ସମୁଦ୍ରରେ ଗାଧୋଇବା ବେଳେ ବୁଡିଯାଇ ଜଣେ ନିଖୋଜ

କୋଣାର୍କ , ୨୩।୧ ଅସ୍ତରଙ୍ଗ ପୀର ଜାହାନିଆ ପର୍ଯ୍ୟଟନ ସ୍ଥଳୀର ସମୁଦ୍ରରେ ଗାଧୋଇବା ବେଳେ ବୁଡିଯାଇ ୨ ଜଣ ନିଖୋଜ ହୋଇଥିଲେ। ଜଣଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନିଖୋଜ ରହିଛନ୍ତି।
ଜଗତସିଂହପୁର ଜିଲ୍ଲା ପିତେଇପୁରରୁ ବାଣଭୋଜୀ କରିବାକୁ ୩ ଜଣ ସାଙ୍ଗ ଆସିଥିଲେ। ଅସ୍ତରଙ୍ଗ ପୀର ଜାହାନିଆ ପର୍ଯ୍ୟଟନ ସ୍ଥଳୀର ସମୁଦ୍ରରେ ଗାଧୋଇବା ବେଳେ ୨ ଜଣ ବୁଡିଯାଇଥିଲେ। ସ୍ଥାନୀୟ ଲୋକ ଙ୍କ ଠାରୁ ଖବର ପାଇଁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ଜଣକୁ ଉଦ୍ଧାର କରି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅନ୍ୟ ଜଣେ ନିଖୋଜ ଅଛନ୍ତି l