PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ଆର୍ମି ଏଡି କଲେଜରେ ଯବାନଙ୍କ ଆତ୍ମହତ୍ୟା

ଗୋପାଳପୁର ୪/୧୧: ଗୋଳାବନ୍ଧସ୍ଥିତ ଆର୍ମି ଏୟାର୍‌ ଡିଫେନ୍ସ (ଏଡି) କଲେଜ ପରିସର ଏକ କ୍ୱାର୍ଟର୍‌ରେ ଜଣେ ଯବାନ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଏନ୍‌.କ୍ରିଷ୍ଣା (୨୭) । ତାଙ୍କ ଘର ତାମିଲନାଡୁ ରାଜ୍ୟ ଥେରି ଜିଲ୍ଲା ଅନ୍ତର୍ଗତ ରଘୁନାଥପୁରମ୍‌ । ସେ ଗତ ମାସେ ହେଲା ଆର୍ମି ଏଡି କଲେଜରେ କାର୍ଯ୍ୟରେ ଯୋଗ ଦେଇଥିଲେ । କିନ୍ତୁ ମାନସିକ ରୋଗ ଲାଗି ସେ ଆର୍ମି ମେଡିକାଲ୍‌ରେ ଚିକିତ୍ସାଧୀନ ଥିଲେ। ଶନିବାର ମେଡିକାଲ୍‌ରୁ ଆସି ବ୍ୟାରାକ୍‌ରେ ରାତ୍ର ଭୋଜନ ପରେ କିଛି ସମୟ ବିଶ୍ରାମ ନେଇଥିଲେ ।

ତେବେ ରବିବାର ବ୍ୟାରାକ୍‌ର ୪ର୍ଥ ମହଲାରେ ଥିବା ଏକ ଖାଲି କୋଠରୀରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା । ଝାଡୁଦାର ରବିବାର ଭୋର୍‌ରେ ଏହା ଦେଖି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ଗୋପାଳପୁର ଥାନା ପୁଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲା । ସାଇଣ୍ଟିଫିକ୍‌ ଟିମ୍‌ ସହ ପୁଲିସ ଘଟଣାସ୍ଥଳ ତନାଘନା କରିଛି । ଥାନାରେ କେସ୍‌ ନମ୍ବର ୨୬ ।୨୦୧୯ ରୁଜୁ ହୋଇ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ଥାନାଧିକାରୀ ବିବେକାନନ୍ଦ ମହନ୍ତ। ଯବାନ ଜଣକ ୫ ମାସ ତଳେ ବିବାହ କରିଥିବା ଜଣାଯାଇଛି ।