PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତି ହେଉଛି ଜାପାନ ସହର, ସାଙ୍ଗରେ ଯିବେ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ

ପୁରୀ ୩୧/୦୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩ ତାରିଖରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳଙ୍କ ସହ ଜାପାନ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଟୋକିଓରେ ପୁଞ୍ଜିନିବେଶକ ସମ୍ମିଳନୀରେ ଯୋଗ ଦେବା ସହ ଓସାକା ମଧ୍ୟ ଯିବେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏପ୍ରିଲ ୩ରେ ଜାପାନ ଗସ୍ତରେ ଯାଇ ୯ତାରିଖରେ ଫେରିବେ ଏହି ସପ୍ତାହବ୍ୟାପୀ ଗସ୍ତ କାଳରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଓ ବିଭିନ୍ନ ବିଭାଗର ବରିଷ୍ଠ ଆଏଏସ ଅଧିକାରୀମାନେ ଯିବେ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ କାଳରେ ଜାପାନର ପ୍ରମୁଖ ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଅନୁରୋଧ କରିବେ । ଓଡ଼ିଶାରେ ବିଶେଷ କରି ଇସ୍ପାତ, ଫୁଡ୍ ପ୍ରୋସେସିଂ , ପ୍ଲାଷ୍ଟିକ , ପେଟ୍ରୋ କେମିକାଲସ , ଟେକ୍ସଟାଇଲ , କେମିକାଲସ ପର୍ଯ୍ୟଟନ ଆଦି କ୍ଷେତ୍ରରେ ନିବେଶର ବିପୁଳ ସମ୍ଭାବନାର ଫାଇଦା ନେବାକୁ ଆହ୍ୱାନ କରିବେ । ଏହି ଅବସରରେ ଭାରତ ଓ ଜାପାନ ସମ୍ପର୍କ ସେତୁର ମାର୍ଗଦର୍ଶକ କୁନା ଦାଶ କହିଛନ୍ତି।

ସେ ଦୀର୍ଘ ୩୦ ରୁ ଊଦ୍ଧ ବର୍ଷ ଧରି ଜାପାନରେ ରହି ଆସୁଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଯାଉଛନ୍ତି । ଏହା ଏକ ବଡ ଖୁସିଖବର। ଜାପାନରେ ଟେକ୍ନୋଲୋଜିର ଅଗ୍ରଗତି ଅଛି । ଓଡିଶାରେ ପଞ୍ଜିନିବେଶ ହେଲେ ନିଯୁକ୍ତି ଓ ରୋଜଗାରର ସୁଯୋଗ ହେବ । ବିଦେଶି ପୁଞ୍ଜିନିବେଶ ପାଇଁ ଓଡିଶା ଭାରତ ବର୍ଷର ଏକ ଆକର୍ଷଷଣୀୟ କେନ୍ଦ୍ରବିନ୍ଦୁ ରହିଛି । ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଜାପାନ ଗସ୍ତ କରି ପୁଞ୍ଜିନିବେଶକ ସହ ଆଲୋଚନା କରିବେ । ଜାପାନ କମ୍ପାନୀ ଓଡିଶାରେ ହେବା ଦ୍ୱାରା ଓଡିଶାର ବିକାଶ ସୁନିଶ୍ଚିତ ହେବ । ଏହା ଏକ ବଡ ପଦକ୍ଷେପ ନେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।

