ଜାପାନରେ ଅଜଣା ଯୁବକର ଛୁରୀ ଏବଂ ଗୁଳିମାଡ, ୨ ମହିଳା ଓ ୨ ପୋଲିସ କର୍ମଚାରୀ ମୃତ, ଅଭିଯୁକ୍ତକୁ ଗିରଫ କଲା ପୋଲିସ…

ନୂଆଦିଲ୍ଲୀ : ଦୁଇ ଜଣ ମହିଳାଙ୍କ ସମେତ ଦୁଇଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା ଅଭିଯୋଗରେ ଜାପାନରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । AFP ନ୍ୟୁଜକୁ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତକୁ ଭୋର୍ ପ୍ରାୟ ୪.୩୦ ସମୟରେ ଗିରଫ କରାଯାଇଥିଲା । ଏହି ସମୟରେ ଅଭିଯୁକ୍ତ ପାଖରେ ରାଇଫଲ ଓ ଛୁରୀ ଭଳି ମାରଣାସ୍ତ୍ର ରହିଥିଲା । ସେ ଜାପାନର ନାକାନୋ ସହରର ଏକ ଘରେ ଘଣ୍ଟା ଘଣ୍ଟା ଧରି ଲୁଚି ରହିଥିଲା ।
ଆଜି (ଶୁକ୍ରବାର) ସକାଳେ ଅଭିଯୁକ୍ତକୁ ଆନୁଷ୍ଠାନିକ ଭାବେ ଗିରଫ କରିବା ପାଇଁ ପୋଲିସ କୋର୍ଟ ୱାରେଣ୍ଟ ପାଇଥିଲା । ଜାପାନୀ ନ୍ୟୁଜ୍ ଟିଭି HNK ସୂଚନା ଦେଇଛି ଯେ ସନ୍ଦିଗ୍ଧ ବ୍ୟକ୍ତି ଲୁଚି ରହିଥିବା ଘରୁ ଦୁଇଜଣ ମହିଳା ଜୀବନ ବଞ୍ଚାଇ ପଳାଇ ଆସିଥିଲେ । ଜଣେ ମହିଳା ପୋଲିସକୁ ସୂଚନା ଦେଇଛନ୍ତି ଯେ ଆକ୍ରମଣକାରୀ ଜଣକ ତାଙ୍କ ପୁଅ ଏବଂ ତାଙ୍କ ପିତା ହେଉଛନ୍ତି ବିଧାନସଭାର ବାଚସ୍ପତି । ପୋଲିସ କହିଛି ଯେ ଜରୁରୀକାଳୀନ କଲ୍ ପାଇବା ପରେ ପୋଲିସ ଘଟଣାସ୍ଥଳରେ ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିବା ବେଳେ ଅଭିଯୁକ୍ତ ଦୁଇଜଣ ପୋଲିସ କର୍ମଚାରୀଙ୍କୁ ଗୁଳି ଚଳାଇଥିଲା ।