ପାକିସ୍ତାନ ଯାଇଥାନ୍ତେ ଜାଭେଦ୍ ଅଖତର, ପୁଲୱାମା ଆକ୍ରମଣ ପରେ ଯିବାକୁ ମନା କଲେ

source:www.thelallantop.com
ପୁଲୱାମାରେ ହୋଇଥିବା ଆତଙ୍କବାଦ ଆକ୍ରମଣ ପରେ ଜାଭେଦ ଅଖତର ସବାନା ଆଜମୀ ନିଜ ପାକିସ୍ତାନ ଗସ୍ତକୁ ରଦ୍ଦ କରିଛନ୍ତି । ଉଭୟ ଶବାନା ଆଜମୀଙ୍କ ପିତା କୈଫୀ ଆଜମୀଙ୍କ ସ୍ମରଣରେ ହେଉଥିବା ଏକ କାର୍ଯ୍ଯକ୍ରମରେ ଭାଗ ନେଇଥାନ୍ତେ । ଏହି କାର୍ଯ୍ୟକ୍ରମ କରାଚି ଆର୍ଟ କାଉନସିଲ ଆଯୋଜିତ କରିଥିଲା । ଜାଭେଦ ଅଖତର ଟ୍ୱିଟ୍ କରି କହିଲେ ଯେ କରାଚି ଆର୍ଟ କାଉନସିଲ୍ ୨ ଦିନ ପୂର୍ବରୁ ତାଙ୍କୁ ଓ ଶବାନାଙ୍କୁ ନିମନ୍ତ୍ରଣ କରିଥିଲା । ଉଭୟ ଏହି ଗସ୍ତକୁ ରଦ୍ଦ କରିଦେଲେ । ଜାଭେଦଙ୍କ କହିବା ଅନୁସାରେ ସିଆରପିଏଫଙ୍କ ସହିତ ତାଙ୍କର ହୃଦୟର ସମ୍ପର୍କ ରହିଛି । ସେ କହିଛନ୍ତି, ସିଆରପିଏଫଙ୍କ ପ୍ରତି ମୋର ସମବେଦନା ରହିଛି ।


ଜମ୍ମୁ କଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଫଳରେ ୪୪ ଜବାନ ଶହୀଦ ହୋଇଯାଇଥିଲେ । ସାରା ଦେଶ ଏହି ଘଟଣା ପରେ କ୍ରୋଧରେ ଜର୍ଜରିତ ହେଉଛି । ଏହି ଘଟଣାକୁ ଅନେକ ଦେଶ ନିନ୍ଦା କରୁଛନ୍ତି ।