PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଏସିଆ କପ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ ଝଟ୍‌କା, ଦଳରୁ ବାଦ୍‌ ପଡିଲେ ଷ୍ଟାର ବୋଲର ଜସପ୍ରୀତ ବୁମରାହ

ନୂଆଦିଲ୍ଲୀ ୦୮/ ୦୮: ଏସିଆ କପ କ୍ରିକେଟ ୨୦୨୨ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ବଡ ଝଟ୍‌କା ଲାଗିଛି । ସୋମବାର ଭାରତୀୟ ଅର୍ଥାତ ଆଜି ଦଳ ଘୋଷଣା ହେବାକୁ ଥିବା ବେଳେ ଦଳରୁ ବାଦ ପଡିଛନ୍ତି ସ୍ପିଡ୍‌ ଷ୍ଟାର ଜସପ୍ରୀତ ବୁମରାହ । ପିଠିରେ ଆଘାତ କାରଣରୁ ଏସିଆ କପ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଛନ୍ତି ବୁମରାହ । ଅଗଷ୍ଟ ୨୮ ତାରିଖରୁ ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମରେ ଖେଳାଯିବ ଏସିଆ କପ । ଉଦଘାଟନୀ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ଭେଟିବ ଭାରତ । କିନ୍ତୁ ଏହା ପୂର୍ବରୁ ବୁମରାହ ଦଳରୁ ବାଦ ପଡିବା ଟିମ୍‌ ଇଣ୍ଡିଆ ପାଇଁ ବଡ ଝଟ୍‌କା ।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ‘ବୁମରାହଙ୍କ ପିଠିରେ ଆଘାତ ଲାଗିଛି । ସେ ଆଦୌ ମ୍ୟାଚ ଖେଳିପାରିବେ ନାହିଁ । ସେ ଆମର ପ୍ରମୁଖ ବୋଲର ତେଣୁ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ପୂର୍ବରୁ ହିଁ ବୁମରାହ ଠିକ ହୋଇଯାନ୍ତୁ । ଆଗାମୀ ବିଶ୍ବକପକୁ ଦୃଷ୍ଟିରେ ରଖି ବୁମରାହଙ୍କୁ ଏସିଆ କପରେ ଖେଳାଇ ରିସ୍କ ନେବାକୁ ଚାହିଁବନି ମ୍ୟାନେଜମେଣ୍ଟ । ତେଣୁ ସେ ସମ୍ପୂର୍ଣ୍ଣ ଫିଟ ହେବା ନିହାତି ଆବଶ୍ୟକ ଏବଂ ଏଥିପାଇଁ ଏସିଆ କପରୁ ବାଦ୍‌ ପଡିଲେ କୌଣସି ସମସ୍ୟା ନାହିଁ’।

ଶେଷ ଥର ପାଇଁ ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ବୁମରାହଙ୍କୁ ଦେଖିବାକୁ ମିଳିଥିଲା । ଏହା ପରେ ତାଙ୍କୁ ଦଳ ବିଶ୍ରାମ ଦେଇଥିଲା । ବୁମରାହ ଏବେ ପରିବାର ସହ ଆମେରିକାରେ ଛୁଟି କାଟୁଛନ୍ତି । ବଡ କଥା ହେଉଛି ବୁମରାହ ଏସିଆ କପରୁ ବାଦ୍‌ ପଡିବା ପରେ ତାଙ୍କ ସ୍ଥାନରେ ଦଳ ଏବେ କାହାକୁ ପ୍ଲେଇଂ ଇଲେଭେନରେ ସାମିଲ କରିବ । କାରଣ ବୁମରାହ ଏବଂ ଭୁବନେଶ୍ବର କୁମାର ଯୋଡି ଏସିଆ କପରେ ବେଶ ପ୍ରଭାବୀ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଥିଲା । ଏବେ ସେ ଦଳରୁ ବାଦ ପଡିବା ପରେ ଭୁବନେଶ୍ବର କୁମାରଙ୍କ ସହ କିଏ ସାଥ୍‌ ଦେବ ସେ ନେଇ ସସପେନ୍ସ । ଅର୍ଶଦୀପ ସିଂହ କିମ୍ବା ମହମ୍ମଦ ସାମିଙ୍କ ମଧ୍ୟରୁ ଜଣକୁ ଦଳ ପ୍ଲେଇଂ ଇଲେଭେନରେ ସାମିଲ କରିପାରେ । ଅନ୍ୟପଟେ ଡେଥ୍‌ ଓଭର ସ୍ପେସାଲିଷ୍ଟ ହର୍ଷଲ ପଟେଲଙ୍କ ଉପରେ ମଧ୍ୟ ମ୍ୟାନେଜମେଣ୍ଟର ନଜର ରହିବ ।