ଭୁବନେଶ୍ୱର,୧୭/୧୦: ହଜାର ହଜାର ସମର୍ଥକଙ୍କ ସହ କଂଗ୍ରେସରେ ମିଶିବାକୁ ଆସି ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ (ନାଣ୍ଡୁ) ହଟହଟା ହୋଇ ଫେରିବା ପରେ ବିବାଦ ବଢ଼ିବାରେ ଲାଗିଛି । ଗୁରୁବାର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ନାଣ୍ଡୁ ।
ସେ କହିଛନ୍ତି, ଭକ୍ତ ଓ ତାଙ୍କ ପୁଅଙ୍କ ନାଁରେ ୬ରୁ ଅଧିକ ମାମଲା ରହିଛି । ଲାଞ୍ଚ, ହତ୍ୟା ଧମକ, ଟଙ୍କା ହେରଫେର୍ ଭଳି ସଙ୍ଗୀନ ଅଭିଯୋଗ ରହିଛି । ଯଦି ରାଜନୀତିରେ ଏସବୁ ଧରାଯାଏ, ତେବେ କଂଗ୍ରେସରେ କେହି ରହିବେନି । ମୋ ନାଁରେ ତାଙ୍କ ଭଳି ବଡ଼ ବଡ଼ ଅପରାଧିକ ମାମଲା ନାହିଁ । ସମୟ ଆସିଲେ ୨୦ ହଜାର ସମର୍ଥକଙ୍କୁ ନେଇ ଦିଲ୍ଲୀରେ କଂଗ୍ରେସରେ ମିଶିବି । ସେତେବେଳେ ହୁଏତ ଭକ୍ତ ଦାସ ନ ଥିବେ । ଓଡ଼ିଶାରେ କଂଗ୍ରେସର ଉନ୍ନତି ହେଉ ବୋଲି ଭକ୍ତ ଦାସ ଚାହୁଁନାହାନ୍ତି । ସେ ଅନ୍ୟ ଦଳ କଥାରେ ପରିଚାଳିତ ହେଉଛନ୍ତି ବୋଲି ନାଣ୍ଡୁ୍ ଅଭିଯୋଗ ଆଣିଛନ୍ତି ।