PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ସୁଇମିଂପୁଲରେ ନିଜ ଫଟୋ ସେୟାର କଲେ ବୁମରାହ,ମହିଳା ପ୍ରଶଂସକ ଫିଦା ହୋଇ ଦେଲେ ଏଭଳି କମେଣ୍ଟ

ନୂଆଦିଲ୍ଲୀ,୨୦।୭: ବିଶ୍ବକପ ଶେଷ ହୋଇଯାଇଛି, ଇଂଲଣ୍ଡ ବିଶ୍ବକପର ବିଜେତା ହୋଇସାରିଛି ଓ ଭାରତୀୟ ଟିମ୍ ଦେଶକୁ ଫେରି ଆସିଛି। ଚଳିତ ବିଶ୍ବକପରେ ଭଲ ବୋଲିଂ କରିଥିବା ଜସପ୍ରୀତ ବୁମରାହ ୪୫ ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ପାଇଁ କ୍ରିକେଟ ଗ୍ରାଉଣ୍ଡରେ ଖୁବ୍ ପ୍ରାକ୍ଟିସ କରି ଝାଳ ବୁହାଇଥିଲେ। ଏହି କାରଣରୁ ଏବେ ଟିକେ ମସ୍ତି ମୁଡରେ ଆସିଯାଇଛନ୍ତି।

ବୁମରାହ ତାଙ୍କର ଟ୍ବିଟର ଆକାଉଣ୍ଟରେ ନିଜର ସାଙ୍ଗଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ଓ କ୍ୟାପସନ୍ ଦେଇଛନ୍ତି ‘ପାଣିରେ ବୁଡି ବୁଡିକି ଆରମ୍ଭ କଲି ନିଜର ଛୁଟିର ଦିନ।’ ସୁଇମିଂ ପୁଲରେ ନିଜର ସାଙ୍ଗମାନଙ୍କ ସହ ବୁମରାହ ସେୟାର କରିଛନ୍ତି ତାଙ୍କର ସାର୍ଟଲେସ୍ ଫଟୋ। ଏବେ ଏହି ଫଟୋକୁ ଦେଖି ବୁମରାହଙ୍କୁ ଲେଡି ଫ୍ୟାନ୍ ମାନେ ହୋଇଯାଇଛନ୍ତି ପୁରା ଫିଦା। ସେଥିପାଇଁ ଟ୍ବିଟରରେ ତାଙ୍କର ଫଟୋ ଉପରେ ସେମାନେ ଦେଖିଛନ୍ତି ଭିନ୍ନ ଭିନ୍ନ କମେଣ୍ଟ।

ଉଲ୍ଲେଖନୀୟ ଯେ, ବୁମରାନ ବିଶ୍ବକପରେ ଯେଉଁଭଳି ବୋଲିଂ କରିଥିଲେ ତାହା ଖୁବ୍ ପ୍ରଶଂସନୀୟ ଥିଲା। ଯଦିଓ ସେ ଅଧିକ ଓ୍ବିକେଟ୍ ନେଇପାରିନଥିଲେ କିନ୍ତୁ ନିଜ ବୋଲିଂରେ ବିପକ୍ଷ ଦଳର ବ୍ୟାଟସମ୍ୟାନଙ୍କୁ ଏକ ପ୍ରକାର ବାନ୍ଧିକି ରଖି ପାରିଥିଲେ। ସେମାନଙ୍କୁ ବେଶୀ ରନ୍ କରିବାକୁ ଦେଉନଥିଲେ।ଚଳିତ ବିଶ୍ବକପରେ ଅଫଗାନିସ୍ତାନର ମହମ୍ମଦ ନବୀଙ୍କ ବ୍ୟତୀତ ଅନ୍ୟ ଦେଶର କୌଣସି ଖେଳାଳି ବୁମରାହଙ୍କ ବୋଲିଂରେ ଛକା ମାରିନାହାନ୍ତି।