେଖି ସ୍ତବଦ ହୋଇଯାଇଥିଲେ। ଝିଅ ମଧ୍ୟ ଏହା ଦେଖି ବିଶ୍ୱାସ କରିପାରିନଥିଲେ। ବାପାଙ୍କ ମୃତଦେହ ପାଖରେ ମୁଣ୍ଡ ପିଟି କହୁଥିଲେ ବାପା ମୋତେ ପରା କହୁଥିଲ ଭଲ ମୋବାଇଲ ଦେବ ବୋଲି। ଉଠ ବାପା ଉଠ।ଏଭଳି ଦୃଶ୍ୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। ପରିବାର ଏକମାତ୍ର ରୋଜଗାରିଆ ପୁଅ ଚାଲିଯିବା ପରେ ବୁଢ଼ୀ ମାଆ ମାନସିକ ଭାବେ ଭାଙ୍ଗିପଡିଛନ୍ତି।ଝିଅ ଓ ୪ ବର୍ଷର ପୁଅଟିଏ ଏବେ ଘରେ ରହୁଥିବା ବେଳେ ଦମୟନ୍ତି କଣ କରିବେ କିପରି ଚଳିବେ ଭାବିଭାବି କାନ୍ଦିଚାଲିଛନ୍ତି। ତେବେ ସରକାରୀ ସ୍ତରରେ ମୃତକଙ୍କ ପରିବାରଙ୍କୁ ସହାୟତା ଦେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।

ଆହୁରି ପଢନ୍ତୁ : ବାହାନଗା ଟ୍ରାଜେଡି : ମୃତାହତଙ୍କ ସମ୍ପର୍କରେ  ଜାଣିବା ପାଇଁ ରେଲୱେ ଜାରି କଲା ହେଲପ ଲାଇନ ନମ୍ବର

Copyright © 2022 - Summa Real Media Private Limited. All Rights Reserved.