ଶ୍ରୀ ଦାଶ ଦୀର୍ଘ ବର୍ଷ ଧରି ଓଡିଶା ଓ ଜାପାନର ଶିକ୍ଷା ଓ ସଂସ୍କୃତିର ଭାବ ବିନିମୟ କରି ଆସୁଛି । ଜାପାନିଜ ମାନେ ଓଡିଶାକୁ ବେଶ୍ ପସନ୍ଦ କରିଥାନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ଜାପାନ ଯିବା ଦ୍ୱାରା ଏହା ଆହୁରି ସହଜ ହୋଇପାରିବ । ଜାପାନିଜମାନେ ବହୁତ ସଚ୍ଚୋଟ । ପ୍ରାୟ ଜାପାନିଜ ଲୋକ ଜାପାନ ଭାଷା ଛଡା ଅନ୍ୟ କୌଣସି ଭାଷା ଭଲ କହି ପାରନ୍ତି ନାହିଁ । ଏହାକୁ ଦୃଷ୍ଟିରେ ରଖି ଶ୍ରୀ ଦାଶ ଚନ୍ଦ୍ରଶେଖର ଏକାଡେମୀରେ ୨୦୦୪ମସିହାରୁ ଜାପାନିଜ ଭାଷା ଶିକ୍ଷା ପ୍ରଦାନ କରିଆସୁଛନ୍ତି । ଏଲକେଜି ଠାରୁ +୨ ପର୍ଯ୍ୟନ୍ତ ପିଲାମାନେ ଏହି ଭାଷା ଶିକ୍ଷାଲାଭ କରୁଛନ୍ତି । ଏହା ସହ ଆଇଟି ସେଣ୍ଟର ଏବଂ ଜାପାନିଜ ଭାଷା ଶିକ୍ଷା କେନ୍ଦ୍ର ମଧ୍ୟ ଖୋଲି ସେଠାରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି । ଯୁକ୍ତ ଦୁଇ ପରେ ଭାରତ ସରକାର ଙ୍କ ଏନଆଇଇଏଲଆଇଟିରେ ‘ଏ’ ଲେଭେଲ ଓ ‘ଓ’ ଲେଭେଲ କୋର୍ସ କରି ଜଣେ ଛାତ୍ର ଆଇଟି ଅଧ୍ୟୟନ କରିବା ସହ ଜାପାନିଜ ଭାଷା ଓ ସଂସ୍କୃତି ଶିକ୍ଷା ଗ୍ରହଣ କରିପାରୁଛନ୍ତି । ଫଳରେ ଜାପାନିଜ କମ୍ପାନୀମାନେ ଚାହୁଁଥିବା କର୍ମଚାରୀମାନଙ୍କୁ ସହଜରେ ସହଜରେ ମିଳିପାରିବେ ।

ଏଭଳି ଭାବେ ଏକ ମଣିଷ ତିଆରି କାରଖାନା ଶ୍ରୀ ଦାଶ ସୃଷ୍ଟି କରିପାରିଛନ୍ତି । ସରକାର ଏବଂ ଜନସାଧାରଣ ଚାହିଁଲେ ଓଡିଶା ସଶକ୍ତ ହୋଇପାରିବ । ଶ୍ରୀ ଦାଶ କିଛି ଦିନ ପୁରୀ ଗସ୍ତବେଳେ ମୁଖ୍ୟମନ୍ତ୍ରୀ ଓ 5ଟି ସଚିବ ଭି.କେ.ପାଣ୍ଡିଆନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଓଡିଶାର ମୁଖ୍ୟମନ୍ତ୍ରୀ ଜାପାନ ଯିବା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ଶ୍ରୀ ଦାଶ ମୁଖ୍ୟମନ୍ତ୍ରୀ ଓ ସମସ୍ତ ପ୍ରତିନିଧି ଦଳକୁ ସ୍ୱାଗତ କରିଥିଲେ । ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ । ବହୁତ ଜାପାନୀଜ ଲୋକ ଓଡିଶାକୁ ଭଲ ପାଆନ୍ତି । ନବୀନ ବାବୁ ଜାପାନ ଯାଆନ୍ତୁ । ତାଙ୍କ ଯାତ୍ରା ସଫଳ ହେଉ । ଶ୍ରୀ ଦାଶଙ୍କ ଦ୍ୱାରା ଯାହା ସମ୍ଭବ ସେ ସହଯୋଗ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।