PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଜାତକ ନ ମିଶିବାରୁ ବ୍ରେକ୍‌ଅପ୍‌ କଲେ ଜସଲିନ ମଥା

ମୁମ୍ବାଇ ୧୭/୦୮: ରିଅଲିଟି ସୋ’ ବିଗ୍‌ବସ୍‌ ୧୨ର ଚର୍ଚ୍ଚିତ ଚେହେରା ଜସଲିନ ମଥାରୁ ନିଜର ପ୍ରେମ ସମ୍ପର୍କକୁ ନେଇ ସଦାବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ଡ. ଅଭିନୀତ ଗୁପ୍ତା ନାମକ ଯୁବକଙ୍କୁ ବିବାହ କରିବେ ବୋଲି ଘୋଷଣା କରିଥିଲେ। ସେ ତାଙ୍କ ସହ ଦୀର୍ଘ ଦିନ ପର୍ଯ୍ୟନ୍ତ ସମ୍ପର୍କରେ ମଧ୍ୟ ରହିଥିଲେ । କିନ୍ତୁ ଏବେ ସେ ଅଭିନୀତଙ୍କୁ ବିବାହ କରିବେନି ବୋଲି ଘୋଷଣା କରିଛନ୍ତି ।

ତାଙ୍କର ଓ ଅଭିନୀତଙ୍କ ଜାତକ ନ ମିଶିବାରୁ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି । ଜାତକ ମେଳ ନ ଖାଇବାରୁ ତାଙ୍କ ବାପା ମା’ ଉଭୟଙ୍କର ବିବାହ ନିମନ୍ତେ ରାଜି ହେଉନାହାନ୍ତି । ଏଣୁ ସେ ତାଙ୍କ ଅଭିଭାବକଙ୍କ ଖୁସି ନିମନ୍ତେ ନିଜ ପ୍ରେମିକଙ୍କୁ ଭୁଲିବାକୁ ବାଧ୍ୟ ହୋଇଥିବା ଏକ ସାକ୍ଷାତକାରରେ କହିଛନ୍ତି । ବ୍ରେକ୍‌ଅପ୍‌ ପରେ ସେ ଅଭିନୀତଙ୍କ ସହ କୌଣସି ସମ୍ପର୍କରେ ନଥିବା କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ବିଗ୍‌ବସ୍‌ ସିଜନ ୧୨ରେ ଜସଲିନ ଖ୍ୟାତନାମା ଭଜନ ଗାୟକ ଅନୁପ ଜଲୋଟାଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରି ବେଶ୍‌ ଚର୍ଚ୍ଚାକୁ ଆସିଥିଲେ । ସେ ଏବଂ ଅନୁପ ଜଲୋଟା ଖୁବଶୀଘ୍ର ଏକ ମ୍ୟୁଜିକ ଭିଡିଓରେ ନଜର ଆସିବେ ବୋଲି ଜସଲିନ ଘୋଷଣା କରିଛନ୍ତି ।